ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ

ନୂଆପଡ଼ା,୯।୭(ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଗଡଗଡବାହାଲି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଭଙ୍ଗା ଦଦରା କେନ୍ଦ୍ରରେ ପାଠ ପଢୁଛନ୍ତି କୋମଳମତି ଶିଶୁମାନେ। ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେବାର ଆଜକୁ ପ୍ରାୟ ୪୦ ବର୍ଷ ହେବ। ଏହି କେନ୍ଦ୍ର ଉପରେ ୩୪ଜଣ କୁନି ଶିଶୁମାନେ ଅଧ୍ୟୟନ କରୁଥିବା ବେଳେ ୨ଜଣ ପ୍ରସ୍ତୁତି, ୫ଜଣ ଗର୍ଭବତୀ ଓ ୫୭ଜଣ କିଶୋରୀ ନର୍ଭର କରିଥାନ୍ତ। ଅଙ୍ଗନୱାଡି କେନ୍ଦ୍ରର ଛାତରୁ ବର୍ଷା ଦିନରେ ପାଣି ଗଳୁଛି। ଛାତରୁ ସିମେଣ୍ଟ ଅତଡା ଖସୁଛି। ଛାତର ସିମେଣ୍ଟ ଖସି ରଡ ସବୁ ବାହାରି ଗଲାଣି। ଛାତ ମଧ୍ୟ ପଡିବା ଉପରେ ହୋଇ ଗଲାଣି। ଅନ୍ୟ କୌଣସି ସୁବିଧା ନ ଥିବାରୁ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଗଢା ଚାଲିଛି। କେତେବେଳେ କ’ଣ ହୋଇଯିବ ସ୍ବୟଂ ଭଗବାନ ମଧ୍ୟ ଜାଣି ପାରିବେ ନାହିଁ। ରୋଷେଇ ଘର ନ ଥିବାରୁ ବାଣ୍ଡାରେ ରନ୍ଧା ଚାଲିଛି। ଶିକ୍ଷାଦାନ ପାଖରେ ରୋଷେଇ କରାଯାଉଥିବାରୁ କେନ୍ଦ୍ର ସବୁବେଳେ ଧୂଆଁମୟ ହୋଇ ଥାଏ। ଧୂଆଁ ଯୋଗୁ ଶିଶୁମାନଙ୍କୁ ଚକ୍ଷୁ ରୋଗ ହେବାର ସମ୍ଭାବନା ରହିଛି। ମୁଖ୍ୟ ରାସ୍ତାକୁ ଲାଗି କେନ୍ଦ୍ର ରହିଛି। ପାଚେରି ନ ଥିବାରୁ ସମୟ ସମୟେ ଛୋଟ ଛୋଟ ଦୁର୍ଘଟଣା ଘଟି ଯାଉଛ। ଅଙ୍ଗନୱାଡି କେନ୍ଦ୍ର କେତେ ବେଳେ ଭାଙ୍ଗି ଯାଇ ପରେ ବୋଲି ଆମେ ଭୟ କରି ଆମ ଛୁଆକୁ ଛାଡୁନାହୁଁ। ୩୪ ପିଲାରୁ କାଁ ଭଁା ୧୦ଟା ଭିତରେ ପିଲା କେନ୍ଦ୍ରକୁ ଆସୁଛନ୍ତି। ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେଲେ ୩୪ ପିଲା କ’ଣ ୫୦ ପିଲା ହୋଇଯିବେ। ଲୋକେ ଭୟରେ ପିଲାକୁ ଛାଡୁ ନାହାନ୍ତି ବୋଲି ଗ୍ରାମର ହେମଲାଲ ରଣା କହିଛନ୍ତ। ଏ ବିଷୟରେ ସ୍ଥାନୀୟ ସରପଞ୍ଚ, ସୁପରଭାଇଜର, ସିଡିପିଓ, ବିଡିଓଙ୍କୁ ଅନେକ ଥର ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏ ସଂକ୍ରାନ୍ତରେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ମନ କୁମାରୀ ଲମ୍ବୁଙ୍କୁ ପଚାରିବାରୁ ବର୍ଷା ଦିନ ଆସିବା ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଥିବା କେନ୍ଦ୍ରକୁ ଛାଡି ଦିଅ। ଘର ଭଡା ନେଇ ପିଲାମାନଙ୍କୁ ରଖନ୍ତୁ ବୋଲି ସମସ୍ତ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଛୁ ବୋଲି କହିଥିଲେ। ଗ୍ରାମବାସୀ ଅନେକ ଥର ଅଭିଯୋଗ ପରେ ମଧ୍ୟ କେହି ଶୁଣୁନାହାନ୍ତ। ସବୁ ପିଲାଙ୍କୁ ପଢିଯିବା ବନ୍ଦ କରି ମା’ମାନେ ଯାଇ ରାସ୍ତା ଉପରେ ବସିବୁ ବୋଲି ୱାର୍ଡ ସଭ୍ୟା ଯୋଗେସିନି ରଣା, ବନିତା ଶବର, ରେମତି ରଣା, ଭୂମିସୁତା ରଣା, କୁମୁଦିନି ଶବର, ଉତ୍ରା ଅହିର, ଜାନକି ମାଝି, କୋଶଲ୍ୟା ଶବର, କୁମାରୀ ଶବର, ସୁରତି ରଣା ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri