ଚୋରା ମୋରମ ଚାଲାଣର ଭୂସ୍ୱର୍ଗ

କୋରେଇ,୨।୨(ସ୍ୱ.ପ୍ର.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଞ୍ଚଳ ମୋରମ ଚୋରାଚାଲାଣର ଭୂସ୍ୱର୍ଗ ପାଲଟିଛି। ମଞ୍ଜୁରୀ, ଖମିଗାଁ, ମଲାରିଆ, କୋରାବନ୍ଦୀ, ପୂର୍ବକୋଟ, କନ୍ତୋର ଇତ୍ୟାଦି ମୌଜାରୁ ଓଭରଲୋଡିଂ ମୋରମ ଗାଡି ଚଳାଚଳ ଯୋଗୁ ପୂର୍ତ୍ତ ବିଭାଗର ରଗଡି-ପାଣିକୋଇଲି ଓ ପୂର୍ବକୋଟ-ଖଜୁରନାଲୁଆ, ଗ୍ରାମ୍ୟ ନିର୍ମାଣ ବିଭାଗର ଖଇରା-ନହକା, ଧନେଶ୍ୱର-ତୁଳତୀ ଓ କନ୍ତର-ଅସନଗଡିଆ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାବାଦ୍‌ ପାଣିକୋଇଲି-ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହ ଦବି ଯାଇଛି। ମୋରମ ଚାଲାଣକାରୀମାନେ ତହସିଲଦାର ଏବଂ ସ୍ଥାନୀୟ ପୋଲିସକୁ ହାତ କରି ଜଙ୍ଗଲ ଜମି ମଧ୍ୟ ଛାଡୁ ନାହାନ୍ତି। ଏପରି କି ଜଣେ ଜମି ମାଲିକଙ୍କୁ ବନ୍ଧୁକ ଦେଖାଇ ମୋରମ ଉତ୍ତୋଳନ କରାଯାଉଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି।
ବ୍ୟାସନଗର ତହସିଲ ଅନ୍ତର୍ଗତ ମଞ୍ଜୁରୀ ମୌଜା ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୫୧ ସାରଦା-୩ କିସମ ୧ ଏକର ପରିମିତ ଜମିରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୩୫୦/୯ା୭ା୨୦୨୦ରେ ଏକନ ପାତ୍ରଙ୍କୁ ଅଙ୍କିତା କନଷ୍ଟ୍ରକ୍ସନ ଦ୍ୱାରା ମୋରମ ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ସେହି ଜମିରେ ପୋଖରୀ ଖନନ କରି ମାଛଚାଷ କରିବା ଉଦ୍ଦେଶ୍ୟରେ ଏହି ଅନୁମତି ମିଳିଥିଲା । ଧାମରା ବନ୍ଦର ଓ ଯାଜପୁର କୋୟାଁଗୋଲାର ସରକାରୀ କାମରେ ଉକ୍ତ ଖନନରୁ ବାହାରି ଥିବା ମୋରମ ବ୍ୟବହୃତ କରିବାକୁ ଅନୁମତି ପତ୍ରରେ ଦର୍ଶାଯାଇଥିଲା। ଏହାପରେ ପଛିକୋଟ ଗ୍ରାମବାସୀ ଜଙ୍ଗଲ ଜମିରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି କ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅଧସ୍ଥନ ସଚିବ ତ୍ରିଲୋଚନ କିଶାନ ତାଙ୍କ ପତ୍ରସଂଖ୍ୟା ୧୧୧୧୩/୧୫ା୭ା୨୦୨୦ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗର ପ୍ରିନ୍ସିପାଲ କନଜରଭେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫଓ) ତାଙ୍କ ପତ୍ରସଂଖ୍ୟା ୭୧୦୧/୧୭ା୭ା୨୦୨୦ରେ ଯାଜପୁର ରୋଡ ରେଞ୍ଜରଙ୍କୁ ଅଭିଯୋଗ ହୋଇଥିବା ଜମି ସଂକ୍ରାନ୍ତରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ଉକ୍ତ ଜମି ଜଙ୍ଗଲ କିସମ ହୋଇଥିବାରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୬୫୩/୨୨ା୭ା୨୦୨୦ରେ ପୋଖରୀ ଖନନ ନିର୍ଦ୍ଦେଶକୁ ବାତିଲ କରିଥିଲେ ା ଏହାବାଦ୍‌ ମୋରମ ଉତ୍ତୋଳନ ବାବଦକୁ ଏକନ ପାତ୍ରଙ୍କୁ ବ୍ୟାସନଗର ତହସିଲଦାର ଗତ ୨୮ା୭ା୨୦୨୦ରେ ତାଙ୍କ ପତ୍ରସଂଖ୍ୟା ୮୦/୨୦୨୦-୨୧ ୨,୭୯,୮୬୦ ଟଙ୍କାର ଡିମାଣ୍ଡ ନୋଟିସ ଦେଇଥିଲେ ା ଏହାକୁ ଚ୍ୟାଲେଞ୍ଜ କରି ପାତ୍ର ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ପକ୍ଷରୁ ୨ ମାସ ମଧ୍ୟରେ ମୋରମ ଖନନ ଜମି ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବ୍ୟାସନଗର ତହସିଲଦାର ମୋରମ ଖନନ ଜମି ଜଙ୍ଗଲ କିସମ ନୁହେଁ ତାହା ରୟତ ଜମି ବୋଲି ସତ୍ୟପାଠ ଦାଖଲ କରିବା ପରେ ମୋରମ ଖନନ ଅନୁମତି ମିଳିଥିବା ଜଣାପଡିଛି। ଏହାପରେ ଗତ ପ୍ରାୟ ୪ ମାସ ଧରି ବିପୁଳ ପରିମାଣର ମୋରମ ଚାଲାଣ ହୋଇଛି। ଏଥିରେ କୌଣସି ପୋଖରୀ ଖନନର ଉଦ୍ଦେଶ୍ୟ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଜମି ମାଲିକ ଓ ଅଙ୍କିତା କନଷ୍ଟ୍ରକ୍ସନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆର୍ଥିକ କାରବାରକୁ ନେଇ ବିବାଦ ଦେଖା ଦେଇଛି। ଏନେଇ ଏକନ ପାତ୍ରଙ୍କ ପୁଅ କାଳନ୍ଦୀଙ୍କୁ ଗତ ୨୯ ତାରିଖ ରାତିରେ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦିଆଯାଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ହେଲେ ଅଭିଯୋଗ କରିବାର ୪ ଦିନ ବିତିଯାଇଥିଲେ ମଧ୍ୟ କୋରେଇ ଥାନା ପୋଲିସ କୌଣସି ମାମଲା ରୁଜୁ କରିନାହିଁ । ଏ ସଂକ୍ରାନ୍ତରେ କୋରେଇ ଥାନାଧିକାରୀ ରଞ୍ଜିତ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇଛି। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri