ପାରାଦୀପ-ବଡ଼ବିଲ ୮ ଲେନ୍‌ ରାସ୍ତା ହେବ

ଭୁବନେଶ୍ୱର,୩ା୨(ବ୍ୟୁରୋ): ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ଏହି ରାସ୍ତାକୁ ୮ ଲେନ୍‌ ବିଶିଷ୍ଟ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏ ନେଇ ଆଲୋଚନା କରିଛନ୍ତି। କେନ୍ଦୁଝରରୁ ୩୦୦ କି.ମି. ଏହି ରାସ୍ତା ଦ୍ୱାରା ପାରାଦୀପ ଅଞ୍ଚଳକୁ ଖଣିଜ ପରିବହନ ସୁଗମ ହୋଇପାରିବ। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ- ଡ଼ୁବୁରି- କେନ୍ଦୁଝର- ରିମୁଳି- ବଡ଼ସାହି ଦେଇ ବଡ଼ବିଲରେ ଶେଷ ହେବ। ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡ଼ର ଚଣ୍ଡିଖୋଲ ସମେତ କଳିଙ୍ଗନଗର ଇସ୍ପାତ୍‌ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଏହି ରାଜପଥ ଡ଼ୁବୁରି ପାଶର୍‌ବବର୍ତ୍ତୀ ଅଞ୍ଚଳ ତଥା ଇସ୍ପାତ୍‌, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନା ଆଣିବ। ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପ କାମ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗଡ୍‌କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବୈଠକରେ ଓଡ଼ିଶାର ବିଭିନ୍ନ ରାଜପଥ ପ୍ରକଳ୍ପକୁ ନେଇ ବିଚାରବିମର୍ଶ ହୋଇଥିବା ବେଳେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ଦିଗରେ ଆଲୋଚନା ହୋଇଛି। ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଲାଇଫଲାଇନ୍‌ ହେବାକୁ ଯାଉଥିବା ଏହି ଉପକୂଳ ଜାତୀୟ ରାଜପଥ ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପ କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ସକାଶେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ସର୍ବବୃହତ୍‌ ରାଜପଥ ପ୍ରକଳ୍ପ କୋଷ୍ଟାଲ ହାଇୱେ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ବିତ କରିବା ସଙ୍ଗେ ସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍‌କୁ ସୁବିଧା ଦେବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ।
ଏହି ବୈଠକରେ ଭୁବନେଶ୍ୱର ରିଂରୋଡ୍‌ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା ା ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ଅର୍ଥନୀତିର ବିକାଶକୁ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଧାମରାରେ ବନ୍ଦର ଆଧାରିତ ବିକାଶ କରିବା ନେଇ ଧାମରାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାଜପଥ ପ୍ରକଳ୍ପଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗୋପାଳପୁର ବନ୍ଦର, ସୁବର୍ଣ୍ଣରେଖା ପ୍ରସ୍ତାବିତ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଭର୍ଚୁଆଲ ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ରାଜପଥ ପ୍ରକଳ୍ପ ଯଥା କେନ୍ଦୁଝରର ଜାତୀୟ ରାଜପଥ ପ୍ରକଳ୍ପ ଅଧୀନରେ ଥିବା ଏନ୍‌ଏଚ-୨୦ର ପାଣିକୋଇଲି-ରିମୁଳି ସେକ୍ସନ, ଏନ୍‌ଏଚ-୪୯ ସିଙ୍ଗରା ବିଞ୍ଜବାହାଲ ସେକ୍ସନ, ପ୍ରସ୍ତାବିତ ଅର୍ଥନୈତିକ କରିଡରରେ ପାରାଦୀପ -ବଡ଼ବିଲ, ପାରାଦୀପ-ଚଣ୍ଡିଖୋଲ, ଚଣ୍ଡିଖୋଲ-ଡୁବୁରି, ଡୁବୁରି-କେନ୍ଦୁଝର ରୋଡ୍‌, କେନ୍ଦୁଝର-ରିମୁଳି, ରିମୁଳି-ଭଦ୍ରସାହି, ଭଦ୍ରସାହି- ବଡ଼ବିଲ, ଭୁବନେଶ୍ୱର-ପୁରୀ ମଧ୍ୟରେ ୮ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ୱେ, ବନ୍ଦରରୁ ରାସ୍ତା ସଂଯୋଗ ଅଧୀନରେ ଧାମରା, ଗୋପାଳପୁର, ସୁବର୍ଣ୍ଣରେଖା ବନ୍ଦର ଏବଂ ଅମ୍ପନୀ-ଜୟପୁର ଓ ରାୟପୁର- ବିଶାଖାପାଟଣା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪ ଗିରଫ

ଧର୍ମଶାଳା,୧୫।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ଥିବା ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଗତକାଲି...

ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ, ଆଗାମୀ ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୪।୧୨( ସୁନିଲ କୁମାର ମହାନ୍ତି): ଦୀର୍ଘ ଏକମାସରୁ ଅଧିକ ସମୟ ଧରି ୮ଦଫା ଦାବି ନେଇ ସରକାରୀ ଆୟୁର୍ବେଦିକ କଲେଜ ଓ ଚିକିତ୍ସାଳୟ ସମ୍ମୁଖରେ ଆୟୁଷ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri