ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ପ୍ରତିଦିନ ଆମ ଶରୀରତନ୍ତ୍ରୀକୁ କ୍ଷତାକ୍ତ କରିଚାଲିଛି। ତଥାପି ଏହାକୁ ଆମେ ପରିହାର କରିପାରୁନାହୁଁ। ବାୟୁ (ପ୍ରଦୂଷଣ, ନିରାକରଣ ଓ ନିୟନ୍ତ୍ରଣ) ଆଇନ ୧୯୮୧ ଅନୁଯାୟୀ ‘ଶବ୍ଦ’କୁ ପ୍ରଦୂଷଣ ସୃଷ୍ଟିକାରୀ ତତ୍ତ୍ୱ ରୂପେ ତାଲିକାଭୁକ୍ତ କରାଯାଇଛି। ଏହାଦ୍ୱାରା ବିରକ୍ତି, ଉନ୍ମାଦନା, ଅବସାଦ, ନିଦ୍ରାହୀନତା ପରି ଗୁରୁତର ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି ହେଉଛି। ଶବ୍ଦ ପ୍ରଦୂଷଣକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ବିଭିନ୍ନ ସମୟରେ ଆଇନ, କାନୁନ୍‌, କଟକଣା, ନିୟମମାନ ଲାଗୁ କରାଯାଉଛି। କିନ୍ତୁ ଲୋକମାନଙ୍କର ଜିଦ୍‌ଖୋର ମନୋଭାବ ଆଗରେ ସେ ସବୁ ପ୍ରଭାବହୀନ ହୋଇଯାଇଛି। ପୋଲିସ୍‌ ପ୍ରଶାସନ ଓ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଉଦାସୀନ। ଯେଉଁ କେତେକ ସଚେତନ ଜନତା ଏହାକୁ ବିରୋଧ କରୁଛନ୍ତି ବା ସୁଧାର ଆଣିବା ପାଇଁ କିଛି ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ପ୍ରଶାସନ ବିଫଳ ହେଉଛି। ତେଣୁ କିଏ ଆନନ୍ଦରେ ତ କିଏ ଯନ୍ତ୍ରଣାରେ ଶବ୍ଦ ପ୍ରଦୂଷଣକୁ ପିଇ ଚାଲିଛନ୍ତି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସୁପାରିସ ଅନୁଯାୟୀ, ଆବାସିକ ଅଞ୍ଚଳରେ ଦିନବେଳା ଯେକୌଣସି ଶବ୍ଦ ୫୫ ଡେସିବଲ୍‌ରୁ ଅଧିକ ହେବ ନାହିଁ। ‘ଭାରତୀୟ ପରିବେଶ (ସୁରକ୍ଷା) ଆଇନ-୧୯୮୬’ ଅଧୀନ ‘ଶବ୍ଦ ପ୍ରଦୂଷଣ (ନିୟମ ଓ ନିୟନ୍ତ୍ରଣ) ନୀତି-୨୦୦୦’ ଅନୁଯାୟୀ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଶବ୍ଦର ମାତ୍ରା ସର୍ବାଧିକ ୫୫ ଡେସିବଲ୍‌ ରହିବ ଏବଂ ରାତିରେ ୪୫ ଡେସିବଲ୍‌ରୁ ଅଧିକ ହେବ ନାହିଁ। ଏହି ନୀତିର ଧାରା ୫(୧) ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ବିନାନୁମତିରେ ଲାଉଡ୍‌ସ୍ପିକର ବା କାହାଳୀ ବ୍ୟବହାର କରାଯାଇପାରିବ ନାହିଁ। ଧାରା ୫(୨) ଅନୁଯାୟୀ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅତି ଆବଶ୍ୟକ ପଡ଼ିଲେ କେବଳ ସଭାଗୃହ, ବନ୍ଦ କୋଠରି ମଧ୍ୟରେ ବ୍ୟବହାର କରାଯାଇପାରିବ। ଏହାଛଡ଼ା ରାଜ୍ୟ ସରକାରମାନଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତା ଅନୁଯାୟୀ ଏହି କଟକଣା ସମୟ ନିର୍ଦ୍ଦିଷ୍ଟ ସାର୍ବଜନୀନ ଉତ୍ସବ ପାଇଁ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ରାଜ୍ୟ ସରକାରମାନେ ବର୍ଷକୁ ୧୫ ଦିନରୁ ଅଧିକ ଏହି କ୍ଷମତାକୁ ଉପଯୋଗ କରିପାରିବେ ନାହିଁ କି ‘ସାଇଲେନ୍ସ ଜୋନ୍‌’ (ଶୂନ୍ୟ ଶବ୍ଦ ଅଞ୍ଚଳ)ରେ ଉପଯୋଗ ହୋଇପାରିବ ନାହିଁ। କିନ୍ତୁ ସଦ୍ୟତମ ‘ଜିରୋ ନାଇଟ୍‌’ ଅବସରରେ ଏହାର କେତେ ଅନୁପାଳନ ହେଲା ତାହା ଅଳ୍ପେବହୁତ ଅନୁମେୟ।
ଶବ୍ଦ ପ୍ରଦୂଷଣର ପ୍ରଭାବ ପ୍ରତି ଆମ ଦେଶର ନ୍ୟାୟାଳୟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ନିୟନ୍ତ୍ରଣ ପାଇଁ ତପତ୍ରତା ପ୍ରକାଶ କରିଛନ୍ତି। ୨୦୦୦ ମସିହାରେ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ଯେ, କୌଣସି ଧର୍ମାନୁଷ୍ଠାନ, ପ୍ରାର୍ଥନା ଗୃହରେ ଲାଉସ୍‌ସ୍ପିକର ବ୍ୟବହାର କରାଯାଇପାରିବ ନାହିଁ। କାରଣ କୌଣସି ଧର୍ମରେ ଅନ୍ୟକୁ ପ୍ରଭାବିତ କରି କିମ୍ବା କ୍ଷତି ପହଞ୍ଚାଇ କିମ୍ବା କଷ୍ଟ ଦେଇ କିମ୍ବା ସର୍ବସାଧାରଣଙ୍କ ଶାନ୍ତି ବ୍ୟାହତ କରି ପ୍ରାର୍ଥନା କରିବାକୁ କୁହାଯାଇନାହିଁ। ସମ୍ବିଧାନର ଧାରା ୨୫ ଅନୁଯାୟୀ ଲାଉଡ୍‌ସ୍ପିକର ବ୍ୟବହାରକୁ ଧର୍ମୀୟ ସ୍ବାଧୀନତା କିମ୍ବା ମୌଳିକ ଅଧିକାର ଭାବେ ଗ୍ରହଣ କରାଯାଇପାରିବ ନାହିଁ। ୨୦୦୫ରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରାୟ ଦେଇଥିଲେ ଯେ, ଶବ୍ଦ ପ୍ରଦୂଷଣମୁକ୍ତ ଓ ଶାନ୍ତ ପରିବେଶରେ ବଞ୍ଚତ୍ବାର ଅଧିକାର ସମ୍ବିଧାନର ଧାରା ୨୧ ଅନୁଯାୟୀ ନିଶ୍ଚିତ କରିବାକୁ ପଡ଼ିବ। ସମ୍ବିଧାନର ଧାରା ୧୯(୧) ଆଧାରରେ ଅଭିବ୍ୟକ୍ତିର ସ୍ବାଧୀନତା ଓ ମତ ପ୍ରକାଶ ଅଧିକାରର ଦ୍ୱାହି ଦେଇ କେହି ଲାଉଡ୍‌ସ୍ପିକର ଜରିଆରେ ଅନ୍ୟକୁ ହଇରାଣ ହରକତ କରିପାରିବେ ନାହିଁ କି ଶୁଣିବାକୁ ବାଧ୍ୟ କରିପାରିବେ ନାହିଁ।
ସେହିପରି ୨୦୧୬ରେ ବମ୍ବେ ହାଇକୋର୍ଟ ମଧ୍ୟ ଧର୍ମାନୁଷ୍ଠାନ, ଉତ୍ସବ ଆଦିରେ ଲାଉଡ୍‌ସ୍ପିକରର ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଥିଲେ। ୨୦୧୯ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ନିର୍ଦ୍ଦେଶନାମାରେ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ତାଗିଦା କରିଥିଲେ ଯେ, କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ସଂସ୍ଥା କିମ୍ବା ବ୍ୟକ୍ତି ଦ୍ୱାରା ଦିନରେ ମଧ୍ୟ ଲାଉଡ୍‌ସ୍ପିକର ବ୍ୟବହାର ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଲାଉଡ୍‌ସ୍ପିକରର ଉଚ୍ଚ ଶବ୍ଦରେ ଅତିଷ୍ଠ ଜନସାଧାରଣ କଟକଣା ଉଲ୍ଲଙ୍ଘନ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଏକ ହେଲ୍ପଲାଇନ୍‌ ଜାରି କରିବା ଏବଂ ସେଥିରେ ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯାଇପାରୁଥିବା ଭଳି ବ୍ୟବସ୍ଥା ରଖିବା ସରକାରଙ୍କ ଦାୟିତ୍ୱ। ୨୦୨୦ରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଜନସ୍ବାର୍ଥ ମାମଲାର ଶୁଣାଣି କରି କହିଥିଲେ ଯେ, ଲାଉଡ୍‌ସ୍ପିକର ଓ ମାଇକ୍ରୋଫୋନ୍‌ ଆଧୁନିକ ବିଜ୍ଞାନର ଅବଦାନ। ଧର୍ମଶାସ୍ତ୍ର, ପୁରାଣ ଆଦି ରଚନା ବେଳେ ସେଗୁଡ଼ିକ ଉଦ୍ଭାବନ ହୋଇନଥିଲା। ତେଣୁ ଭଜନ, କୀର୍ତ୍ତନ, ଜଣାଣ, ପ୍ରାର୍ଥନା ବେଳେ ଲାଉଡ୍‌ସ୍ପିକର ବ୍ୟବହାର କରିବା ଧର୍ମୀୟ ପରମ୍ପରା, ରୀତି, ନୀତି ଓ ସଂସ୍କୃତି ଆଧାରିତ ନୁହେଁ। ଗତ ଜାନୁଆରୀ ମାସରେ ବମ୍ବେ ହାଇକୋର୍ଟ ପୁଣି ସେଭଳି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ଶବ୍ଦ ପ୍ରଦୂଷଣ ନିୟମ ଓ କଟକଣାର ଉଲ୍ଲଙ୍ଘନ ହୁଏ, ତେବେ ଉଲ୍ଲଙ୍ଘନକାରୀଙ୍କୁ ପ୍ରଥମେ ଚେତାବନୀ, ଦ୍ୱିତୀୟ ଉଲ୍ଲଙ୍ଘନରେ ଜରିମାନା, ବାରମ୍ବାର ଉଲ୍ଲଙ୍ଘନ କଲେ ଲାଉଡ୍‌ସ୍ପିକର ଜବତ କରିବା ସହିତ ଲାଇସେନ୍ସ ବାତିଲ୍‌ କରାଯିବ। କିନ୍ତୁ ଏହି ନିର୍ଦ୍ଦେଶ, କଟକଣା ଓ ଆଇନର ଉଲ୍ଲଙ୍ଘନ କେତେ ହେଉଛି ତାହା ଆମେ ସମସ୍ତେ ଦେଖୁଥିଲେ ମଧ୍ୟ ଦଣ୍ଡବିଧାନ ହେଉ ନ ଥିବାରୁ ଶବ୍ଦର ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଏହିସବୁ ଅକୁହା ଯନ୍ତ୍ରଣା ସରକାର କିମ୍ବା ଅଦାଲତଙ୍କ ଦୃଷ୍ଟି ଏଡ଼ାଇ ଚାଲିଛି। ବିଜ୍ଞାନ ଯୁଗର ବିଡ଼ମ୍ବନା- ଏହି ଶବ୍ଦଘାତକର ଯୁଗଯନ୍ତ୍ରଣାରୁ କ’ଣ ସତରେ ମୁକ୍ତି ନାହିଁ!

ଦୀପ୍ତିମୟୀ ମହାପାତ୍ର
ଏଲ୍‌-୮୭୯, ଡୁମୁଡୁମା, ଭୁବନେଶ୍ୱର
ମୋ: ୭୯୭୮୦୩୮୭୯୯


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri