ଯାନବାହନର ଯନ୍ତ୍ରଣା

ପ୍ରତ୍ୟେକ ମୋଟରଯାନ ଯାହା ଦୁଇ, ତିନି, ଚାରି ବା ଅଧିକ ସଂଖ୍ୟକ ଚକବିଶିଷ୍ଟ ହୋଇଥାଉନା କାହିଁକି ତା’ର ଗୋଟିଏ ଚେସିସ୍‌ ନମ୍ବର ଥାଏ। ପୁନଶ୍ଚ ଗୋଟିଏ ଇଞ୍ଜିନ ନମ୍ବର ମଧ୍ୟ ଥାଏ। ଚେସିସ୍‌ ନମ୍ବରଟି ୧୭ ଅଙ୍କବିଶିଷ୍ଟ (ବର୍ଣ୍ଣମାଳା ସହ) ହୋଇଥିବା ବେଳେ ସାଧାରଣତଃ ଇଞ୍ଜିନ ନମ୍ବର ୧୧ରୁ ୧୭ ନମ୍ବର ଭିତରେ ହୋଇଥାଏ ଓ ଅଧିକାଂଶ ସମୟରେ କୋଡ୍‌ ମଧ୍ୟ ଥାଏ। ଚେସିସ୍‌ ନମ୍ବରକୁ VIN ଅର୍ଥାତ୍‌ ବାହନ ବା ଯାନ ଚିହ୍ନଟ ସଂଖ୍ୟା ମଧ୍ୟ କୁହାଯାଇଥାଏ। ଏହା ପ୍ରତ୍ୟେକ ଗାଡ଼ି ପାଇଁ ଅଲଗା ଅଲଗା। ଏହି ନମ୍ବରଟି ଗାଡ଼ିର ଚେସିସ୍‌ ଉପରେ ଖୋଦେଇ ହେଲାପରି ରହୁଥିବାରୁ ଏହା ସହଜରେ ଏପଟସେପଟ କରି ହୁଏନାହିଁ।
ସେହିପରି ଇଞ୍ଜିନ ନମ୍ବର ମଧ୍ୟ ମୌଳିକ ଅଟେ ଅର୍ଥାତ୍‌ ଏହା ସ୍ଥଳ ଓ କମ୍ପାନୀ ବିଶେଷରେ ୧୧ରୁ ୧୭ ଅଙ୍କବିଶିଷ୍ଟ ହୋଇଥାଏ। ଅନେକ କୋଡ୍‌ ମଧ୍ୟ ଥାଏ। ଏହାକୁ ବଦଳାଇବା କଷ୍ଟକର। ନୂଆ ଗାଡ଼ିଟିଏ କିଣିଲେ ତାକୁ ନିକଟସ୍ଥ ଗାଡ଼ି ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ପଞ୍ଜୀକୃତ କରିବାକୁ ପଡ଼ିଥାଏ। ପଞ୍ଜୀକରଣ ଦେୟ, ରୋଡ୍‌ ଟାକ୍ସ ଓ ଅନ୍ୟାନ୍ୟ ଟାକ୍ସ ସହିତ ପାଖାପାଖି ଗାଡ଼ିକିଣା ମୂଲ୍ୟର ୧୦ରୁ ୧୫% ଅର୍ଥ ଦେବାକୁ ପଡ଼ିଥାଏ। ଏହା ହିମାଚଳ ପ୍ରଦେଶରେ ସବୁଠାରୁ କମ୍‌ ଓ କର୍ନାଟକରେ ସବୁଠୁ ଅଧିକ।
ମେଟ୍ରୋ ସିଟିମାନଙ୍କରେ ଗାଡ଼ି ପାର୍କିଂ ଆଗୁଆ ୨୦୦୦ରୁ ୪୦୦୦ ପର୍ଯ୍ୟନ୍ତ ନିଆଯାଇଥାଏ। ପେଟ୍ରୋଲ ଅପେକ୍ଷା ଡିଜେଲ ଗାଡ଼ିର ଟାକ୍ସ ଅଧିକ ହୋଇଥାଏ। CNG ଗାଡ଼ିର ରୋଡ୍‌ ଟାକ୍ସ ସବୁଠାରୁ କମ୍‌ ଓ EV ଗାଡ଼ିର ଟାକ୍ସ ନ ଥାଏ। ଆମ ରାଜ୍ୟରେ ସାଧାରଣତଃ ଗାଡ଼ିର ଟାକ୍ସ କିଣାମୂଲ୍ୟର ୬ରୁ ୧୨%। ଏହାଛଡ଼ା ସାମୟିକ ପଞ୍ଜୀକରଣ ପାଇଁ ୧୨୦୦ରୁ ୧୫୦୦ ଟଙ୍କା ଲାଗିଥାଏ। ଏହାବାଦ୍‌ ଗାଡ଼ି ବୀମା ଲାଗି ରେଜିଷ୍ଟ୍ରେଶନ ଫି’ ୬୦୦, ଫାଷ୍ଟ ଟାଗ୍‌ ଚାର୍ଜ ୬୦୦, ହାଇପୋଥେକ୍ସନ ପାଇଁ ୧୫୦୦ ଓ ନମ୍ବର ପ୍ଲେଟ୍‌ ଲାଗି ୨୩୦ରୁ ୪୦୦ ଟଙ୍କା ପଡ଼ିଥାଏ। ଗୋଟିଏ ନୂଆ ଗାଡ଼ି କିଣିଲେ ଏହିପରି ଅନେକ ଟାକ୍ସ ପାଖାପାଖି ୫ରୁ ୬ ପ୍ରକାର ଦେବାକୁ ପଡ଼ିଥାଏ। ଗାଡ଼ି କିଣିବା ବେଳେ ବିକ୍ରିକର୍ତ୍ତା ତା’ର ସରକାରୀ ନିୟମାନୁଯାୟୀ ଜିଏସ୍‌ଟି, ସର୍‌ଚାର୍ଜ ଓ ଅନ୍ୟାନ୍ୟ ଚାର୍ଜ ଲଗାଇଥାଏ। ଏଠାରେ ମନେରଖିବାକୁ ପଡ଼ିବ ଯେ, ଅଧିକାଂଶ ବ୍ୟକ୍ତି ଗାଡ଼ିଟିଏ ନିଜର ଜୀବିକା ନିର୍ବାହ ପାଇଁ କିଣିଥାନ୍ତି। ଏହା ଲକ୍ସ୍ୟୁରି ବା ଆମୋଦପ୍ରମୋଦ ପାଇଁ ନୁହେଁ, ଆବଶ୍ୟକତା ଦୃଷ୍ଟିରୁ କିଣାଯାଇଥାଏ। ଗାଡ଼ି କିଣୁଥିବା ବ୍ୟକ୍ତିଙ୍କୁ ଗୋଟିଏ ଗାଈକୁ ଯେପରି ତା’ର ଚାରିଗୋଟି ଚିର (ପହ୍ନା)ରୁ କ୍ଷୀର ଲୁଟି ନିଆଯାଏ ସେହିପରି ପ୍ରଥମେ ଟାକ୍ସ ନିଆଯାଏ ସେ ରଖିଥିବା ଅର୍ଥରାଶିରୁ, ଯେଉଁଥିରେ କି ସିଏ ଗାଡ଼ିଟିଏ କିଣିବାକୁ ମନସ୍ଥ କରିଥାଏ। ଦ୍ୱିତୀୟରେ ସେ ଗାଡ଼ିର ମୂଲ୍ୟ ଓ ତହିଁରେ ଲାଗୁଥିବା କ୍ରୟକର, ଜିଏସ୍‌ଟି, ସର୍‌ଚାର୍ଜ ଇତ୍ୟାଦି ନେଇଥାଏ। ତୃତୀୟରେ ସେ ରେଜିଷ୍ଟ୍ରେଶନ, ରୋଡ୍‌ ଟାକ୍ସ ଓ ଇନ୍‌ସ୍ୟୁରାନ୍ସ ଇତ୍ୟାଦି ନେଇଥାଏ। ତା’ପରେ ଗାଡ଼ିର ପେଟ୍ରୋଲ, ଡିଜେଲ ପାଇଁ ଓ ଲାଗୁଥିବା ପାର୍ଟସ ଲାଗି ମଧ୍ୟ ଟାକ୍ସ ନେଇଥାଏ। ଏହା ଜଣେ ସାଧାରଣ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କୁ କିପରି ବାଧୁଥିବ ଅନୁମେୟ।
ବର୍ତ୍ତମାନ ଗାଡ଼ିଗୁଡ଼ିକ ପାଇଁ ଲାଗୁ ହୋଇଥିବା HSRP ପ୍ଲେଟ୍‌ ଲାଗି ହୋଇଥିବା ବ୍ୟବସ୍ଥା ଠିକ୍‌ ଜଣାପଡ଼େ, ମାତ୍ର ଏସବୁ ଯେବେଠୁ କାର୍ଯ୍ୟକାରୀ କରାଗଲା ସେଥିରେ ସୀମିତ ରହିବା ଉଚିତ। ଗତ ବର୍ଷମାନଙ୍କରେ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକ ପାଇଁ ଏହା ଲାଗୁ କରାଯିବା ଉଚିତ ନୁହେଁ। କାରଣ ଆଗାମୀ ଦିନରେ EV ଯାନ ଅଧିକ ଚାଲିବ ଓ ପୁରୁଣାକାଳିଆ ଗାଡ଼ି ଏବଂ ୧୫ ବର୍ଷରୁ ଅଧିକ ଗାଡ଼ିସବୁ ବନ୍ଦ ହୋଇଯିବ। ପୁରୁଣାଗାଡ଼ିକୁ ତ ଏବେ ଏମିତି ବିକ୍ରିକଲେ କେହି କିଣୁନାହାନ୍ତି ଓ ଖୁବ୍‌ କମ୍‌ ଦାମ୍‌ରେ ନେଉଛନ୍ତି। ତାକୁ ଚୋରି କରିବା ପାଇଁ ଗାଡ଼ି ଚୋରମାନେ ଆଗ୍ରହୀ ହେବେନାହିଁ। ସେ ମଧ୍ୟରୁ ଅନେକ ଗାଡ଼ି ମଧ୍ୟ ଚାଲିବା ଅବସ୍ଥାରେ ନାହିଁ। କିଛି ଗାଡ଼ି ଅଛି, ଯାହାର କି ରେଜିଷ୍ଟ୍ରେଶନ ନବୀକରଣ କରିଲେ ଜରିମାନା ସହ ଗାଡ଼ିର ମୂଲ୍ୟଠାରୁ ଅଧିକ ହୋଇଯିବ। ଏହାସହିତ ପୋଲିସ ଜବତ କରିଥିବା ଗାଡ଼ିସବୁ କିପରି ଦାୟିତ୍ୱହୀନତାରୁ ଖତ ଖାଉଥାଏ ତାହା ପ୍ରତ୍ୟେକ ଥାନା, ବନ ବିଭାଗ ଅଫିସ ଓ ଅବକାରୀ କାର୍ଯ୍ୟାଳୟ ଆଗରେ ଦୃଶ୍ୟମାନ। ସେହି ଗାଡ଼ିସବୁ ସେ ମାଲିକମାନେ ଫେରିପାଇବା ବେଳକୁ ସେଥିରେ ଆଉ କିଛି ନ ଥାଏ , ଯଦି ଥାଏ କେବଳ ନମ୍ବର ପ୍ଲେଟ୍‌।
ପ୍ରଥମରୁ ଦର୍ଶାଯାଇଥିବା ଦୁଇଟି ନମ୍ବର ଛଡ଼ା ଗାଡ଼ି ପାଇଁ ଆଉ ଏକ ରେଜିଷ୍ଟ୍ରେଶନ ନମ୍ବର ଦରକାର ନ ଥିବା ପରି ଜଣାପଡ଼େ। ଯଦିବା ନିୟମ ଓ ଆଇନ ଅନୁସାରେ ଦରକାର ତା’ହେଲେ ଯେ ଗୋଟିଏ ବା ଦୁଇଟି ପ୍ଲେଟ୍‌ରେ ଲେଖି ମାରିଥିଲେ ହବ ନ ହେଲେ ନାହିଁ , ଏପରି ନୁହେଁ। ଏହି ଅତ୍ୟାଧୁନିକ ବିଜ୍ଞାନ ଓ କାରିଗରି ଯୁଗରେ କୌଣସି ବିଶେଷ ଉପାୟ ବାହାର କରିବା ଦରକାର, ଯେଉଁଥିରେ କି ନମ୍ବରଟି ଚେସିସ୍‌ ଓ ଇଞ୍ଜିନ ନମ୍ବର ସହ ତାଳ ଦେଇ ହେଉଥିବ ଏବଂ ଗାଡ଼ିର କୌଣସି ଭଲ ଦୃଶ୍ୟମାନ ଅଂଶରେ ବା ଏକାଧିକ ସ୍ଥାନରେ ସ୍ଥାୟୀ ଭାବେ ଲେଖିହେବ, ଯେମିତି କି ଚେସିସ୍‌ ଓ ଇଞ୍ଜିନ ନମ୍ବର ଲେଖାଯାଇଛି। ଏବେ ଭାରତ ସରକାରଙ୍କ ତରଫରୁ ଏକ BH ଥାଇ ସବୁ ରାଜ୍ୟ ପାଇଁ ନମ୍ବର ପ୍ଲେଟ୍‌ ଜାରି କରାଯାଇଥିବା ଜଣାପଡ଼ିଛି, ଯାହା ଏକ ଭଲ ଉଦ୍ୟମ।
ଗାଡ଼ି ଯାଞ୍ଚ ଓ ଜରିମାନା ବ୍ୟବସ୍ଥା ପୋଲିସ ଏବଂ ପରିବହନ ବିଭାଗ ହାତରୁ କାଢ଼ି ଅନ୍ୟ ଏକ ସ୍ବତନ୍ତ୍ର ସଚ୍ଚୋଟ ବିଭାଗ ହାତରେ ଦେବା ଉଚିତ। ମାତ୍ର ଏବେ ସଚ୍ଚୋଟ ବିଭାଗ ପାଇବା ମୁସ୍କିଲ। କାରଣ ପୋଲିସମାନେ ହିଁ ଅଧିକମାତ୍ରାରେ ଯାନବାହନ ଆଇନର ଉଲ୍ଲଂଘନ କରିଥାନ୍ତି ଓ ନମ୍ବର ପ୍ଲେଟ୍‌ରେ ପୋଲିସର ଚିହ୍ନ ଏବଂ ରଙ୍ଗ ଲଗାଇଥାନ୍ତି। ପରିବହନ ବିଭାଗ ମଧ୍ୟ ଏହିପ୍ରକାର ବେନିୟମ କାମ ଓ ଦୁର୍ନୀତିରେ ଥିଲା ବେଳେ ଏବେ ସେଥିରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ। ଆଗରୁ ସମସ୍ତ ପରିବହନ କାର୍ଯ୍ୟାଳୟ ଦଲାଲଶ୍ରେଣୀୟ ଲୋକଙ୍କ ଦଖଲରେ ଥିଲା। କାମଟିଏ କରିବାକୁ ଗଲେ ଶହେ ସଲାମ୍‌ ଠୁକିବାକୁ ପଡ଼ୁଥିଲା।

  • ରାମଚନ୍ଦ୍ର ରାଉତ
    ମୋ-୮୨୪୯୦୮୭୯୯୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?