ମଣ୍ଡିରୁ ଉଠୁନାହିଁ ଧାନ

ନୂଆପଡ଼ା ଅଫିସ୍‌,୧୧।୧୨: ନୂଆପଡ଼ା ଜିଲାରେ ମଣ୍ଡି ଖୋଲିବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ଧାନ ଉଠାଯାଇ ନାହିଁ। ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ମୋହରାଡିହି ମଣ୍ଡିରେ ୮୫ଜଣ ଚାଷୀଙ୍କ ୧୦ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ ମଣ୍ଡିରେ ପଡି ରହିଛି। ଆଜକୁ ପ୍ରାୟ ୧୦ ଦିନରୁ ଊର୍ଦ୍ଧ୍ୱ ହେବ କାହାର ଦେଖା ନାହିଁ। ମିଲର୍ସ କିମ୍ବା ବିଭାଗୀୟ ଅଧିକାରୀ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମୋହରାଡିହିକୁ ଯିବା ପାଇଁ ରାସ୍ତା ନାହିଁ। ଗତ ବର୍ଷାଋତୁରେ ଲଘୁଚାପଜନିତ ଲଗାଣ ବର୍ଷାରେ ସାରାବଙ୍ଗ ପୋଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ତାହା ବିପଦସଙ୍କୁଳ ଥିବାରୁ ପ୍ରଶାସନ ପକ୍ଷରୁ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ମୋହରାଡିହିକୁ ଗାଡି ଯିବା ପାଇଁ ରାସ୍ତା ନାହିଁ। ଫଳରେ ଧାନ ଉଠିବାରେ ସମସ୍ୟା ହୋଇଛି। ପ୍ରଶାସନ ଜାଣି ମଧ୍ୟ କାହିଁକି ମଣ୍ଡି କରିଛି ବୋଲି ପ୍ରଶ୍ନ ଉଠୁଛି। ଅନ୍ୟ ସ୍ଥାନରେ ମଣ୍ଡି କରିବା କଥା। ତାହା ନ କରି ଜାଣିଶୁଣି ଚାଷୀଙ୍କୁ ପ୍ରଶାସନ ହଇରାଣ କରୁଛି। ଶୀତକାକରରେ ମଣ୍ଡିରେ ଧାନ ରଖି ଦିନରାତି ଜଗି ବସିଛନ୍ତି ଚାଷୀ। କେବଳ ମୋହରାଡିହି ମଣ୍ଡି ନୁହେଁ, ଜିଲାର ୭୨ଟି ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ସ୍ଥାନେ ସ୍ଥାନେ ସ୍ବଳ୍ପ ବୃଷ୍ଟିପାତ ହେବା ସହ ଆକାଶରେ ମେଘାଛନ୍ନ ଦେଖି ଚାଷୀ ଚିନ୍ତାରେ ବସିଛନ୍ତି। ପ୍ରଶାସନ ପକ୍ଷରୁ ଚଟାଣ ନିର୍ମାଣ କରାଯାଇ ନ ଥିବାରୁ ଧାନକୁ ସୁରକ୍ଷିତ ଭାବରେ ରଖିପାରୁ ନାହାନ୍ତି। ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ତ୍ରିପାଲ କିମ୍ବା ପଲିଥିନ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣିରେ ଭିଜି ଧାନ ଗଜା ହେବାର ସମ୍ଭାବନା ରହିଛି। ନୂଆପଡା ଜିଲାର ଚାଷୀଙ୍କ ସମସ୍ୟା କେବେ ଅନ୍ତ ହେଉ ନାହିଁ। ଠିକ୍‌ ଧାନ ଅମଳ ହେଲାବେଳକୁ ଅଭାବି ବିକ୍ରୀର ଶିକାର ହେଉଛନ୍ତି। ନିଜ ଉପାର୍ଜିତ ଅମଳ ଧାନକୁ ମଧ୍ୟ ଚାଷୀ ସୂଚାରୁ ରୂପେ ବିକ୍ରୟ କରିପାରୁ ନାହାନ୍ତି। ଚାଷୀ ଉଚିତ ମୂଲ୍ୟ ପାଇବା ସହ ସୁବିଧାରେ ଧାନ ବିକ୍ରୟ କରିପାରିବେ ବୋଲି ସରକାର ମଣ୍ଡିର ବ୍ୟବସ୍ଥା କରିଥିଲେ ହେଁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବିନା କଟନୀ ଛଟନୀରେ ଧାନ ଉଠାଯାଉନାହିଁ। ମଣ୍ଡିରେ ମିଲର୍ସଙ୍କ ରାଜ ଚାଳିଛି। ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ରଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ସବୁ ମଣ୍ଡିର ଧାନ ଉଠିଯିବ। ମୋହରାଡିହି ପାଇଁ ରାସ୍ତା ନାହିଁ। ତାହାର ବିକଳ୍ପ ବ୍ୟବସ୍ଥା କରୁଛୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri