ମଣ୍ଡିରୁ ଉଠୁନାହିଁ ଧାନ

ନୂଆପଡ଼ା ଅଫିସ୍‌,୧୧।୧୨: ନୂଆପଡ଼ା ଜିଲାରେ ମଣ୍ଡି ଖୋଲିବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ଧାନ ଉଠାଯାଇ ନାହିଁ। ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ମୋହରାଡିହି ମଣ୍ଡିରେ ୮୫ଜଣ ଚାଷୀଙ୍କ ୧୦ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ ମଣ୍ଡିରେ ପଡି ରହିଛି। ଆଜକୁ ପ୍ରାୟ ୧୦ ଦିନରୁ ଊର୍ଦ୍ଧ୍ୱ ହେବ କାହାର ଦେଖା ନାହିଁ। ମିଲର୍ସ କିମ୍ବା ବିଭାଗୀୟ ଅଧିକାରୀ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମୋହରାଡିହିକୁ ଯିବା ପାଇଁ ରାସ୍ତା ନାହିଁ। ଗତ ବର୍ଷାଋତୁରେ ଲଘୁଚାପଜନିତ ଲଗାଣ ବର୍ଷାରେ ସାରାବଙ୍ଗ ପୋଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ତାହା ବିପଦସଙ୍କୁଳ ଥିବାରୁ ପ୍ରଶାସନ ପକ୍ଷରୁ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ମୋହରାଡିହିକୁ ଗାଡି ଯିବା ପାଇଁ ରାସ୍ତା ନାହିଁ। ଫଳରେ ଧାନ ଉଠିବାରେ ସମସ୍ୟା ହୋଇଛି। ପ୍ରଶାସନ ଜାଣି ମଧ୍ୟ କାହିଁକି ମଣ୍ଡି କରିଛି ବୋଲି ପ୍ରଶ୍ନ ଉଠୁଛି। ଅନ୍ୟ ସ୍ଥାନରେ ମଣ୍ଡି କରିବା କଥା। ତାହା ନ କରି ଜାଣିଶୁଣି ଚାଷୀଙ୍କୁ ପ୍ରଶାସନ ହଇରାଣ କରୁଛି। ଶୀତକାକରରେ ମଣ୍ଡିରେ ଧାନ ରଖି ଦିନରାତି ଜଗି ବସିଛନ୍ତି ଚାଷୀ। କେବଳ ମୋହରାଡିହି ମଣ୍ଡି ନୁହେଁ, ଜିଲାର ୭୨ଟି ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ସ୍ଥାନେ ସ୍ଥାନେ ସ୍ବଳ୍ପ ବୃଷ୍ଟିପାତ ହେବା ସହ ଆକାଶରେ ମେଘାଛନ୍ନ ଦେଖି ଚାଷୀ ଚିନ୍ତାରେ ବସିଛନ୍ତି। ପ୍ରଶାସନ ପକ୍ଷରୁ ଚଟାଣ ନିର୍ମାଣ କରାଯାଇ ନ ଥିବାରୁ ଧାନକୁ ସୁରକ୍ଷିତ ଭାବରେ ରଖିପାରୁ ନାହାନ୍ତି। ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ତ୍ରିପାଲ କିମ୍ବା ପଲିଥିନ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣିରେ ଭିଜି ଧାନ ଗଜା ହେବାର ସମ୍ଭାବନା ରହିଛି। ନୂଆପଡା ଜିଲାର ଚାଷୀଙ୍କ ସମସ୍ୟା କେବେ ଅନ୍ତ ହେଉ ନାହିଁ। ଠିକ୍‌ ଧାନ ଅମଳ ହେଲାବେଳକୁ ଅଭାବି ବିକ୍ରୀର ଶିକାର ହେଉଛନ୍ତି। ନିଜ ଉପାର୍ଜିତ ଅମଳ ଧାନକୁ ମଧ୍ୟ ଚାଷୀ ସୂଚାରୁ ରୂପେ ବିକ୍ରୟ କରିପାରୁ ନାହାନ୍ତି। ଚାଷୀ ଉଚିତ ମୂଲ୍ୟ ପାଇବା ସହ ସୁବିଧାରେ ଧାନ ବିକ୍ରୟ କରିପାରିବେ ବୋଲି ସରକାର ମଣ୍ଡିର ବ୍ୟବସ୍ଥା କରିଥିଲେ ହେଁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବିନା କଟନୀ ଛଟନୀରେ ଧାନ ଉଠାଯାଉନାହିଁ। ମଣ୍ଡିରେ ମିଲର୍ସଙ୍କ ରାଜ ଚାଳିଛି। ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ରଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ସବୁ ମଣ୍ଡିର ଧାନ ଉଠିଯିବ। ମୋହରାଡିହି ପାଇଁ ରାସ୍ତା ନାହିଁ। ତାହାର ବିକଳ୍ପ ବ୍ୟବସ୍ଥା କରୁଛୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri