ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ

ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା):  କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳରେ ରାଜ୍ୟ ବାହାର ପରିବହନ ଠିକାସଂସ୍ଥାକୁ ଅଧିକ ପ୍ରାଧାନ୍ୟ ମିଳିଥିବାରୁ ସ୍ଥାନୀୟ ତଥା ଶିଳ୍ପ ବିସ୍ଥାପିତ ଟ୍ରକ ମାଲିକମାନେ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସ୍ଥାନୀୟ ଗାଡ଼ି ମାଲିକଙ୍କ ରୋଜଗାରକୁ ବନ୍ଦ କରିବାର ଚକ୍ରାନ୍ତ ଏଠାରେ ଏକ ପ୍ରକାର ସଫଳ ହୋଇଛି। ଏଥିରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଅଭିଯୋଗ କରାଯାଇଛି। ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ହୋଇଥିବା ଶିଳ୍ପାୟନରୁ ବହୁ ପରିବାର ବିସ୍ଥାପିତ ଜମିହରା ହୋଇଛନ୍ତି । କ୍ଷତିପୂରଣ ପାଇବାରେ ପ୍ରତାରିତ ହେବା ସହ ଥଇଥାନରେ ସେମାନେ ଉପେକ୍ଷିତ ହୋଇଛନ୍ତି । ଶିଳ୍ପ, କାରଖାନା ଓ ଖଣି ଯୋଗୁ ପରିବେଶ ଓ ଚାଷବାଷ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଦୁଃଖ ନା ଶିଳ୍ପ ସଂସ୍ଥା ଶୁଣିଛନ୍ତି ନା ପ୍ରଶାସନ ସେମାନଙ୍କ ସହାୟ ହୋଇଛି । ଓଲଟା ପ୍ରତିବାଦ କଲେ ପ୍ରଶାସନ ଓ ପୋଲିସ ଶିଳ୍ପ ସଂସ୍ଥା ସପକ୍ଷରେ ଛିଡା ହୋଇଛନ୍ତି । ଫଳରେ ବିସ୍ଥାପିତ ହୋଇ ଯେଉଁ କ୍ଷତିପୂରଣ ଟଙ୍କା ମିଳିଥିଲା ସେଥିରେ ଗାଡ଼ି ଖଣ୍ଡେ କରି ଜୀବିକା ନିର୍ବାହ ଆଶା ମଧ୍ୟ ଫସର ଫାଟିଛି ବୋଲି ମତ ପ୍ରକାଶ ପାଇଛି।
ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଥିଲା । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ କମ ଆକଳନ କରାଯାଇଥିଲା। ବହୁ ଦାବି ପରେ ସାରଦ-୨ କିସମ ଜମିର ମୂଲ୍ୟ ଏକର ପ୍ରତି ୧ ଲକ୍ଷ ୫୭ ହଜାର ଟଙ୍କା ଓ ପତିତ ଜମିର ମୂଲ୍ୟ ୧ ଲକ୍ଷ ଟଙ୍କା ମାତ୍ର ଚାଷୀ ପାଇଥିଲେ ା ଏହିକ୍ରମରେ ଇଡ୍‌କୋ ଜରିଆରେ କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ୯ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ଆବଣ୍ଟନ କରାଯାଇଛି। ଲୋକଙ୍କ ଜମିରେ ଏକଧିକ ବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। କିନ୍ତୁ ଜମିହରାମାନେ ସର୍ବହରା ହୋଇ ନିଯୁକ୍ତି କିମ୍ବା ଅତିରିକ୍ତ କ୍ଷତିପୂରଣ ପାଇଁ ଅନଶନ, ଧାରଣା, ଆନ୍ଦୋଳନ କରୁଥିଲେ ବି ସରକାର କର୍ଣ୍ଣପାତ କରୁନାହାନ୍ତି। ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ମଧ୍ୟରେ ସଂପୃକ୍ତ ଶିଳ୍ପ କମ୍ପାନୀ ଅତିରିକ୍ତ ସହାୟତା ପ୍ରଦାନ କରି ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହା କଳିଙ୍ଗନଗର ଅଞ୍ଚଳରେ ଏବେ ଜମିହରାମାନଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ଅନ୍ୟପକ୍ଷେ ଯେଉଁ ଜମିହରାମାନେ ଚାକିରୀ ନ କରି ଟ୍ରକ କିମ୍ବା ଅନ୍ୟ ଗାଡି କିଣି ବ୍ୟବସାୟ କରିବାକୁ ଚାହିଁଲେ ତାହା ବି ହେଲା ନାହିଁ। ଖଣି ଓ ଶିଳ୍ପରେ ପରିବହନ ପାଇଁ ରାଜ୍ୟ ବାହାରର ଟ୍ରକ ମାଲିକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ସମୟରେ ଟ୍ରକ ମାଲିକମାନେ ଆନ୍ଦୋଳନ ଦାବି କରି ଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଫଳରେ ୨ ହଜାରରୁ ଊର୍ଦ୍ଧ୍ୱ ଜମିହରା, ବିସ୍ଥାପିତମାନେ ସେମାନଙ୍କ ଟ୍ରକଗୁଡିକୁ ବିକ୍ରୀ କରି ଦେଇଥିବା ଏବେ ସୂଚନା ମିଳିଛି। ସେମାନଙ୍କ ପରିବାରବର୍ଗ ବହୁ ଅଭାବ ଅନଟନରେ କାଳାତିପାତ କରୁଥିବା ମତପ୍ରକାଶ ପାଇଛି। ଏବେ ବି କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ବାହାରର ଗାଡ଼ିଗୁଡିକ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ସ୍ଥାନୀୟ ନିଯୁକ୍ତି ତ ବହୁ ଦୂରର କଥା ବ୍ୟବସାୟ କରିବାକୁ ମଧ୍ୟ ବାହାର ଲୋକଙ୍କୁ ଅଧିକ ସୁବିଧା ମିଳୁଥିବା ମତପ୍ରକାଶ ପାଇଛି। ଜୋରଜବରଦସ୍ତ ଜମି ଅଧିଗ୍ରହଣ ପାଇଁ କଳିଙ୍ଗନଗର ଆଦିବାସୀଙ୍କୁ ବନ୍ଧୁକ ମୁନରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି।ଏହାକୁ ନେଇ ଦୀର୍ଘଦିନ ଧରି ଲୋକଙ୍କ ମଧ୍ୟରେ ରହିଥିବା ରାଗ ଓ ଆକ୍ରୋଶ ଉଗ୍ରରୂପ ନେବାରେ ଲାଗିଛି। ନିକଟରେ କେତେକ କାରଖାନା ଫାଟକରେ ତାଲା ପଡିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଗକୁ ଏଭଳି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କେତେକ ସଂଗଠନ ପକ୍ଷରୁ ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ମା ହିଙ୍ଗୁଳା ଟ୍ରକ ଆସୋସିଏଶନର ସଭାପତି ରାଜେନ୍ଦ୍ର କୁମାର ସାମଲ କୁହନ୍ତି,ରାଜ୍ୟ ବାହାରର ପରିବହନ ସଂସ୍ଥା, କାରଖାନା କର୍ତ୍ତୃପକ୍ଷ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଗାଡ଼ି ମାଲିକମାନଙ୍କୁ ଉପେକ୍ଷା କରିଥିଲେ। ଏପରି କି ଆନ୍ଦୋଳନ କରିବାକୁ ଗଲେ ପୋଲିସର ଭୟ ଦେଖାଇଲେ। ଫଳରେ ସ୍ଥାନୀୟ ବିସ୍ଥାପିତ ଗାଡ଼ି ମାଲିକମାନେ କାମଧନ୍ଦା ନ ପାଇ ଗାଡ଼ି ବିକ୍ରୀ କରିବାକୁ ବାଧ୍ୟ ହେଲେ। ଏହାସହ କିସ୍ତୀ ଦେଇ ନ ପାରି କେତେକ ଋଣ ଲଗାଣକାରୀ ସଂସ୍ଥା ଗାଡ଼ିଗୁଡିକୁ ଟାଣି ନେଇଥିଲେ। ଏବେ ଜମିହରା ଓ ବିସ୍ଥାପିତମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri