ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ

ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା):  କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳରେ ରାଜ୍ୟ ବାହାର ପରିବହନ ଠିକାସଂସ୍ଥାକୁ ଅଧିକ ପ୍ରାଧାନ୍ୟ ମିଳିଥିବାରୁ ସ୍ଥାନୀୟ ତଥା ଶିଳ୍ପ ବିସ୍ଥାପିତ ଟ୍ରକ ମାଲିକମାନେ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସ୍ଥାନୀୟ ଗାଡ଼ି ମାଲିକଙ୍କ ରୋଜଗାରକୁ ବନ୍ଦ କରିବାର ଚକ୍ରାନ୍ତ ଏଠାରେ ଏକ ପ୍ରକାର ସଫଳ ହୋଇଛି। ଏଥିରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଅଭିଯୋଗ କରାଯାଇଛି। ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ହୋଇଥିବା ଶିଳ୍ପାୟନରୁ ବହୁ ପରିବାର ବିସ୍ଥାପିତ ଜମିହରା ହୋଇଛନ୍ତି । କ୍ଷତିପୂରଣ ପାଇବାରେ ପ୍ରତାରିତ ହେବା ସହ ଥଇଥାନରେ ସେମାନେ ଉପେକ୍ଷିତ ହୋଇଛନ୍ତି । ଶିଳ୍ପ, କାରଖାନା ଓ ଖଣି ଯୋଗୁ ପରିବେଶ ଓ ଚାଷବାଷ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଦୁଃଖ ନା ଶିଳ୍ପ ସଂସ୍ଥା ଶୁଣିଛନ୍ତି ନା ପ୍ରଶାସନ ସେମାନଙ୍କ ସହାୟ ହୋଇଛି । ଓଲଟା ପ୍ରତିବାଦ କଲେ ପ୍ରଶାସନ ଓ ପୋଲିସ ଶିଳ୍ପ ସଂସ୍ଥା ସପକ୍ଷରେ ଛିଡା ହୋଇଛନ୍ତି । ଫଳରେ ବିସ୍ଥାପିତ ହୋଇ ଯେଉଁ କ୍ଷତିପୂରଣ ଟଙ୍କା ମିଳିଥିଲା ସେଥିରେ ଗାଡ଼ି ଖଣ୍ଡେ କରି ଜୀବିକା ନିର୍ବାହ ଆଶା ମଧ୍ୟ ଫସର ଫାଟିଛି ବୋଲି ମତ ପ୍ରକାଶ ପାଇଛି।
ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଥିଲା । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ କମ ଆକଳନ କରାଯାଇଥିଲା। ବହୁ ଦାବି ପରେ ସାରଦ-୨ କିସମ ଜମିର ମୂଲ୍ୟ ଏକର ପ୍ରତି ୧ ଲକ୍ଷ ୫୭ ହଜାର ଟଙ୍କା ଓ ପତିତ ଜମିର ମୂଲ୍ୟ ୧ ଲକ୍ଷ ଟଙ୍କା ମାତ୍ର ଚାଷୀ ପାଇଥିଲେ ା ଏହିକ୍ରମରେ ଇଡ୍‌କୋ ଜରିଆରେ କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ୯ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ଆବଣ୍ଟନ କରାଯାଇଛି। ଲୋକଙ୍କ ଜମିରେ ଏକଧିକ ବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। କିନ୍ତୁ ଜମିହରାମାନେ ସର୍ବହରା ହୋଇ ନିଯୁକ୍ତି କିମ୍ବା ଅତିରିକ୍ତ କ୍ଷତିପୂରଣ ପାଇଁ ଅନଶନ, ଧାରଣା, ଆନ୍ଦୋଳନ କରୁଥିଲେ ବି ସରକାର କର୍ଣ୍ଣପାତ କରୁନାହାନ୍ତି। ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ମଧ୍ୟରେ ସଂପୃକ୍ତ ଶିଳ୍ପ କମ୍ପାନୀ ଅତିରିକ୍ତ ସହାୟତା ପ୍ରଦାନ କରି ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହା କଳିଙ୍ଗନଗର ଅଞ୍ଚଳରେ ଏବେ ଜମିହରାମାନଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ଅନ୍ୟପକ୍ଷେ ଯେଉଁ ଜମିହରାମାନେ ଚାକିରୀ ନ କରି ଟ୍ରକ କିମ୍ବା ଅନ୍ୟ ଗାଡି କିଣି ବ୍ୟବସାୟ କରିବାକୁ ଚାହିଁଲେ ତାହା ବି ହେଲା ନାହିଁ। ଖଣି ଓ ଶିଳ୍ପରେ ପରିବହନ ପାଇଁ ରାଜ୍ୟ ବାହାରର ଟ୍ରକ ମାଲିକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ସମୟରେ ଟ୍ରକ ମାଲିକମାନେ ଆନ୍ଦୋଳନ ଦାବି କରି ଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଫଳରେ ୨ ହଜାରରୁ ଊର୍ଦ୍ଧ୍ୱ ଜମିହରା, ବିସ୍ଥାପିତମାନେ ସେମାନଙ୍କ ଟ୍ରକଗୁଡିକୁ ବିକ୍ରୀ କରି ଦେଇଥିବା ଏବେ ସୂଚନା ମିଳିଛି। ସେମାନଙ୍କ ପରିବାରବର୍ଗ ବହୁ ଅଭାବ ଅନଟନରେ କାଳାତିପାତ କରୁଥିବା ମତପ୍ରକାଶ ପାଇଛି। ଏବେ ବି କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ବାହାରର ଗାଡ଼ିଗୁଡିକ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ସ୍ଥାନୀୟ ନିଯୁକ୍ତି ତ ବହୁ ଦୂରର କଥା ବ୍ୟବସାୟ କରିବାକୁ ମଧ୍ୟ ବାହାର ଲୋକଙ୍କୁ ଅଧିକ ସୁବିଧା ମିଳୁଥିବା ମତପ୍ରକାଶ ପାଇଛି। ଜୋରଜବରଦସ୍ତ ଜମି ଅଧିଗ୍ରହଣ ପାଇଁ କଳିଙ୍ଗନଗର ଆଦିବାସୀଙ୍କୁ ବନ୍ଧୁକ ମୁନରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି।ଏହାକୁ ନେଇ ଦୀର୍ଘଦିନ ଧରି ଲୋକଙ୍କ ମଧ୍ୟରେ ରହିଥିବା ରାଗ ଓ ଆକ୍ରୋଶ ଉଗ୍ରରୂପ ନେବାରେ ଲାଗିଛି। ନିକଟରେ କେତେକ କାରଖାନା ଫାଟକରେ ତାଲା ପଡିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଗକୁ ଏଭଳି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କେତେକ ସଂଗଠନ ପକ୍ଷରୁ ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ମା ହିଙ୍ଗୁଳା ଟ୍ରକ ଆସୋସିଏଶନର ସଭାପତି ରାଜେନ୍ଦ୍ର କୁମାର ସାମଲ କୁହନ୍ତି,ରାଜ୍ୟ ବାହାରର ପରିବହନ ସଂସ୍ଥା, କାରଖାନା କର୍ତ୍ତୃପକ୍ଷ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଗାଡ଼ି ମାଲିକମାନଙ୍କୁ ଉପେକ୍ଷା କରିଥିଲେ। ଏପରି କି ଆନ୍ଦୋଳନ କରିବାକୁ ଗଲେ ପୋଲିସର ଭୟ ଦେଖାଇଲେ। ଫଳରେ ସ୍ଥାନୀୟ ବିସ୍ଥାପିତ ଗାଡ଼ି ମାଲିକମାନେ କାମଧନ୍ଦା ନ ପାଇ ଗାଡ଼ି ବିକ୍ରୀ କରିବାକୁ ବାଧ୍ୟ ହେଲେ। ଏହାସହ କିସ୍ତୀ ଦେଇ ନ ପାରି କେତେକ ଋଣ ଲଗାଣକାରୀ ସଂସ୍ଥା ଗାଡ଼ିଗୁଡିକୁ ଟାଣି ନେଇଥିଲେ। ଏବେ ଜମିହରା ଓ ବିସ୍ଥାପିତମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri