Posted inରାଜ୍ୟ

ଘର ମାଲିକଙ୍କୁ ଠକି ବନ୍ଧା ହେଲେ

ଭୁବନେଶ୍ୱର,୨୫ା୮(ସୂର୍ଯ୍ୟକାନ୍ତ ବେହେରା): ମାଛ ବ୍ୟବସାୟୀର ପରିଚୟ ଦେଇ ଘର ଭଡ଼ା ନେଉଥିଲେ। ଘର ମାଲିକଙ୍କ ମନରେ ବିଶ୍ୱାସ ଜନ୍ମାଇ ପ୍ରଥମେ ଧାର ଟଙ୍କା ନେଇ ଠିକ୍‌ ସମୟରେ ଶୁଝୁଥିଲେ। ପରେ ମାଲିକଙ୍କ ନିକଟତର ହୋଇ ଅଧିକ ଟଙ୍କା ଧାର ନେଇ ଆଉ ଫେରାଉ ନ ଥିଲେ। ଏହିଭଳି ଏକାଧିକ ଥର ମାଲିକାଣୀ ଓ ମାଲିକଙ୍କୁ ଜାଲରେ ପକାଇ ଠକୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଜଙ୍କିଆ ଥାନା ଅଞ୍ଚଳର ତପନ କୁମାର ଦଳେଇ ଓରଫ ଟୁଲୁ। ଖଣ୍ଡଗିରି ଥାନା ଅଞ୍ଚଳରେ ହରପ୍ରିୟା ପାତ୍ର ନାମୀ ଜଣେ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ପୋଲିସ ତପନଙ୍କୁ ଗିରଫ କରିଛି। ପୂର୍ବରୁ ତପନ ଶିରିପୁର ଅଞ୍ଚଳରେ ଭଡ଼ାରେ ରହି ଜଣେ ବ୍ୟକ୍ତିଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକିଥିବା ମଧ୍ୟ ଅଭିଯୋଗ ଆସିଛି।
ସୂଚନା ଅନୁସାରେ ଗତ ଜୁଲାଇ ମାସରେ ତପନ ନିଜକୁ ଜଣେ ବଡ଼ ମାଛ ବ୍ୟବସାୟୀ ପରିଚୟ ଦେଇ ସୁଆଙ୍ଗ ଗ୍ରାମରେ ହରପ୍ରିୟାଙ୍କ ଘର ଭଡ଼ା ସୂତ୍ରରେ ନେଇଥିଲେ। ତପନ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସାଥିରେ ରଖୁଥିଲେ। ଜୁଲାଇ ୨୫ରେ ତପନ ମାଛ ବ୍ୟବସାୟ ପାଇଁ ୫ଲକ୍ଷ ଆବଶ୍ୟକ ଅଛି ବୋଲି କହି ଘର ମାଲିକାଣୀ ହରପ୍ରିୟାଙ୍କୁ ଧାର ମାଗିଥିଲେ। ହରପ୍ରିୟା ବିନା କାଗଜପତ୍ରରେ ୫ଲକ୍ଷ ଟଙ୍କା ଧାର ଦେଇଥିଲେ। ଦୁଇ ଦିନ ଭିତରେ ତପନ ୫ ଲକ୍ଷ ଟଙ୍କା ସହ ଅଧିକ ୨୦ହଜାର ଟଙ୍କା ମିଶାଇ ହରପ୍ରିୟାଙ୍କୁ ଶୁଝି ଦେଇଥିଲେ। ଟଙ୍କା ଶୁଝିବାର ଦୁଇ ଦିନ ପରେ ପୁଣି ୧୦ଲକ୍ଷ ଟଙ୍କା ଧାର ମାଗିଥିଲେ। ଏପରି କି ଅଧିକ ୪୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ବିଶ୍ୱାସ କରି ହରପ୍ରିୟା ୫ ଲକ୍ଷ ଟଙ୍କା ଫିକ୍ସ ବଣ୍ଡ ଭାଙ୍ଗିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆଉ ୫ଲକ୍ଷ ଆଣି ଏପରି ୧୦ ଲକ୍ଷ ଟଙ୍କା ତପନଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ତପନ ରାତାରାତି ହରପ୍ରିୟାଙ୍କ ଘର ଛାଡ଼ି ଚାଲି ଯାଇଥିଲେ। ଟଙ୍କା ଶୁଝିବା ସମୟ ଗଡି ଯାଇଥିଲେ ମଧ୍ୟ ତପନ ଭଡ଼ା ଘରକୁ ଫେରି ନ ଥିଲେ। ହରପ୍ରିୟା ତାଙ୍କୁ ଫୋନ୍‌ କରିବାରୁ ସେ ଘରକୁ ଫେରିଲେ ଟଙ୍କା ଦେବେ ବୋଲି କହିଥିଲେ। ଠକେଇର ଶିକାର ହେବା ଜାଣି ହରପ୍ରିୟା ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri