ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ

ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍‌ ବହିର୍ବିଭାଗ (ଓପିଡି), ଟ୍ରମା କେୟାର ସେଣ୍ଟର, ବର୍ନ ୟୁନିଟ୍‌ ରହିବ। ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି। ଏଥିସହ ପ୍ରସ୍ତାବିତ ଜିଲା ସ୍ବାସ୍ଥ୍ୟକେନ୍ଦ୍ରର ଫଟୋଚିତ୍ର ଟୁଇଟରରେ ଅପ୍‌ଲୋଡ୍‌ କରାଯାଇଛି।
ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏ ନେଇ ବୁଦ୍ଧିଜୀବୀ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଏହାକୁ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଦୁର୍ଘଟଣା ବଢୁଛି। ଆନୁଷଙ୍ଗିକ ଭିତ୍ତିଭୂମି ଅଭାବରୁ ଜିଲା ଚିକିତ୍ସାଳୟକୁ ଆସୁଥିବା ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ସମସ୍ୟା ଉପୁଜୁଛି। ଟ୍ରମା କେୟାର ସେଣ୍ଟର ଏହି ଅଭାବ ପୂରଣ କରିବ। ସେହିପରି ନିଅଁାରେ ପୋଡ଼ିହୋଇ ଆସୁଥିବା ରୋଗୀମାନଙ୍କୁ କଟକ ବଡ଼ ମେଡ଼ିକାଲ ନଚେତ୍‌ ରାଉରକେଲା ଆଇଜିଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଉଥିଲା। ବର୍ନ ୟୁନିଟ୍‌ ଖୋଲିବା ପରେ ରୋଗୀ ସୁବିଧାରେ ଚିକିତ୍ସିତ ହୋଇପାରିବେ। ଏହାକୁ ବାଦ୍‌ଦେଲେ କିଡ୍‌ନୀ, ହୃଦ୍‌ରୋଗୀଙ୍କ ଲାଗି ପୃଥକ ଓପିଡି ଖୋଲିବ। ନୂତନ ମେଡିକାଲରେ ମୁଖ୍ୟ କୋଠା, ପାର୍କିଂ ସୁବିଧା ରହିବ। ରୋଗୀଙ୍କୁ ଉତ୍ତମ ମାନର ସେବା ଯୋଗାଇ ଦିଆଯିବ। ଏହାଦ୍ୱାରା ପଡ଼ୋଶୀ ଜିଲାର ରୋଗୀ ମଧ୍ୟ ଉପକୃତ ହେବେ ବୋଲି ସୂଚନା ପ୍ରଦାନ କରାଯାଇଛି। ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଏ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ନୂତନ ମେଡିକାଲ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହାର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଯଥାଶୀଘ୍ର କାମ ଶେଷ କରି ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଉଦ୍ୟମ କରାଯିବ।

 

ଆସିବେ ୨୫ ନୂଆ ଡାକ୍ତର
ରାଜ୍ୟ ସରକାର ଅନୁଗୋଳ ଜିଲା ପାଇଁ ୨୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଯୋଗଦେଲେଣି। ଅନ୍ୟମାନେ ଖୁବ୍‌ଶୀଘ୍ର ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ଯୋଗାଇବେ ବୋଲି ସିଡିଏମ୍‌ଓ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲି ପଡ଼ିଥିଲା। ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ଉପରେ ଚାପ ବଢୁଥିବାରୁ ରାଜ୍ୟ ସରକାର ଜିଲା ପାଇଁ ୨୫ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଆଠମଲ୍ଲିକ ଅଞ୍ଚଳରେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟମାନେ ଆସିବା ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜିଲା ମୁଖ୍ୟ ଚିିକିତ୍ସାଳୟ ପକ୍ଷରୁ କୁହାଯାଇଛି। ଏ ନେଇ ସିଡିଏମ୍‌ଓ କୁହନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଓପିଏସ୍‌ସି ପରୀକ୍ଷା କରାଯାଇ ଏମବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ଅନୁଗୋଳ ଜିଲାରେ ସମସ୍ତ ୨୫ ଡାକ୍ତର ଯୋଗଦେବା ପରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ମାନସିକ ବିକୃତ ଯୁବତୀ ଗର୍ଭବତୀ ଘଟଣା ଏତଲା ପରେ ଗିରଫ ହେଲେ ଶିକ୍ଷକ

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଜଣେ ମାନସିକ ବିକୃତ ଯୁବତୀ ୬ ମାସ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

ବଡ଼ ଖବର: ରାଜ୍ୟରେ ବଢିବ ବିଜୁଳି ଦର? ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୨୫ା୩(ରବିନାରାୟଣ ଜେନା): ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଘରୋଇ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri