ଓଏସ୍‌ଏସ୍‌ଏସ୍‌ସି ଓ୍ବେବ୍‌ସାଇଟ୍‌ ଅସ୍ଥାୟୀ ଭାବେ ବନ୍ଦ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ଏସ୍‌ସି)ର ଓ୍ବେବ୍‌ସାଇଟ୍‌କୁ ବୈଷୟିକ କାରଣ ଦର୍ଶାଇ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଉ ନ ଥିବା ଆୟୋଗ ଦର୍ଶାଇଛି। ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ ଆବେଦନ କରିବାକୁ ଆଶାୟୀମାନଙ୍କୁ ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ହେଲେ ରାତି ସମୟରେ ମଧ୍ୟ ଓ୍ବେବ୍‌ସାଇଟ୍‌ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୩ ଦିନ ଧରି ଏପରି ସମସ୍ୟା ଲାଗି ରହିଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।