ସଖୀ ନାଚର କାହାଣୀ କହିବ ‘ନାଚବାଲି’

ଭୁବନେଶ୍ୱର, ୧୧।୪ (ବ୍ୟୁରୋ): ନବେ ଦଶକରେ ସଖୀ ନାଚ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲା। ବିଶେଷକରି ଗାଁ ଗହଳିର ବିଭିନ୍ନ ଉତ୍ସବରେ ସଖୀ ନାଚକୁ ପ୍ରାଧାନ୍ୟ ମିଳୁଥିଲା। ପୁଅମାନେ ଝିଅ ବେଶ ହୋଇ ଗାଁ ଗାଁ ବୁଲି ଏହି ନାଚ ପରିବେଷଣ କରୁଥିଲେ। ମାତ୍ର ସମୟ ବଦଳିବା ସହ ଯାତ୍ରା, ମେଲୋଡି ଓ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏହି ସଖୀ ନାଚର ସ୍ଥାନ ନେଲେ। ବଣ ମଲ୍ଲି ବଣରେ ଝଡିଯିବା ଭଳି ସଖୀ ନାଚ କଳାକାରଙ୍କ ପ୍ରତିଭା ଗାଁ ଭିତରେ ହିଁ ସୀମିତ ହୋଇ ରହିଗଲା। ଲୋକଙ୍କ ମାନସପଟ୍ଟରୁ କ୍ରମଶଃ ଲିଭି ଆସୁଥିବାବେଳେ ଓଡ଼ିଶାର ଏହି ଲୁପ୍ତପ୍ରାୟ କଳାକୁ ନେଇ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ନାଚବାଲି’। ଚଳଚ୍ଚିତ୍ରର ମୁଖ୍ୟ ଭୂମିକା କୁଇନ୍‌ର ଚରିତ୍ର ଆସୁଛନ୍ତି କିନ୍ନର ଆୟେଶା ବେହେରା। ସେହିଭଳି ସୋମୁ (ସଖୀ)ଭୂମିକାରେ ଅଛନ୍ତି ବିଭୁଦତ୍ତ ଦାସ ଓ ଧିରୁ (ମ୍ୟାନେଜର) ଭୂମିକାରେ ଅଛନ୍ତି ସୁଧାଂଶୁ ଶତପଥୀ। ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଏସ୍‌ଜେ ପ୍ରଡକ୍ସନ ହାଉସ୍‌ ଓ ଲାସ୍ୟକଳା।

ଚଳଚ୍ଚିତ୍ରର କାହାଣୀ ଅନୁଯାୟୀ, କୁଇନ ଓ ସୋମୁ ଦୁହେଁ ଗାଁ ଗାଁ ବୁଲି ନାଚ ପରିବେଷଣ କରନ୍ତି। ଲୋକେ ସ୍ନେହରେ ତାଙ୍କୁ ନାଚବାଲି ବୋଲି ଡାକନ୍ତି। କାର୍ଯ୍ୟକ୍ରମର ପୂରା ଦାୟିତ୍ୱ ବୁଝନ୍ତି ମ୍ୟାନେଜର ଧିରୁ। ସବୁକିଛି ଠିକ୍‌ ଠାକ୍‌ ଚାଲିଥିବାବେଳେ ଧିରେ ଧିରେ ଏହି ନାଚର ଲୋକପ୍ରିୟତା କମିବାକୁ ଲାଗେ। ଏମାନେ ଗାଉଁଲି ଅଶିକ୍ଷିତ ହୋଇଥିବାରୁ ଆଗକୁ ବଢି ପାରନ୍ତି ନାହିଁ। ଶେଷରେ କାମ ନ ପାଇ ସେମାନଙ୍କୁ ଭୋକ ଉପାସରେ ଦିନ ବିତାଇବାକୁ ପଡେ। ପରିସ୍ଥିତି ଏପରି ହୁଏ ଶେଷରେ ମୁଠାଏ ଦାନା ପାଇଁ ସେମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଭଳି ଏକ ମର୍ମସ୍ପର୍ଶୀ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି। ୨୯ ମିନିଟ୍‌ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁମିତ ଦିକ୍ଷୀତ। ‘ନାଚବାଲି ପୁଣି ନାଇବ ନୂପୂର’ ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି। ଆସନ୍ତା ୨୯ ତାରିଖ ବିଶ୍ୱ ନୃତ୍ୟ ଦିବସ ଅବସରରେ ଏହା ରିଲିଜ୍‌ ହେବ। ଭୁବନେଶ୍ୱରରେ ଏହାର ପ୍ରିମିୟର ହେବା ସହ ‘ଶାସ୍ବତ ଯୋଶୀ ୟୁଟୁବ୍‌’ ଚ୍ୟାନେଲରେ ରିଲିଜ୍‌ କରାଯିବ। ଗତ ୧ବର୍ଷ ଧରି ସେ ଏହି କଳା ଉପରେ ଗବେଷଣା କରିବା ପରେ ଚଳଚ୍ଚିତ୍ରଟି ନିର୍ମାଣ କରିଥିବା ଶାଶ୍ୱତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri