ଜବତ ସାମଗ୍ରୀର ମୂଳ ଉତ୍ସ ଖୋଜାଯାଉନି

କେନ୍ଦ୍ରାପଡ଼ା ଅଫିସ୍‌,୧୪ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା କାନପୁର ଛକରେ ସେପ୍ଟେମ୍ବର ୧୫ରେ ୫ ଜଣ ଦୁର୍ବୃତ୍ତ ଛିନ୍‌ତାଇ କରିଥିଲେ। ପିସ୍ତଲ ଦେଖାଇ ଓ ଫାୟାରିଂ କରି ଏକ ଘରୋଇ ବ୍ୟାଙ୍କର ପର୍ସନାଲ ଲୋନ ଅଫିସର ରଘୁନାଥ ବେହେରାଙ୍କଠାରୁ ଫୋନ ଛଡ଼ାଇ ନେବା ସହ କିଛି ବାଟ ପିଛା କରିଥିଲେ। ଏହି ଘଟଣାରେ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସହ ଜିଲା ପୋଲିସ ଅଧିକାରୀମାନେ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଗୁରୁବାର ନଂ. ୩୭୬/୨୨ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ଅନ୍ୟାନ୍ୟ ସାମଗ୍ରୀ ସହ ୭.୬୫ ଏମ୍‌ଏମ୍‌ର ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। କେବଳ ଏହି ଘଟଣା ନୁହେଁ, ଗତ ୪ ବର୍ଷର ଅପରାଧ ହିସାବକୁ ନେଲେ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବନ୍ଧୁକ ବ୍ୟବହାର ହୋଇଛି। ସେହିପରି ଦୁଇବର୍ଷ ମଧ୍ୟରେ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିବା ଅପରାଧରେ ଅଭିଯୁକ୍ତ ଧରାପଡିଲାଣି। ପାଟକୁରା ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମରେ ଏସିଡ୍‌ ଫୋପଡ଼ା ମାମଲା ମଧ୍ୟ ଘଟିଛି। ବେଆଇନ ଭାବେ କ୍ରୟ ହୋଇଥିବା ବନ୍ଧୁକ, ବ୍ରାଉନସୁଗାର, ଏସିଡ୍‌ ଆଦି ସାମଗ୍ରୀ ଆପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲେ ମଧ୍ୟ ଏହାର ମୂଳ ଉତ୍ସକୁ ଜିଲା ପୋଲିସ ଖୋଜିବାକୁ ଚେଷ୍ଟା କରୁନାହିଁ। ବଡ଼ ଧରଣର ରାକେଟ ପାଇଁ ଜିଲାସାରା ବ୍ରାଉନ୍‌ସୁଗାର ବିକ୍ରି ଖେଳେଇ ହୋଇଥିବା ବେଳେ ବନ୍ଧୁକ ଆସୁଛି କେଉଁଠୁ ବୋଲି ସଚେତନ ନାଗରିକ ଏବେ ପ୍ରଶ୍ନ କରୁଛନ୍ତି। ମୂଳଉତ୍ସ ଖୋଜି ବିକ୍ରେତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀମାନେ ସ୍ବର ଉଠାଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ୪ ଦଶନ୍ଧି ଧରି କେନ୍ଦ୍ରାପଡ଼ା ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ଏଥିରେ ଯୁବବର୍ଗ ସାମିଲ ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛନ୍ତି। ଏପରି କି ବିଭିନ୍ନ କ୍ଷେତ୍ରରେ ଥିବା ଜିଲାର ସୁନାମ ବାହାରକୁ ଯିବା ପରିବର୍ତ୍ତେ ବଦନାମ ବ୍ୟାପୁଛି। ସାଧାରଣ ଲୁଟ, ଛିନ୍‌ତାଇରେ ମଧ୍ୟ ପିସ୍ତଲ, ରାଇଫଲ ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି। ଅପରାଧୀମାନେ ବ୍ୟବହାର କରୁଥିବା ମାରଣାସ୍ତ୍ରର ମୂଳଉତ୍ସକୁ ଜିଲା ପୋଲିସ ଖୋଜି ପାଉନି। ମାରଣାସ୍ତ୍ର କେଉଁଠୁ ଆସୁଛି, ସେନେଇ ପୋଲିସ ତଦନ୍ତ କରୁନାହିଁ। ଫଳରେ ବେଆଇନ ସାମଗ୍ରୀର ବେପାର ବଢ଼ିଚାଲିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିପାରିଲେ କିଛି ପରିମାଣରେ ଅପରାଧ କମିପାରିବ ବୋଲି ସାମାଜିକ କର୍ମୀ ବିଶ୍ୱାଳ କହିଛନ୍ତି। ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି କହିଛନ୍ତି, ପୂର୍ବାପେକ୍ଷା ଜିଲାରେ ଅପରାଧ ରୋକିବାରେ ଜିଲା ପୋଲିସ ଓ ଅବକାରୀ ବିଭାଗ କେତେକାଂଶରେ ସକ୍ଷମ ହୋଇଛି। ତେବେ ଏହି ଆପରାଧିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିପାରିଲେ ଏହାର ନିୟନ୍ତ୍ରଣ ସହଜ ହେବ। ଗଞ୍ଜେଇ, ବ୍ରାଉନ୍‌ସୁଗାର ଆଦି ବେଆଇନ ବିକ୍ରେତାଙ୍କୁ ଧରିବା ସମୟରେ ଏହାର ମୂଳଉତ୍ସ ସମ୍ପର୍କରେ ସୂଚନା ମିଳୁଛି। ତେବେ ପୋଲିସ ଅଥବା ଅବକାରୀ ବିଭାଗ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ସେହିପରି ଜବତ ମାରଣାସ୍ତ୍ର ସମ୍ପର୍କରେ ସମ୍ପୃକ୍ତ ଥାନା ପୋଲିସ ତଦନ୍ତ କରିବା କଥା। ମାତ୍ର ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଜିଲା ପୋଲିସ ପକ୍ଷରୁ ଅପରାଧୀଙ୍କୁ ରିମାଣ୍ଡରେ ନେବା ଦେଖାଯାଉନାହିଁ। ଏ ସମ୍ପର୍କରେ ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରେ କେତେକ ମାମଲାରେ ଆପରାଧିକ ସାମଗ୍ରୀର ମୂଳ ଉତ୍ସ ସମ୍ପର୍କରେ ତଦନ୍ତ ହୋଇଛି। ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହାକୁ ତ୍ୱରାନ୍ବିତ କରାଯାଇ ବେଆଇନ ସାମଗ୍ରୀ ଗଚ୍ଛିତ ରଖୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri