Posted inଖେଳ

୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ସିରିଜ୍‌ ଖେଳିବ ନାହିଁ ଭାରତ

ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଏହାର କାର୍ଯ୍ୟକ୍ରମ ପ୍ରକାଶ କରିଛି। ଏହା ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ତେବେ ଆଇସିସି ଟୁର୍ନାମେଣ୍ଟରେ ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିବେ। ଆସନ୍ତା ବର୍ଷ କେବଳ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ। ଏହା ପରେ ୨୦୨୫ରେ ଭାରତକୁ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ପଡିବ।
ଆଇସିସି କିମ୍ବା ଏସିସି ଟୁର୍ନାମେଣ୍ଟ ଖେଳିବା ବ୍ୟତୀତ ଭାରତୀୟ ଦଳ ୩୮ଟି ଟେଷ୍ଟ ଖେଳିବ। ଏଥିରେ ଭାରତରେ ୨୦ଟି, ୧୮ଟି ବିଦେଶରେ ଖେଳାଯିବ। ଏହି ପାଞ୍ଚ ବର୍ଷରେ ଭାରତ ମଧ୍ୟ ୪୨ଟି ଦିନିକିଆ ଖେଳିବ। ଏଥିମଧ୍ୟରୁ ୨୧ଟି ମ୍ୟାଚ ଘରେ ଏବଂ ୨୧ଟି ମ୍ୟାଚ ବାହାରେ ଖେଳାଯିବ। ୨୦୨୩-୨୦୨୭ ମଧ୍ୟରେ ଭାରତ ମୋଟ ୬୧ ଟି-୨୦ ମ୍ୟାଚ ଖେଳିବ। ୩୧ ଟି-୨୦ ଘରେ ଏବଂ ୩୦ଟି ବାହାରେ ଖେଳାଯିବ।
ଗତ ପାଞ୍ଚ ବର୍ଷ ତୁଳନାରେ ଦ୍ୱିପାକ୍ଷିକ ସିରିଜରେ ଭାରତର ମ୍ୟାଚ ହ୍ରାସ ପାଇଛି। ୨୦୧୮-୨୦୨୨ ମଧ୍ୟରେ ଭାରତ ଦ୍ୱିପାକ୍ଷିକ ସିରିଜରେ ୧୬୩ ମ୍ୟାଚ ଖେଳିଛ। ଏଥି ସହିତ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତ ଦ୍ୱିପାକ୍ଷିକ ସିରିଜରେ ମାତ୍ର ୧୪1୧ ମ୍ୟାଚ ଖେଳିବ। ୨୨ଟି ମ୍ୟାଚ କମ ହେଲେ ଖେଳାଳିଙ୍କ ଉପରେ କାର୍ଯ୍ୟଭାର ଚାପ ସାମାନ୍ୟ କମ ହେବ। ତେବେ ପ୍ରତିବର୍ଷ ଅତି କମରେ ଗୋଟିଏ ଆଇସିସି ଟୁର୍ନାମେଣ୍ଟ ହୁଏ। ଏହି କାରଣରୁ ଦ୍ୱିପାକ୍ଷିକ ସିରିଜର ମ୍ୟାଚ ମଧ୍ୟ ସ୍ବଳ୍ପ ରଖାଯାଇଛି। ଏହା ବ୍ୟତୀତ ପ୍ରତିବର୍ଷ ଆଇପିଏଲ ପାଇଁ ୭୫-୮୦ ଦିନ ରଖାଯାଇଛି। ଖେଳାଳିମାନଙ୍କୁ ମଧ୍ୟ ଏହି ଲିଗରେ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri