ଜବତ ସାମଗ୍ରୀର ମୂଳ ଉତ୍ସ ଖୋଜାଯାଉନି

କେନ୍ଦ୍ରାପଡ଼ା ଅଫିସ୍‌,୧୪ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା କାନପୁର ଛକରେ ସେପ୍ଟେମ୍ବର ୧୫ରେ ୫ ଜଣ ଦୁର୍ବୃତ୍ତ ଛିନ୍‌ତାଇ କରିଥିଲେ। ପିସ୍ତଲ ଦେଖାଇ ଓ ଫାୟାରିଂ କରି ଏକ ଘରୋଇ ବ୍ୟାଙ୍କର ପର୍ସନାଲ ଲୋନ ଅଫିସର ରଘୁନାଥ ବେହେରାଙ୍କଠାରୁ ଫୋନ ଛଡ଼ାଇ ନେବା ସହ କିଛି ବାଟ ପିଛା କରିଥିଲେ। ଏହି ଘଟଣାରେ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସହ ଜିଲା ପୋଲିସ ଅଧିକାରୀମାନେ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଗୁରୁବାର ନଂ. ୩୭୬/୨୨ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ଅନ୍ୟାନ୍ୟ ସାମଗ୍ରୀ ସହ ୭.୬୫ ଏମ୍‌ଏମ୍‌ର ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। କେବଳ ଏହି ଘଟଣା ନୁହେଁ, ଗତ ୪ ବର୍ଷର ଅପରାଧ ହିସାବକୁ ନେଲେ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବନ୍ଧୁକ ବ୍ୟବହାର ହୋଇଛି। ସେହିପରି ଦୁଇବର୍ଷ ମଧ୍ୟରେ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିବା ଅପରାଧରେ ଅଭିଯୁକ୍ତ ଧରାପଡିଲାଣି। ପାଟକୁରା ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମରେ ଏସିଡ୍‌ ଫୋପଡ଼ା ମାମଲା ମଧ୍ୟ ଘଟିଛି। ବେଆଇନ ଭାବେ କ୍ରୟ ହୋଇଥିବା ବନ୍ଧୁକ, ବ୍ରାଉନସୁଗାର, ଏସିଡ୍‌ ଆଦି ସାମଗ୍ରୀ ଆପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲେ ମଧ୍ୟ ଏହାର ମୂଳ ଉତ୍ସକୁ ଜିଲା ପୋଲିସ ଖୋଜିବାକୁ ଚେଷ୍ଟା କରୁନାହିଁ। ବଡ଼ ଧରଣର ରାକେଟ ପାଇଁ ଜିଲାସାରା ବ୍ରାଉନ୍‌ସୁଗାର ବିକ୍ରି ଖେଳେଇ ହୋଇଥିବା ବେଳେ ବନ୍ଧୁକ ଆସୁଛି କେଉଁଠୁ ବୋଲି ସଚେତନ ନାଗରିକ ଏବେ ପ୍ରଶ୍ନ କରୁଛନ୍ତି। ମୂଳଉତ୍ସ ଖୋଜି ବିକ୍ରେତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀମାନେ ସ୍ବର ଉଠାଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ୪ ଦଶନ୍ଧି ଧରି କେନ୍ଦ୍ରାପଡ଼ା ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ଏଥିରେ ଯୁବବର୍ଗ ସାମିଲ ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛନ୍ତି। ଏପରି କି ବିଭିନ୍ନ କ୍ଷେତ୍ରରେ ଥିବା ଜିଲାର ସୁନାମ ବାହାରକୁ ଯିବା ପରିବର୍ତ୍ତେ ବଦନାମ ବ୍ୟାପୁଛି। ସାଧାରଣ ଲୁଟ, ଛିନ୍‌ତାଇରେ ମଧ୍ୟ ପିସ୍ତଲ, ରାଇଫଲ ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି। ଅପରାଧୀମାନେ ବ୍ୟବହାର କରୁଥିବା ମାରଣାସ୍ତ୍ରର ମୂଳଉତ୍ସକୁ ଜିଲା ପୋଲିସ ଖୋଜି ପାଉନି। ମାରଣାସ୍ତ୍ର କେଉଁଠୁ ଆସୁଛି, ସେନେଇ ପୋଲିସ ତଦନ୍ତ କରୁନାହିଁ। ଫଳରେ ବେଆଇନ ସାମଗ୍ରୀର ବେପାର ବଢ଼ିଚାଲିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିପାରିଲେ କିଛି ପରିମାଣରେ ଅପରାଧ କମିପାରିବ ବୋଲି ସାମାଜିକ କର୍ମୀ ବିଶ୍ୱାଳ କହିଛନ୍ତି। ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି କହିଛନ୍ତି, ପୂର୍ବାପେକ୍ଷା ଜିଲାରେ ଅପରାଧ ରୋକିବାରେ ଜିଲା ପୋଲିସ ଓ ଅବକାରୀ ବିଭାଗ କେତେକାଂଶରେ ସକ୍ଷମ ହୋଇଛି। ତେବେ ଏହି ଆପରାଧିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିପାରିଲେ ଏହାର ନିୟନ୍ତ୍ରଣ ସହଜ ହେବ। ଗଞ୍ଜେଇ, ବ୍ରାଉନ୍‌ସୁଗାର ଆଦି ବେଆଇନ ବିକ୍ରେତାଙ୍କୁ ଧରିବା ସମୟରେ ଏହାର ମୂଳଉତ୍ସ ସମ୍ପର୍କରେ ସୂଚନା ମିଳୁଛି। ତେବେ ପୋଲିସ ଅଥବା ଅବକାରୀ ବିଭାଗ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ସେହିପରି ଜବତ ମାରଣାସ୍ତ୍ର ସମ୍ପର୍କରେ ସମ୍ପୃକ୍ତ ଥାନା ପୋଲିସ ତଦନ୍ତ କରିବା କଥା। ମାତ୍ର ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଜିଲା ପୋଲିସ ପକ୍ଷରୁ ଅପରାଧୀଙ୍କୁ ରିମାଣ୍ଡରେ ନେବା ଦେଖାଯାଉନାହିଁ। ଏ ସମ୍ପର୍କରେ ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରେ କେତେକ ମାମଲାରେ ଆପରାଧିକ ସାମଗ୍ରୀର ମୂଳ ଉତ୍ସ ସମ୍ପର୍କରେ ତଦନ୍ତ ହୋଇଛି। ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହାକୁ ତ୍ୱରାନ୍ବିତ କରାଯାଇ ବେଆଇନ ସାମଗ୍ରୀ ଗଚ୍ଛିତ ରଖୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?