କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ ଅଫିସ, ୧୦ା୧୦: ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମି ଓ ଖେଳାଳିଙ୍କ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏହି କ୍ରମରେ ପୁରୀରେ ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ନିର୍ମାଣ ଚାଲିଛି। ମାତ୍ର ଏପର୍ଯ୍ୟନ୍ତ ଜିଲା କ୍ରୀଡ଼ା ସଂସଦ ବ୍ୟବସ୍ଥିତ ହୋଇ ନ ଥିବାରୁ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୧୭ବର୍ଷ ଧରି ଜିଲା କ୍ରୀଡ଼ା ସଂସଦର ନିର୍ବାଚନ ହୋଇନାହିଁ। ଏ ସଂକ୍ରାନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ କ୍ରୀଡ଼ାବିତମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। କ୍ରୀଡ଼ାବିତ୍‌ ଚୟନ ଓ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍‌ ବସିଛି।
୨୦୦୫ ମସିହା ପରଠୁ ଜିଲା କ୍ରୀଡ଼ା ସଂସଦ ନିର୍ବାଚନ ହୋଇନାହିଁ। କର୍ମକର୍ତ୍ତା ଚୟନ ହୋଇ ନ ପାରିବାରୁ ଅବ୍ୟବସ୍ଥା ଦେଖାଦେଇଛି। କେତେଜଣ ମୁଷ୍ଟିମେୟ ପୂର୍ବତନ କର୍ମକର୍ତ୍ତାଙ୍କ ଦ୍ୱାରା କ୍ରୀଡ଼ା ସଂସଦ ପରିଚାଳିତ ହେଉଛି। କ୍ରୀଡ଼ା ସଂସଦରେ ସେତେବେଳେ ୧୫୩ ଜଣ ସଦସ୍ୟ ଚୟନ ହୋଇଥିଲେ। ଇତିମଧ୍ୟରେ କୋଷାଧ୍ୟକ୍ଷଙ୍କର ମୃତ୍ୟୁ ହୋଇସାରିଲାଣି। ଏଭଳି ସ୍ଥଳେ ଆୟବ୍ୟୟ ଓ କ୍ରୀଡ଼ା ପାଣ୍ଠି କିଭଳି ପରିଚାଳିତ ହେଉଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି। ସେହିଭଳି ଜିଲା କ୍ରୀଡ଼ା ସଂସଦର ସ୍ଥାୟୀ ସଭାପତି ହେଉଛନ୍ତି ଜିଲାପାଳ। ତାଙ୍କ ବ୍ୟତୀତ ଅନ୍ୟ ୨ଜଣ ସରକାରୀ ଅଧିକାରୀ ଉପସଭାପତି ଦାୟିତ୍ୱରେ ରୁହନ୍ତି। ଅନ୍ୟ କର୍ମକର୍ତ୍ତାମାନେ ନିର୍ବାଚିତ ହୋଇଥାନ୍ତି। ମାତ୍ର ନିର୍ବାଚନ ପାଇଁ ପ୍ରଶାସନ କାହିଁକି ପଦକ୍ଷେପ ନେଉନାହିଁ ତାହା ବୁଝାପଡୁନାହିଁ ବୋଲି କେତେଜଣ କ୍ରୀଡ଼ାବିତ କହିଛନ୍ତି। ଗତ ୧୬ବର୍ଷ ଧରି କ୍ରୀଡ଼ା ସଂସଦ ବ୍ୟାପାରର ଅଡିଟ ହୋଇ ନ ପାରିବା କାରଣରୁ ନିର୍ବାଚନ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କୁହାଯାଉଛି। ସେହିଭଳି ସଂସଦର ଆର୍ଥିକ ପରିଚାଳନାରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଛି। ଖେଳ ଭିତ୍ତିଭୂମି ଓ ଖେଳାଳିଙ୍କ ପାଇଁ ସରକାରୀ ଅନୁଦାନ କିଭଳି ଖର୍ଚ୍ଚ ହେଉଛି ଓ କିଏ ଏହାର ଅଡିଟ କରୁଛନ୍ତି ସେନେଇ ପାରିଦର୍ଶିତା ରହୁନାହିଁ। ଜିଲାର କ୍ରୀଡ଼ାବିତ୍‌ମାନେ ଏ ନେଇ ପ୍ରଶ୍ନ ଉଠାଇବା ସହ ସଂସଦର ନିର୍ବାଚନ କରାଯିବାକୁ ଦାବି କରୁଛନ୍ତି। ଏନେଇ ଜାତୀୟ ସ୍ତରର କୁସ୍ତିବିତ୍‌ ପ୍ରିୟଜିତ ମହାପାତ୍ର ୨୦୧୬ରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ପକ୍ଷ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଜିଲା କ୍ରୀଡ଼ା ସଂସଦକୁ ବ୍ୟବସ୍ଥିତ କରିବା ସହ ନିର୍ବାଚନ ହେବା ପାଇଁ ଉଚ୍ଚ ନ୍ୟାୟାଳୟରେ ନିବେଦନ କରିଥିଲେ। ଏ ନେଇ ଅନେକ ଥର ଶୁଣାଣି ହୋଇଛି। ଗତ ମେ’ ମାସରେ ଶୁଣାଣି କରି ୨ମାସ ମଧ୍ୟରେ ପୁରୀ କ୍ରୀଡ଼ା ସଂସଦ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୧୧ ତାରିଖ ସୁଦ୍ଧା ସଂସଦ ସମ୍ପର୍କିତ ରିପୋର୍ଟ ଦେବାକୁ ବିଚାରପତି ଯଶଓ୍ବନ୍ତ ସିଂ ଏବଂ ଏମ୍‌.ଏସ୍‌. ରମଣଙ୍କର ନିର୍ଦ୍ଦେଶ ରହିଥିଲା। ମାତ୍ର ଏହି ସମୟ ସୀମା ସରିଥିଲେ ବି କ୍ରୀଡ଼ା ସଂସଦ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇପାରିନାହିଁ। ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ କହିଛନ୍ତି, ଗତ ସପ୍ତାହରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଅଡିଟ ପାଇଁ ତଥ୍ୟ ପ୍ରଦାନ କରାଯାଇଛି। ପ୍ରଥମେ ଅଡିଟ ହେବ ଓ ଏହାପରେ ସଦସ୍ୟତା ଯାଞ୍ଚ କରାଯିବ। ଗତ ୧୭ ବର୍ଷର ବ୍ୟାଙ୍କ୍‌ ରେକର୍ଡ ଯାଞ୍ଚ କରାଯିବ। ଆୟବ୍ୟୟର ହିସାବ ହେବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଯାଞ୍ଚ ପ୍ରକ୍ରିୟା ସରିବା ପରେ ନିର୍ବାଚନ ଲାଗି ପ୍ରସ୍ତାବିତ ତାରିଖ ସହ ଆବଶ୍ୟକ ଦସ୍ତାବିଜ୍‌ ହାଇକୋର୍ଟରେ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?