କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ ଅଫିସ, ୧୦ା୧୦: ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମି ଓ ଖେଳାଳିଙ୍କ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏହି କ୍ରମରେ ପୁରୀରେ ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ନିର୍ମାଣ ଚାଲିଛି। ମାତ୍ର ଏପର୍ଯ୍ୟନ୍ତ ଜିଲା କ୍ରୀଡ଼ା ସଂସଦ ବ୍ୟବସ୍ଥିତ ହୋଇ ନ ଥିବାରୁ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୧୭ବର୍ଷ ଧରି ଜିଲା କ୍ରୀଡ଼ା ସଂସଦର ନିର୍ବାଚନ ହୋଇନାହିଁ। ଏ ସଂକ୍ରାନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ କ୍ରୀଡ଼ାବିତମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। କ୍ରୀଡ଼ାବିତ୍‌ ଚୟନ ଓ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍‌ ବସିଛି।
୨୦୦୫ ମସିହା ପରଠୁ ଜିଲା କ୍ରୀଡ଼ା ସଂସଦ ନିର୍ବାଚନ ହୋଇନାହିଁ। କର୍ମକର୍ତ୍ତା ଚୟନ ହୋଇ ନ ପାରିବାରୁ ଅବ୍ୟବସ୍ଥା ଦେଖାଦେଇଛି। କେତେଜଣ ମୁଷ୍ଟିମେୟ ପୂର୍ବତନ କର୍ମକର୍ତ୍ତାଙ୍କ ଦ୍ୱାରା କ୍ରୀଡ଼ା ସଂସଦ ପରିଚାଳିତ ହେଉଛି। କ୍ରୀଡ଼ା ସଂସଦରେ ସେତେବେଳେ ୧୫୩ ଜଣ ସଦସ୍ୟ ଚୟନ ହୋଇଥିଲେ। ଇତିମଧ୍ୟରେ କୋଷାଧ୍ୟକ୍ଷଙ୍କର ମୃତ୍ୟୁ ହୋଇସାରିଲାଣି। ଏଭଳି ସ୍ଥଳେ ଆୟବ୍ୟୟ ଓ କ୍ରୀଡ଼ା ପାଣ୍ଠି କିଭଳି ପରିଚାଳିତ ହେଉଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି। ସେହିଭଳି ଜିଲା କ୍ରୀଡ଼ା ସଂସଦର ସ୍ଥାୟୀ ସଭାପତି ହେଉଛନ୍ତି ଜିଲାପାଳ। ତାଙ୍କ ବ୍ୟତୀତ ଅନ୍ୟ ୨ଜଣ ସରକାରୀ ଅଧିକାରୀ ଉପସଭାପତି ଦାୟିତ୍ୱରେ ରୁହନ୍ତି। ଅନ୍ୟ କର୍ମକର୍ତ୍ତାମାନେ ନିର୍ବାଚିତ ହୋଇଥାନ୍ତି। ମାତ୍ର ନିର୍ବାଚନ ପାଇଁ ପ୍ରଶାସନ କାହିଁକି ପଦକ୍ଷେପ ନେଉନାହିଁ ତାହା ବୁଝାପଡୁନାହିଁ ବୋଲି କେତେଜଣ କ୍ରୀଡ଼ାବିତ କହିଛନ୍ତି। ଗତ ୧୬ବର୍ଷ ଧରି କ୍ରୀଡ଼ା ସଂସଦ ବ୍ୟାପାରର ଅଡିଟ ହୋଇ ନ ପାରିବା କାରଣରୁ ନିର୍ବାଚନ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କୁହାଯାଉଛି। ସେହିଭଳି ସଂସଦର ଆର୍ଥିକ ପରିଚାଳନାରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଛି। ଖେଳ ଭିତ୍ତିଭୂମି ଓ ଖେଳାଳିଙ୍କ ପାଇଁ ସରକାରୀ ଅନୁଦାନ କିଭଳି ଖର୍ଚ୍ଚ ହେଉଛି ଓ କିଏ ଏହାର ଅଡିଟ କରୁଛନ୍ତି ସେନେଇ ପାରିଦର୍ଶିତା ରହୁନାହିଁ। ଜିଲାର କ୍ରୀଡ଼ାବିତ୍‌ମାନେ ଏ ନେଇ ପ୍ରଶ୍ନ ଉଠାଇବା ସହ ସଂସଦର ନିର୍ବାଚନ କରାଯିବାକୁ ଦାବି କରୁଛନ୍ତି। ଏନେଇ ଜାତୀୟ ସ୍ତରର କୁସ୍ତିବିତ୍‌ ପ୍ରିୟଜିତ ମହାପାତ୍ର ୨୦୧୬ରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ପକ୍ଷ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଜିଲା କ୍ରୀଡ଼ା ସଂସଦକୁ ବ୍ୟବସ୍ଥିତ କରିବା ସହ ନିର୍ବାଚନ ହେବା ପାଇଁ ଉଚ୍ଚ ନ୍ୟାୟାଳୟରେ ନିବେଦନ କରିଥିଲେ। ଏ ନେଇ ଅନେକ ଥର ଶୁଣାଣି ହୋଇଛି। ଗତ ମେ’ ମାସରେ ଶୁଣାଣି କରି ୨ମାସ ମଧ୍ୟରେ ପୁରୀ କ୍ରୀଡ଼ା ସଂସଦ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୧୧ ତାରିଖ ସୁଦ୍ଧା ସଂସଦ ସମ୍ପର୍କିତ ରିପୋର୍ଟ ଦେବାକୁ ବିଚାରପତି ଯଶଓ୍ବନ୍ତ ସିଂ ଏବଂ ଏମ୍‌.ଏସ୍‌. ରମଣଙ୍କର ନିର୍ଦ୍ଦେଶ ରହିଥିଲା। ମାତ୍ର ଏହି ସମୟ ସୀମା ସରିଥିଲେ ବି କ୍ରୀଡ଼ା ସଂସଦ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇପାରିନାହିଁ। ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ କହିଛନ୍ତି, ଗତ ସପ୍ତାହରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଅଡିଟ ପାଇଁ ତଥ୍ୟ ପ୍ରଦାନ କରାଯାଇଛି। ପ୍ରଥମେ ଅଡିଟ ହେବ ଓ ଏହାପରେ ସଦସ୍ୟତା ଯାଞ୍ଚ କରାଯିବ। ଗତ ୧୭ ବର୍ଷର ବ୍ୟାଙ୍କ୍‌ ରେକର୍ଡ ଯାଞ୍ଚ କରାଯିବ। ଆୟବ୍ୟୟର ହିସାବ ହେବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଯାଞ୍ଚ ପ୍ରକ୍ରିୟା ସରିବା ପରେ ନିର୍ବାଚନ ଲାଗି ପ୍ରସ୍ତାବିତ ତାରିଖ ସହ ଆବଶ୍ୟକ ଦସ୍ତାବିଜ୍‌ ହାଇକୋର୍ଟରେ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri