ନୂଆଦିଲ୍ଲୀ,୩।୯: ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ବିରୋଧୀ ଏକଜୁଟ ହୋଇଥିବା ଜଣାପଡିଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅଲ ଇଣ୍ଡିଆ ଆଲାଇନ୍ସରେ ଜଡିତ ଦଳର ନେତାମାନଙ୍କର ଏକ ବୈଠକ ହେବ। ୧୮ ସେପ୍ଟେମ୍ବରରୁ କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଏ ସମ୍ପର୍କରେ ସେପ୍ଟେମ୍ବର ୫ରେ ବିରୋଧୀ ଦଳର ଏକ ବୈଠକ ଡକାଯାଇଛି। ବିରୋଧୀ ଦଳର ନେତା ଖାର୍ଗେଙ୍କ ଘରେ ବୈଠକ ପରେ ରାତ୍ରୀ ଭୋଜନ ମଧ୍ୟ ଆୟୋଜିତ ହେବ।


