ଶିକ୍ଷା, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା ପ୍ରସଙ୍ଗରେ ଶାସକ ଦଳକୁ ଘେରିବେ ବିରୋଧୀ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ବିଧାନସଭାର ମୌସୁମୀ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ତେବେ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଶାସକ ଦଳକୁ କେଉଁସବୁ ପ୍ରସଙ୍ଗରେ ଘେରିହେବ ସେନେଇ ବିଧିବଦ୍ଧ ଭାବେ ଶୁକ୍ରବାର ଭାଜପା ଓ କଂଗ୍ରେସ ରଣନୀତି ଚୂଡ଼ାନ୍ତ କରିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ଅପରାହ୍ନ ୧୨ଟା ୩୦ ମିନିଟ୍‌ରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ବିଫଳତା, ଶିକ୍ଷକମାନେ ଦୀର୍ଘଦିନ ଆନ୍ଦୋଳନରେ ବସୁଛନ୍ତି ଏହାର ସମାଧାନ କରିବାରେ ସରକାର ବିଫଳ, ରାଜ୍ୟରେ ସହର ଉନ୍ନତୀକରଣ ବିଭାଗ ମଧ୍ୟ ବିଫଳ ହୋଇଛି। ଭୁବନେଶ୍ୱର, କଟକଠାରୁ ଆରମ୍ଭକରି ସମ୍ବଲପୁର ଆଦି ସହରରେ ଅଳ୍ପ ଟିକେ ବର୍ଷା ହେଲେ ପାଣି ଘରେ ପଶୁଛି। ନବ ଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜଶିଟ୍‌ ପ୍ରସଙ୍ଗ, ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ରାଜ୍ୟରେ ବଢୁଥିବା ଦୁର୍ନୀତି ଆଦି ଘଟଣାକୁ ନେଇ ଶାସକ ଦଳକୁ ଘେରିବା ଲାଗି ଭାଜପା ଲକ୍ଷ୍ୟ ରଖିଛି ବୋଲି ଜୟନାରାୟଣ କହିଛନ୍ତି।
କଂଗ୍ରେସ କିନ୍ତୁ ଆସନ୍ତା ୨୪ରେ ବିଧାୟକ ଦଳ ବୈଠକ କରିବ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଥିଲେ। ହେଲେ ଦଳ ଏହି ଧାର୍ଯ୍ୟ ସମୟକୁ ପରିବର୍ତ୍ତନକରି ଶୁକ୍ରବାର ସା ୬ଟା ୩୦ ମିନିଟ୍‌ରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିଧାନସଭା ଚାମ୍ବରରେ ବିଧାୟକ ଦଳ ବୈଠକ ବସିବ। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଯୋଗଦେବେ। ଶାସକ ଦଳକୁ ଟାର୍ଗେଟ ପାଇଁ ଯାହା ଲକ୍ଷ୍ୟ ରଖାଯାଇଛି, ସେ ସମ୍ପର୍କରେ ବିଧିବଦ୍ଧ ଭାବେ ବିଧାୟକ ଦଳ ବୈଠକରେ ସ୍ଥିର ହେବ। ସାଲୁଜା କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଚାଷୀଙ୍କ ସମସ୍ୟା ସମାଧାନରେ ସରକାର ସମ୍ପୂର୍ଣ୍ଣ ବିଫଳ। ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଲାଣି। ସରକାର ୫-ଟି ସ୍କୁଲ ନାଁରେ ହରିଲୁଟ୍‌ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତ କାରଣ ଜଣାଇବାରେ ସରକାର ବିଫଳ ହୋଇଛନ୍ତି। ଏହିସବୁ ପ୍ରସଙ୍ଗ ନେଇ ଟାର୍ଗେଟ କରାଯିବ ବୋଲି ସାଲୁଜା କହିଛନ୍ତି।
ଅନ୍ୟପଟେ ଶାସକ ଦଳ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିରୋଧୀଙ୍କୁ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଣନୀତି ପ୍ରସ୍ତୁତ କରାଯିବ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀଙ୍କୁ ମୁକାବିଲା ନେଇ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହେବ। ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ବିରୋଧୀ କେତେବେଳେ କିଛି ପ୍ରସଙ୍ଗ ନ ପାଇ ଅଯଥା ଗଣ୍ଡଗୋଳ କରିବାକୁ ଚେଷ୍ଟା କରନ୍ତି। ଆମେ ଚାହୁଁଚୁ ସେମାନେ କିଛି ଯଥାର୍ଥ ପ୍ରସଙ୍ଗ ଗୃହରେ ଉପସ୍ଥାପନା କରନ୍ତୁ, ଶାସକ ଦଳ ତା’ର ଉତ୍ତର ରଖିବ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri