Posted inଜାତୀୟ

ଆଦାନୀ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିରୋଧୀ ଦଳଗୁଡ଼ିକ ଆଦାନୀ ଏବଂ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ଉଠାଇଥିଲେ। ନିୟମ ଅନୁଯାୟୀ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଅଧିକାଂଶ ଆଞ୍ଚଳିକ ଦଳ ଆଦାନୀ ଏବଂ ମହିଳା କୋଟା ବିଲ୍‌ ସମେତ ବେରୋଜଗାରୀ, ଦରଦାମ୍‌ ବୃଦ୍ଧି, ରାଜ୍ୟଗୁଡ଼ିକୁ ରାଜସ୍ବ ପ୍ରଦାନରେ କେନ୍ଦ୍ରର ପାତରଅନ୍ତର ଆଦି ପ୍ରସଙ୍ଗ ଉଠାଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଥିଲେ, ସରକାର ସବୁବେଳେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ସେଗୁଡ଼ିକ ନିୟମ ଅନୁଯାୟୀ ଏବଂ ଗୃହ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ହେବା ଆବଶ୍ୟକ। ସର୍ବଦଳୀୟ ବୈଠକରେ ୨୭ଟି ଦଳରୁ ୩୭ ଜଣ ନେତା ଯୋଗଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଉପସ୍ଥିତ ଥିଲେ। କଂଗ୍ରେସର ଅଧିକାଂଶ ନେତା ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବାରୁ ସର୍ବଦଳୀୟ ବୈଠକରେ ମୁଖ୍ୟ ବିରୋଧୀ ଦଳରୁ କେହି ଉପସ୍ଥିତ ନ ଥିଲେ।
ଆଦ୍‌ମୀ ପାର୍ଟି, ଆର୍‌ଜେଡି, ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା, କେ. ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌, ଡିଏମ୍‌କେ ଏବଂ ବାମଦଳଗୁଡ଼ିକ ଆଦାନୀ ପ୍ରସଙ୍ଗ ଉଠାଇ ପାର୍ଲାମେଣ୍ଟରେ ଏହା ଉପରେ ଆଲୋଚନା ଦାବି କରିଥିଲେ। ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବା ଲାଗି ବିଆର୍‌ଏସ୍‌ କେତେକ ବିରୋଧୀ ଦଳ ସହ ଆଲୋଚନା କରିଥିଲା। ଓ୍ବାଇଏସ୍‌ଆର୍‌ କଂଗ୍ରେସ, ବିଆର୍‌ଏସ୍‌, ବିଜୁ ଜନତା ଦଳ, ଟିଏମ୍‌ସି ଆଦି ଦଳ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବା ପାଇଁ ଦାବି କରିଥିଲେ। ସାରା ଦେଶରେ ଜାତିଭିତ୍ତିକ ଅର୍ଥନୈତିକ ଜନଗଣନା ପାଇଁ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦାବି କରିଥିଲା। ଏହାକୁ ଜେଡିୟୁ, ଆର୍‌ଜେଡି, ଟିଆର୍‌ଏସ୍‌, ଟିଏମ୍‌ସି ଏବଂ ବିଜେଡି ସମର୍ଥନ କରିଥିଲେ। ଚାଇନା ସହ ସୀମା ବିବାଦ ପ୍ରସଙ୍ଗ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଉଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri