ବିରୋଧୀ ଜାଣି ନାହାନ୍ତି, ବିରୋଧ କାହାକୁ? ଦ୍ୱନ୍ଦ୍ୱରେ କର୍ମୀ

ଭୁବନେଶ୍ୱର, ୭ା୧(ଅନିଲ ଦାସ):ନିଜକୁ ମୁଖ୍ୟ ବିରୋଧୀ ଦଳ ବୋଲାଉଥିବା ବିଜୁ ଜନତା ଦଳ (ବିଜେଡି) ତରଫରୁ ରାଜଧାନୀରେ ଏକ ଜନସମାବେଶର ଆୟୋଜନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌ ବୃଦ୍ଧି ବିରୋଧରେ ସ୍ବର ଉତ୍ତୋଳନ କରି ରାଜ୍ୟ ସରକାରଙ୍କୁ ଏହି ତ୍ରୁଟି ପାଇଁ ଉତ୍ତରଦାୟୀ କରିବା। ସାଧାରଣ ନିର୍ବାଚନର ୬ ମାସ ପରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା କର୍ମୀ ଯୋଗାଡ଼ କରି ସମାବେଶକୁ ସଫଳ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଜେଡି କାହାକୁ ବିରୋଧ କରିଛି ସେ ନେଇ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଦଳର ଶୀର୍ଷ ନେତୃତ୍ୱଠାରୁ ଆରମ୍ଭ କରି ନିଜକୁ ଆଗଧାଡ଼ିର ବୋଲାଉଥିବା ନେତାମାନେ ମଧ୍ୟ ନିଜ ଭାଷଣରେ କାହାକୁ ବିରୋଧ କରୁଥିଲେ ସେ ବିଷୟରେ କୌଣସି ନାମ ଉଲ୍ଲେଖ କରି ନ ଥିଲେ। ଏହା ଫଳରେ ଉପସ୍ଥିତ କର୍ମୀ ଓ ଦଳୀୟ ସମର୍ଥକମାନେ ନିଜର ସ୍ଥିତି ବୁଝିପାରି ନ ଥିଲେ ବୋଲି ସଭାସ୍ଥଳରେ ଆଲୋଚନା ହେଉଥିଲା। ବିଜେଡି ଶାସନରେ ଥିବା ବେଳର ବିକ୍ଷୋଭ ଏବଂ ଏବର ବିକ୍ଷୋଭ ଭିତରେ ସେଭଳି କିଛି ଫରକ ଥିବାଭଳି ମନେହେଉ ନାହିଁ। ଗତ ୧୧ ବର୍ଷ ତଳେ ଶାସନ ଗାଦିରେ ଥିବାବେଳେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଯେଭଳି ଲୋକଦେଖାଣିଆ ବିକ୍ଷୋଭ କରୁଥିଲା ଆଜିର ବିକ୍ଷୋଭକୁ ଦେଖିଲେ ସେଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିବା ନେଇ ଆଲୋଚନା ହେଉଛି।
ସମାବେଶରେ ଯୋଗଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜୁନ୍‌ରେ ଭାଜପା ସରକାର ଗଠନ ହେବା ୭ ମାସ ହୋଇଗଲାଣି। କେବଳ ଲମ୍ବା ଲମ୍ବା ଭାଷଣ ଛଡ଼ା କାମଘର ଶୂନ ହୋଇଛି। ଦରଦାମ୍‌ ବଢ଼ି ବଢ଼ି ଚାଲିଛି।
କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବାପରି ଜଣାପଡ଼ୁ ନାହିଁ। ଡାଲି, ତେଲ, ପରିବା, ଗ୍ରୋସରିଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶଛୁଆଁ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଈ ମା’ କାହାଣୀ କହି ସରକାର ଖୁସି ହେଉଛନ୍ତି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇଗଲାଣି। ଅଦିନିଆ ବର୍ଷା ଯୋଗୁ ଫସଲ ହାନି ଘଟିଛି। ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। କିନ୍ତୁ ନେତାଙ୍କ ସମୟ ନିଜ ପ୍ରମୋଶନରେ ବିତୁଛି। ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି॥ ମା’ମାନେ କାନ୍ଦୁଛନ୍ତି। ଚାଷୀ କାନ୍ଦୁଛନ୍ତି। କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡିଠାରୁ କମ୍‌ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି। ଡବଲ ଇଞ୍ଜିନ ଲୋକଙ୍କ ଉପରେ ଡବଲ ମାଡ଼ କରୁଛି । ଏପଟେ ଦରବୃଦ୍ଧି ମାଡ଼। ସେପଟେ ଜିଏସ୍‌ଟି ମାଡ଼। ସବୁ ଜିନିଷରେ ଜିଏସ୍‌ଟି। ଗରିବ ଲୋକ ସବୁଠାରୁ ଅଧିକ ଜିଏସ୍‌ଟି ଦେଉଛନ୍ତି। ଭାଜପା ସରକାର ଟ୍ରେଲରରେ ଗୋଲାପି ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲିଜ ହେଲା ଏମ୍‌ଏମ୍‌ ସରକାର, ମହଙ୍ଗା ମାଡ଼ ସରକାର। ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ ବୋଲି ନବୀନ କହିଛନ୍ତି ।
ସମାବେଶରେ ଯୋଗଦେଇ ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ କହିଛନ୍ତି, ଏଇ ୬’ ମାସରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଛି। ଦରଦାମ୍‌ ବୃଦ୍ଧି ଘଟିଛି। ପ୍ରତାପ ଜେନା କହିଛନ୍ତି, ରାଜ୍ୟରେ ଯେଭଳି ଦରଦାମ୍‌ ବୃଦ୍ଧି ଘଟିଛି ଗତ ୨୪ ବର୍ଷରେ ନବୀନ ପଟ୍ଟନାୟକ ସରକାର ସମୟରେ ଏପରି କେବେ ହୋଇ ନ ଥିଲା। ପୂର୍ବରୁ ପେଟ୍ରୋଲ ଓ ଡିଜେଲରେ ଦର ବୃଦ୍ଧି ହୋଇଥିବା ବେଳେ ଏବେ ସବୁ ଜିନିଷ ଦର ଆକାଶଛୁଆଁ ହୋଇଛି। ଏହି ସମାବେଶରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୁଷ୍ପେନ୍ଦ୍ର ସିଂଦେଓ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଭୁତି ବଳବନ୍ତ ରାୟ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ,କଳିକେଶ ନାରାୟଣ ସିଂଦେଓ, ବିଜୟ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଦରଦାମ୍‌ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସମସ୍ତେ ଏକ ଜୁଟ ହୋଇ ପ୍ରତିବାଦକୁ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି। ସକାଳ ୯ଟାରୁ ଲୋୟର ପିଏମ୍‌ଜିଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୨୦ ହଜାର ବିଜେଡି କର୍ମୀଙ୍କର ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?