ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି ବିରୋଧୀ

ଯାଜପୁର,୧୭ା୭ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଗତ ୨୩ ବର୍ଷ ହେଲା ତୃଣମୂଳସ୍ତରରୁ ଶକ୍ତିଶାଳୀ। ବିଜେଡି ସରକାରଙ୍କ ନୀତି ଓ ଆଦର୍ଶ ଭଲ ବୋଲି ଏଯାଏ ଦଳୀୟ ନେତା, କର୍ମୀମାନେ କହି ବୁଲୁଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲାର ସମସ୍ତ ଜିଲା ପରିଷଦ ଆସନ ଅକ୍ତିଆର କରି ବିଜେଡି ଏହାର ପ୍ରମାଣ ଦେଇଛି। ଏଭଳିସ୍ଥଳେ ବିଜେଡିର ବିକଳ୍ପ ପାଇଁ ବିରୋଧୀ ବିଶ୍ୱାସ ହୋଇପାରୁନାହାନ୍ତି। ବିଜେଡିର ବିକଳ୍ପ ଦଳ ଭାବରେ ଭାଜପା ଉଭା ହେବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଆସୁଛି ତାହା ଏଯାଏ ଭାଷଣରେ ସୀମିତ ରହିଛି। କଂଗ୍ରେସର ସ୍ଥିତି ଆହୁରି ଦୁର୍ବଳ ହେବା ସହ ଜନଗଣଙ୍କ ସେତେଟା ବିଶ୍ୱାସଭାଜନ ହୋଇ ପାରି ନ ଥିବା ଆଲୋଚନା ହେଉଛି। ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏହାର କେତୋଟି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
୨୦୨୪ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ। ୨୦୧୯ ନିର୍ବାଚନରେ ବିଜେଡିର ଭୋଟହାର ହ୍ରାସ ପାଇଥିବାରୁ ଦଳ ଏଥର ୨୦୧୪ ସ୍ଥିତିକୁ ଫେରିବାକୁ ସମସ୍ତ କୌଶଳ ଆପଣାଇବ ବୋଲି ନେତାମାନେ କହୁଛନ୍ତି। ହେଲେ ୨୦୧୯ ବିଧାନସଭା ନିର୍ବାଚନ ପରେ ଭାଜପା ଶିବିରର ହାଲଚାଲ ସାମାନ୍ୟ ବଦଳିଛି। ଧର୍ମଶାଳାର ୨ ଦଶନ୍ଧିର ଭାଜପା ନେତା ରମେଶ ଚନ୍ଦ୍ର ପରିଡ଼ାଙ୍କ ହାତରୁ ଏଥର ଲଗାମ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ନିକଟରେ ସାମାଜିକ କର୍ମୀ ହିମାଂଶୁ ଶେଖର ସାହୁ ଭାଜପାରେ ଯୋଗଦେଇଥିବା ଖବର ବିଜେଡି ଶିବିରକୁ ସାମାନ୍ୟ ବିଚଳିତ କରିଥିବା କୁହାଯାଉଛି। ସେହିପରି କଂଗ୍ରେସରୁ ଭାଜପାକୁ ଡିଅଁା ମାରିଥିବା ଯୁବନେତ୍ରୀ ସ୍ମୃତିରେଖା ପହି ଭାଜପା ଶିବିରର ନେତ୍ରୀ ଭାବେ ଧର୍ମଶାଳାରେ ଉଭା ହୋଇଛନ୍ତି। ସ୍ମୃତିରେଖାଙ୍କ ନେତୃତ୍ୱରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ସେତେଟା ସଫଳ ହୋଇ ନ ଥିଲେ ହେଁ ବିଜେଡି ପାଇଁ ସତର୍କ ଘଣ୍ଟି ହୋଇଥିଲେ। ଭାଜପାର ଅନ୍ୟତମ ନେତା ସର୍ବେଶ୍ୱର ବେହୁରା ଏବେ ଆଇନ ଜାଲରେ ଛନ୍ଦି ହୋଇଥିବାରୁ ତାଙ୍କ ରାଜନୈତିକ ଜୀବନ ଉପରେ ବହୁ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳିସ୍ଥିତିରେ ଧର୍ମଶାଳା ଭାଜପାରେ ଏକ ନୂତନ ସମୀକରଣ ସୃଷ୍ଟି ହେବ ବୋଲି ମନେ ହେଉଛି।
ଅନ୍ୟପକ୍ଷରେ ବିଜେଡିର କେତେକ ଆଗଧାଡିର ନେତା କଳାପଥର ଲୁଟ ଅଭିଯୋଗରେ ବିପୁଳ ଟଙ୍କାର ଜରିମାନାରେ ଛନ୍ଦି ହୋଇଥିବାରୁ ସେମାନଙ୍କ ଭୂମିକା ସନ୍ଦେହରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏକାଧିକ ପଥର ବ୍ୟବସାୟୀଙ୍କ ଉପରେ ପ୍ରାୟ ୩୦୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଦୀର୍ଘଦିନ ଧରି ଏଠାରେ କ୍ଷମତାରେ ରହିବା, ଗତ ପଞ୍ଚାୟତ ନିର୍ବାଚନରେ ଦଳ ମଧ୍ୟରେ ମାଳମାଳ ଆଶାୟୀ ସୃଷ୍ଟି ହେବା ଆଦି ପ୍ରସଙ୍ଗ ବିଜେଡି ବିପକ୍ଷରେ ନକାରାତ୍ମକ ପ୍ରସଙ୍ଗ ହେବ ବୋଲି ଅନୁମାନ କରାଯାଇଛି।
ନିର୍ବାଚନ ରଣନୀତି ଓ ପରିଚାଳନାରେ ଧୁରୀଣ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ବିଜେଡିର ଭୋଟହାର ବୃଦ୍ଧି ପାଇଁ ଏବେଠାରୁ ଗଁା ଗଣ୍ଡାରେ ଲୋକ ସମ୍ପର୍କକୁ ଶକ୍ତିଶାଳୀ କରିବାକୁ ଲାଗି ପଡ଼ିଲେଣି। ତେବେ ସରକାରଙ୍କ କେତେକ ଜନହିତକର ଯୋଜନା ଯଥା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଯୋଜନା, ରାଶନ ସାମଗ୍ରୀ ଯୋଗାଣରେ ଦୁର୍ନୀତି, ରାସ୍ତା ନିର୍ମାଣରେ ଅନିୟମିତତା, ଅହେତୁକ ବିଦ୍ୟୁତ କାଟ, ବାଲି ଓ କଳାପଥର ଲୁଟ ନିୟନ୍ତ୍ରଣରେ ବିଫଳ ଇତ୍ୟାଦି ବିଜେଡି ପାଇଁ ସାମାନ୍ୟ ଅଡୁଆ ହୋଇପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୬୮.୬୦%, ଭାଜପା ୧୨.୫୨% ଓ କଂଗ୍ରେସ ୧୩% ଭୋଟ ହାତେଇ ପାରିଥିଲା। ହେଲେ ୨୦୧୯ ନିର୍ବାଚନରେ ଭାଜପା ୨୮.୧୨% ଭୋଟ ପାଇଥିଲା। ବିଜେଡିର ଭୋଟହାର ହ୍ରାସ ପାଇ ୫୮.୬୧ରେ ପହଞ୍ଚିଥିଲାବେଳେ କଂଗ୍ରେସ ୧୦.୭୫%ରେ ସୀମିତ ରହିଥିଲା। ବର୍ତ୍ତମାନ ସ୍ଥିତି ବଦଳିଛି। ରାଜ୍ୟ ସରକାରଙ୍କ ଅନେକ କଲ୍ୟାଣମୂଳକ କାର୍ଯ୍ୟ ନିମନ୍ତେ ସରକାରୀ ଅଧିକାରୀ ଭାବେ ୫-ଟି ସଚିବ ବିଭିନ୍ନ ଜିଲା ଗସ୍ତ ଜାରି ରଖିଥିବାବେଳେ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଏହା ଶାସକ ଦଳ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଭାଜପା ନେତାଙ୍କ କାର୍ଯ୍ୟଧାରା ଓ ଉପଯୁକ୍ତ ରଣନୀତି ଅଭାବ ଯୋଗୁ ଦଳ ସେତେଟା ଜନଗଣଙ୍କ ବିଶ୍ୱାସଭାଜନ ହୋଇ ପାରୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri