ଆସିପାରେ କାମଚଳା ବଜେଟ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ ପ୍ରସ୍ତୁତି ଏକ ପ୍ରକାର ଶେଷ କରିଦେଇଛନ୍ତି। ଗତ ସେପ୍ଟେମ୍ବରରୁ ଅର୍ଥ ବିଭାଗ ପକ୍ଷରୁ ବଜେଟ ଆଗତ ପ୍ରକ୍ରିୟାକୁ ଜୋର୍‌ଦାର ଭାବେ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ଏଥିରେ ପରିବର୍ତ୍ତନ କରାଯିବା ସମ୍ଭାବନା ବେଶି। ଏବେ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ୨୪ ତାରିଖ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୌର ନିର୍ବାଚନ ହେବ। ତେଣୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ କାମଚଳା ବଜେଟ ଆଗତ କରିବା ସମ୍ପର୍କରେ ଚିନ୍ତା କରିପାରନ୍ତି। ଏନେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ବୈଠକରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ସେହିପରି ମାର୍ଚ୍ଚରେ ବିଧାନସଭା ଅଧିବେଶନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ରହିଛି।
ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ସରକାରଙ୍କ ପକ୍ଷରୁ ଏଯାଏ କିଛି ଚୂଡ଼ାନ୍ତ ଖବର ଆସିନାହିଁ। କାମଚଳା ବଜେଟ ଆସିପାରେ। ଆଦର୍ଶ ଆଚରଣ ବିଧି ଲାଗିଛି। ଅର୍ଥମନ୍ତ୍ରୀ ବୈଠକ ଡାକିଛନ୍ତି, ତାହା ସରିଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ମାର୍ଚ୍ଚ ୩୧ ସୁଦ୍ଧା ବଜେଟ ଆସିବ। କୋଠା, ବାଡ଼ି, ରାସ୍ତା କାମ ଲାଗି କିଛି ପ୍ରସ୍ତାବ ରହି ନ ପାରେ। କେବଳ ସରକାରୀ କର୍ମଚାରୀମାନଙ୍କ ଦରମା, ରାଜ୍ୟ ସରକାର ଆଣିଥିବା ଋଣ ପରିଶୋଧ ସମ୍ପର୍କିତ ଖର୍ଚ୍ଚର ପ୍ରସ୍ତାବ ଆସିପାରେ ବୋଲି ସେ କହିଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ଣ୍ଣାଙ୍ଗ ବଜେଟ ପାଇଁ ସବୁ କାମ ଶେଷ ହୋଇଯାଇଛି। ପଞ୍ଚାୟତ ନିର୍ବାଚନ ସରିବା ମାତ୍ରେ ପୌର ନିର୍ବାଚନ ହେବ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସରକାରୀ ଖର୍ଚ୍ଚ ଯାହା ହେବ ସେନେଇ ଏକ ବଜେଟ ପାସ୍‌ କରାଯିବ। ୪ ମାସ ପରେ ଆଉଥରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ବୋଲି ସେ କହିଛନ୍ତି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୌର ନିର୍ବାଚନ ହେବ ନା ନାହିଁ ତାହା ଚୂଡ଼ାନ୍ତ ହୋଇନାହିଁ। ଯଦି ପୌର ନିର୍ବାଚନ ହେବ, ତେବେ କାମଚଳା ବଜେଟ ଅଣାଯିବ। ପୌର ନିର୍ବାଚନ ଘୋଷଣା ହେବାପରେ ଆଉ ପୂର୍ଣ୍ଣାଙ୍ଗ ବଜେଟ ଆସିପାରିବ ନାହିଁ। ପୂର୍ଣ୍ଣାଙ୍ଗ ବଜେଟ ପାଇଁ ଯେତିକି ସମୟ ଦରକାର ତାହା ସମ୍ଭବ ନୁହେଁ। କେବଳ କାମଚଳା ବଜେଟ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri