Posted inଖେଳ

ଏକମାତ୍ର ଟେଷ୍ଟ: ବାଂଲାଦେଶ ସ୍ଥିତି ଦୃଢ଼

ହରାରେ,୧୦।୭: ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ସ୍ଥିତି ଦୃଢ କରିଛି। ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଏହି ଟେଷ୍ଟରେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ମହମୁଦୁଲ୍ଲାଙ୍କ ଅପରାଜିତ ୧୫୦ ରନର ଅପରାଜିତ ବୃହତ୍‌ ଶତକୀୟ ଇନିଂସ, ଅଧିନାୟକ ମୋମିନୁଲ ହକଙ୍କ ୭୦ ରନ, ଲିଟନ ଦାସଙ୍କ ୯୫ ରନ ଓ ତାସ୍କିନ ଅହମ୍ମଦଙ୍କ ୭୫ ରନର ଅର୍ଦ୍ଧଶତକୀୟ ପାଳି ବଳରେ ୧୨୬ ଓଭରରେ ୪୬୮ ରନକରି ଅଲଆଉଟ ହୋଇଥିଲା। ଜବାବରେ ଜିମ୍ବାଓ୍ବେ ପ୍ରଥମ ଇନିଂସ ଆରମ୍ଭ କରି ୧୧୧.୫ ଓଭରରେ ୨୭୬ ରନକରି ଆଉଟ ହୋଇଥିଲା। ଫଳରେ ବାଂଲାଦେଶ ପ୍ରଥମ ଇନିଂସରେ ୧୯୨ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭ ଓଭରରେ ବିନା କୌଣସି କ୍ଷତିରେ ୪୫ ରନ ସଂଗ୍ରହ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ବାଂଲାଦେଶ ଏବେ ମୋଟ ୨୩୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍‌ ଅପସାରଣ ବେଳକୁ ଶଦମାନ ଇସ୍‌ଲାମ ୨୨ ଓ ସୈଫ ହାସନ ୨୦ ରନକରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିବସର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୧୪/୧ରୁ ଖେଳ ଆରମ୍ଭ କରି ଜିମ୍ବାଓ୍ବେ ଅଲ୍‌ଆଉଟ ହୋଇଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ଜିମ୍ବାଓ୍ବେ ମିଡଲ ଅର୍ଡର ଓ ଟେଲ ଏଣ୍ଡରମାନେ ବିଫଳ ହୋଇଥିଲେ। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତାକୁଡଜ୍ୱାନାସେ କାଇଟାନୋ ୩୩ ଓ ଅଧିନାୟକ ବ୍ରେଣ୍ଡନ ଟେଲର ୩୭ ରନରୁ ଖେଳ ଆରମ୍ଭ କରି ଯଥାକ୍ରମେ ୮୭ ଓ ୮୧ ରନକରି ଆଉଟ ହୋଇଥିଲେ। ଏହାପରେ ଡିଅନ ମିୟର୍ସ ୨୭ ଓ ରେଗିସ୍‌ ଚକବଭା ଅପରାଜିତ ୩୧ ରନ ସଂଗ୍ରହ କରିଥିଲେ। ପୂର୍ବରୁ ଓପନର ମିଲଟନ ଶୁମ୍ବା ୪୧ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମେହିଦି ହାସନ ମିରାଜ ସର୍ବାଧିକ ୫, ଶକିବ ଅଲ ହାସନ ୪ ଓ ତାସ୍କିନ ଅହମ୍ମଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୧୨୬ ଓଭରରେ ୪୬୮ ଅଲଆଉଟ।
ଜିମ୍ବାଓ୍ବ ପ୍ରଥମ ଇନିଂସ- ୧୧୧.୫ ଓଭରରେ ୨୭୬ ଅଲଆଉଟ
(କାଇଟାନୋ- ୮୭, ଟେଲର- ୮୧, ମିଲଟନ- ୪୧, ମିୟର୍ସ- ୨୭, ମିରାଜ- ୫/୮୨, ଶକିବ- ୪/ ୮୨, ତାସ୍କିନ- ୧/୪୬)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୧୭ ଓଭରରେ ବିନା କ୍ଷତିରେ ୪୫
(ଶଦମାନ-୨୨, ସୈଫ୍‌- ୨୦)।
କ୍ୟାପଶନ: ୫ ଉଇକେଟ ହାସଲ କରି ଜିମ୍ବାଓ୍ବେର ବିପର୍ଯ୍ୟୟ ଘଟାଇଥିବା ବାଂଲାଦେଶ ଅଫ୍‌ ସ୍ପିନର ମେହିଦି ହାସନ ମିରାଜ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri