Posted inଫୁରସତ

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ ଏକ କଇଁଛ ବିଶ୍ୱର ସବୁଠୁ ବୟସ୍କ କଇଁଛ ଭାବେ ଜଣାଶୁଣା। ଏହି କଇଁଛ ଆଟ୍‌ଲାଣ୍ଟିକ୍‌ ମହାସାଗରର ସେଣ୍ଟ ହେଲେନା ଦ୍ୱୀପରେ ରହିଥାଏ। ଏହାକୁ ପ୍ରଥମ ଥର ପାଇଁ ୧୮୮୨ରେ ସେଚେଲ୍‌ସରୁ ହେଲେନାକୁ ଅଣାଯାଇଥିଲା, ସେତେବେଳେ ଜୋନାଥନକୁ ୫୦ ବର୍ଷ ହୋଇଥିଲା। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ଜୋନାଥନର ଜନ୍ମ ୧୮୩୨ରେ ହୋଇଥିଲା। ଗିନିଜ୍‌ ୱାଲର୍‌ଡ ରେକର୍ଡ ଏବେ ତା’ର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି। ଏବେ ଜୋନାଥନକୁ ୧୯୧ ବର୍ଷ ହୋଇଥିବା କ୍ୟାପ୍ସନରେ ଲେଖାଯାଇଛି। ଲମ୍ବା ସମୟ ଧରି ଜୋନାଥନର ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ ଜୋ. ହୋଲିନ୍‌ଙ୍କ କହିବା ମୁତାବକ, ଜୋନାଥନ ବର୍ତ୍ତମାନ ସୁସ୍ଥ ଅଛି। ତା’ର ଗତି କମ୍‌ ହେବା ଭଳି ସ୍ଥିତି ଏପର୍ଯ୍ୟନ୍ତ ଉତ୍ପନ୍ନ ହୋଇନି। ଏବେ ତା’ ପାଖରେ ଆଘ୍ରାଣ ଶକ୍ତି ଆଉ ନାହିଁ। ମୋତିଆବିନ୍ଦୁ କାରଣରୁ ସେ ଆଉ ଦେଖିପାରୁନି। ବିଶ୍ୱର ସବୁଠୁ ଅଧିକ ବୟସ୍କ ପ୍ରାଣୀ ଭାବେ ଜୋନାଥନର ନାମ ୨୦୨୨ରେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ଏହା ପୂର୍ବରୁ ତୁ’ଇ ମାଲିଲା ନାମକ କଇଁଛ ପାଖରେ ଏହି ରେକର୍ଡ ଥିଲା। ୧୯୬୫ରେ ୧୮୮ ବର୍ଷ ବୟସରେ ତୁ’ଇ ମାଲିଲାର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ

କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ...

ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଜୋମାଟୋ ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ପାର୍ଶଲ ଦେବା ସମୟରେ ରାସ୍ତା ମଝିରେ ନାଚୁଛନ୍ତି। ଯୁବକ ଜଣଙ୍କ...

Viral Video: କିସ୍‌ କରୁଥିବା ବେଳେ ସ୍ବାମୀଙ୍କ ହାବୁଡରେ ପଡିଗଲେ ସ୍ତ୍ରୀ, ଆଉ ତା’ପରେ…

ସୋସିଆଲ ମିଡିଆରେ ଅନେକ ଥର ମଜାଳିଆ ଭିଡିଓ ଦେଖାଯାଏ। ଠିକ୍‌ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ...

୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଥର ପିଲାମାନେ ଖେଳିବା ସମୟରେ କିଛି ଜିନିଷ ଗିଳି ଦିଅନ୍ତି, ଯାହା ବେଳେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଯାଏ। କିନ୍ତୁ ଯଦି ଏହା...

ଭବିଷ୍ୟତ ନିର୍ମାଣରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୭ ତାରିଖକୁ ସମଗ୍ର ବିଶ୍ୱରେ ‘ସ୍ବେଚ୍ଛାସେବୀ ସଙ୍ଗଠନ’ ବା ନନ୍‌-ଗଭର୍ନମେଣ୍ଟାଲ ଅର୍ଗାନାଇଜେଶନ (ଏନଜିଓ) ଦିବସ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି...

ଟ୍ରେନ୍‌ରେ ପଇସା ନ ଦେବାରୁ ଲୋକଙ୍କୁ ପିଟିଲେ କିନ୍ନର, ରେଲଓ୍ବେ ଦେଲା ଏଭଳି ଜବାବ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ, ଆପଣ ପ୍ରାୟତଃ ଭିକାରୀ କିମ୍ବା କିନ୍ନର ଟ୍ରେନ ଭିତରେ ଟଙ୍କା ମାଗୁଥିବାର ଦେଖିଥିବେ। ଏହି ଘଟଣା ହୁଏତ ଆପଣଙ୍କ ସହିତ...

ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା

ଦୁନିଆରେ ଅନଲାଇନ୍‌ ଗେମ୍‌ ପାଇଁ ଲୋକଙ୍କର କ୍ରେଜ୍‌ ରହିଛି। ଲୋକମାନେ ଦିନସାରା ଖେଳଗୁଡିକର କଳ୍ପନା ଦୁନିଆରେ ବୁଡି ରହିଥା’ନ୍ତି । ବର୍ତ୍ତମାନ ଏହିପରି ଅନେକ ଖେଳ...

ପ୍ରତି ୪ ବର୍ଷରେ କାହିଁକି ଫେବୃଆରୀ ମାସ ହୁଏ ୨୯ ଦିନିଆ, ଜାଣନ୍ତୁ ଏହାର ପ୍ରକୃତ କାରଣ…

ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri