ପୁରୁଣାଙ୍କୁ ଟକ୍କର ଦେଉଛନ୍ତି ନୂଆ

ବାହାନଗା, ୧୦ା୨(ଡି.ଏନ.ଏ.) ବାହାନଗା ବ୍ଲକର ପ୍ରମୁଖ ପଞ୍ଚାୟତ ବରିପଦାରେ ଚଳିତବର୍ଷ ତ୍ରିମୁଖୀ ଲଢେଇ ହେଉଛି। ଏଥିରେ ପୁରୁଣାକୁ ଟକ୍କର ଦେଉଛନ୍ତି ନୂଆମୁହଁ। ତେବେ ବିଜେଡି ସମର୍ଥନରେ ପ୍ରାଣୀ ଡାକ୍ତରଖାନାର ଜଣେ ଅବସରପ୍ରାପ୍ତ କର୍ମଚାରୀ ମହେଶ୍ୱର ମାଝି ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ା ସେ ପୂର୍ବରୁ ପ୍ରାଣୀମାନଙ୍କର ଚିକିତ୍ସା କରୁଥିଲେ। ଅବସର ପରେ ସେ ଜନସେବା କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ବିରୋଧରେ ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ମାଝି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୌଣସି ଦଳର ସମର୍ଥନ ନ ନେଇ ଏକାକୀ ଲଢୁଥିବା ବାବୁରାମ ମାଝିଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ପଥ ପରିଷ୍କାର ହୋଇଛି। ତେବେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା, ଜିଲାପରିଷଦ ପ୍ରାର୍ଥୀଙ୍କ ସହିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ମହେଶ୍ୱର ମାଝି ପ୍ରଚାର ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପଞ୍ଚାୟତ ୧୬ ୱାର୍ଡକୁ ନେଇ ଗଠିତ। ଏଥିରେ ୭ ହଜାର ୧ଶହ ୭୪ ଜଣ ଭୋଟର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?