ନାଳକୁ ଗାଧୋଇବାକୁ ଯାଇ ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୧୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଜହ୍ନେଇ ନାଳକୁ ମଙ୍ଗଳବାର ଅପରାହ୍ନରେ ଗାଧୋଇବାକୁ ଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ପରଲୋକ ଘଟିଛି। ସେ ହେଲେ ଉକ୍ତ ପଞ୍ଚାୟତ ପୁରୁଣିଆ ଗ୍ରାମର ତନୁରାମ ମହାନ୍ତ।
ସୂଚନାନୁଯାୟୀ, ତନୁରାମ ପୁରୁଣିଆରୁ ବଲାଣିପଶିସ୍ଥିତ ଶ୍ୱଶୁର ଘରକୁ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଯାଇଥିଲେ। ମଙ୍ଗଳବାର ବଲାଣିପଶି ଜହ୍ନେଇ ନାଳରେ ପୋଲ ନିର୍ମାଣ ପାଇଁ ବନ୍ଧା ଯାଇଥିବା ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ସେ ବୁଡି ଯାଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତନୁରାମଙ୍କୁ ଉଦ୍ଧାର କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ତୁରୁମୁଙ୍ଗା ଥାନାରେ (କେସ୍‌ ନଂ. ୫/୨୧) ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।