ମଦ ପିଇବାକୁ ଟଙ୍କା ନ ଦେବାରୁ ବୃଦ୍ଧଙ୍କୁ ହତ୍ୟା

ଜୁନାଗଡ଼,୮।୩: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମାଟିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକ ବୃଦ୍ଧଙ୍କୁ କଚାଡି ମାରିବା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସୂଚନା ମୁତାବକ, ମାଟିଗାଁରେ ଶନିବାର ରାତିରେ କାହ୍ନା ଧଙ୍ଗଡାମାଝି(୨୫) ନାମକ ଜଣେ ଯୁବକ ରାସ୍ତାରେ ଯାଉଥିବା ବେଳେ ଗ୍ରାମର ଅଭିରାମ ପୂଝାରୀ(୬୫)ଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ କାହ୍ନା ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ କଂକ୍ରିଟ ରାସ୍ତା ଉପରେ କଚାଡି ଦେଇଥିଲେ। ଫଳରେ ଅଭିରାମ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜୁନାଗଡ଼ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା (ନଂ. ୬୫/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ କାହ୍ନା ଫେରାର ଥିବା ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ରଥଚକ ନିର୍ମାଣ ସରିଲା

ପୁରୀ ଅଫିସ, ୨୧ା୫: ମହାପ୍ରଭୁଙ୍କ ଭଉଁରୀ ଯାତ୍ରାକୁ ଆଉ ଦିନଟିଏ ବାକି ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଭଉଁରୀରେ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ସମ୍ବଲପୁର,୧୪।୨(ବ୍ୟୁରୋ): ସମ୍ବଲପୁରର ଜିଲାର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏହି ଚଢ଼ାଉ...

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ କଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁନ୍ଦରଗଡ଼,୭।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଜିଲା କଗ୍ରେସ ପକ୍ଷରୁ ଶନିବାର ସକାଳୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ଜିଲାରେ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର

ନବରଙ୍ଗପୁର,୨୭।୧୨(ବି.ପ୍ର.): ଉମରକୋଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା...

ପାହାଡ଼ରୁ ନାବାଳକଙ୍କ କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

ବୁଗୁଡ଼ା,୧୬ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ନିକଟସ୍ଥ ଦିଗବାରିଣୀ ପାହାଡ଼ରୁ ଶୁକ୍ରବାର ବୁଗୁଡ଼ା ପୋଲିସ ଜଣେ ନାବାଳକଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳକ ଜଣକ ହେଲେ ଝୋଲରୀ ଗ୍ରାମର...

ପୁଣି ରେକର୍ଡ ଭାଙ୍ଗିଲେ ସତ୍ୟ: ନିର୍ମାଣ କଲେ ବିଶ୍ୱର କ୍ଷୁଦ୍ରତମ ରଥ

ବ୍ରହ୍ମପୁର ଅଫିସ,୩ା୬-ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ଶିଳ୍ପୀ ସତ୍ୟ ମହାରଣା ା ଦୁଇଦିନ ପୂର୍ବେ ସେ ୧.୩ ସିଏମ୍‌ ଉଚ୍ଚତାର ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା...

 ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ)-ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ କଟକ ଓ ଭୁବନେଶ୍ୱର ଥିବା ସମସ୍ତ ସରକାରୀ ବିଭାଗ ଓ...

୧୦ ଦିନ ମଧ୍ୟରେ ସବୁ କୋଭିଡ୍‌ ହସ୍ପିଟାଲକୁ ପ୍ରସ୍ତୁତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି କୋଭିଡ୍‌ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଏବଂ...

Advertisement
Archives

Model This Week