ତୈଳ ଯୁଦ୍ଧ: ଓପେକ୍‌ ବନାମ ନୋପେକ୍‌

ଭିଏନା/ଓ୍ବାଶିଂଟନ,୭ା୧୦:ପେଟ୍ରୋଲିୟମ୍‌ ରପ୍ତାନିକାରୀ ଦେଶଗୁଡ଼ିକର ସଙ୍ଗଠନ (ଓପିଇସି) ସମେତ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ଓପେକ୍‌ ପ୍ଲସ୍‌ର ବୈଠକ ବୁଧବାର ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଦୈନିକ ୨ ମିଲିୟନ ବ୍ୟାରେଲ (ବିପିଡି) ତୈଳ ଉତ୍ପାଦନ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି। ୨୦୨୦ ପରେ ବିଶ୍ୱ ବଜାରରେ ତୈଳ ଯୋଗାଣ କ୍ଷେତ୍ରରେ ଏହା ହେଉଛି ସର୍ବାଧିକ ହ୍ରାସକରଣ। ସାଉଦି ଆରବ ସମର୍ଥିତ ବ୍ଲକ୍‌ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୂଟନୈତିକ ଫାଟ ବଢ଼ିବାରେ ଲାଗିଥିବାବେଳେ ଏହି ପଦକ୍ଷେପ ଯୋଗୁ ବିଶ୍ୱ ବଜାରରେ ତୈଳ ଦର ଆହୁରି ମହଙ୍ଗା ହେବ। ସାରା ବିଶ୍ୱ ଉଚ୍ଚ ମୁଦ୍ରାସ୍ଫୀତି ଦେଇ ଗତି କରୁଥିବାବେଳେ ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରଭାବ ପରିବହନ ବ୍ୟବସ୍ଥାକୁ ମହଙ୍ଗା କରିବ। କେବଳ ଏତିକି ନୁହେଁ, ୟୁରୋପରେ ଶୀତ ଋତୁ ଏଥର ଅତ୍ୟଧିକ ଯନ୍ତ୍ରଣାଦାୟକ ହେବ। ଏହାକୁ ଦୃଷ୍ଟିରେ ରଖି ଓପେକ୍‌ ପ୍ଲସ୍‌ର କର୍ତ୍ତୃତ୍ୱ ଓ ଆଧିପତ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିଛି। ନୋ ଅଏଲ୍‌ ପ୍ରଡ୍ୟୁସିଂ ଆଣ୍ଡ ଏକ୍ସପୋର୍ଟିଂ କାର୍ଟେଲ୍ସ (ଏନ୍‌ଓପିଇସି) ବା ନୋପେକ୍‌ ବିଲ୍‌କୁ ଗତ ମେ’ ୫ରେ ସିନେଟ୍‌ କମିଟି ମଞ୍ଜୁରୀ ଦେଇଥିଲା। ବର୍ତ୍ତମାନ ଆମେରିକୀୟ ଉପଭୋକ୍ତା ଓ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ନୋପେକ୍‌ ବିଲ୍‌କୁ କାର୍ଯ୍ୟକାରୀ କରି ସମାଧାନର ବାଟ ଫିଟାଇବାକୁ ହ୍ବାଇଟ୍‌ ହାଉସ୍‌ ବିଚାର କରୁଛି।
ଓପେକ୍‌ ଏବଂ ରୁଷିଆ ସମେତ ସହଯୋଗୀ ରାଷ୍ଟ୍ର ସମୂହ(ଓପେକ୍‌ +) ମଧ୍ୟରେ ଦୈନିକ ୨ ବିପିଡି ତୈଳ ଉତ୍ପାଦନ ହ୍ରାସ ନେଇ ସହମତି ପ୍ରକାଶ ପାଇଛି। ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ରୁଷୀୟ ତୈଳ ଉପରେ ବାଣିଜି୍ୟକ କଟକଣା ପୂର୍ବରୁ ନିଆଯାଇଥିବା ଏହି ପଦକ୍ଷେପ ଫଳରେ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇଛି। ଗୁରୁବାର ରାତି ୭ଟା ୧୦ ମିନିଟରେ ବ୍ରେଣ୍ଟ୍‌ ଅଏଲ୍‌ ଫ୍ୟୁଚର୍ସ ୧୫ ସେଣ୍ଟ (୦.୨%) ବୃଦ୍ଧିପାଇ ବ୍ୟାରେଲ ପିଛା ୯୩.୫୨ ଡଲାରରେ ପହଞ୍ଚତ୍ଛି। ସେହିପରି ଆମେରିକାର ଓ୍ବେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ (ଡବ୍ଲ୍ୟୁଟିଆଇ) କ୍ରୁଡ୍‌ ଫ୍ୟୁଚର୍ସ ୧୪ ସେଣ୍ଟ(୦.୨%) ବଢ଼ି ବ୍ୟାରେଲ ପିଛା ୮୭.୯୦ ଡଲାର ଛୁଇଁଛି। ବିଶ୍ୱରେ ତୈଳ ସଙ୍କଟ ଲାଗିରହିଥିବାବେଳେ ଏହି ଉତ୍ପାଦନ ହ୍ରାସ ପରେ ଯୋଗାଣ ଆହୁରି ବାଧାପ୍ରାପ୍ତ ହେବ। ଏଥିଯୋଗୁ ମୁଦ୍ରାସ୍ଫୀତି ବଢ଼ି ବଢ଼ି ଚାଲିବ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ରିଷ୍ଟାଡ୍‌ ଏନର୍ଜି ସିନିୟର ଭାଇସ୍‌-ପ୍ରେସିଡେଣ୍ଟ ଜର୍ଜ ଲେଓନ୍‌ଙ୍କ ମତରେ ଓପେକ୍‌ ପ୍ଲସ୍‌ ପକ୍ଷରୁ ଘୋଷିତ ପଦକ୍ଷେପ ପ୍ରଭାବରେ ଆସନ୍ତା ଡିସେମ୍ବର ସୁଦ୍ଧା ବ୍ରେଣ୍ଟ୍‌ ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବ, ଯାହାକି ପୂର୍ବରୁ ୮୯ ଡଲାର ଥିଲା। ଦୋଶୀ କନ୍‌ସଲ୍ଟିଂ ମ୍ୟାନେଜିଂ ଡାଇରେକ୍ଟର ତିଲକ୍‌ ଦୋଶୀ କହିଛନ୍ତି, ଦାଉଦି, ୟୁଏଇ ଏବଂ କୁଏଟ୍‌ ଏହି ତୈଳ ହ୍ରାସର ସର୍ବାଧିକ ବୋଝ ବୋହିବେ। ରୁଷିଆ ଓ ଦାଉଦି ମଧ୍ୟରେ ବଢ଼ୁଥିବା ସମ୍ପର୍କର ଏହି ପରିଣାମ ହେଉଛି ବାଇଡେନ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ ମୁହଁରେ ଓପେକ୍‌ ପ୍ଲସ୍‌ର ଏକ ଚାପୁଡ଼ା।
ସାଉଦି ଆରବ ଶକ୍ତିମନ୍ତ୍ରୀ ଅବ୍‌ଦୁଲାଜିଜ୍‌ ବିନ୍‌ ସଲମାନ କହିଛନ୍ତି, ପୂର୍ବରୁ ଦୈନିକ ପ୍ରାୟ ୧ ନିୟୁତ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରାଯାଇଥିଲା। ନୂଆ ଘୋଷଣା ପରେ ଯୋଗାଣରେ ପ୍ରକୃତ ହ୍ରାସ ୧ ନିୟୁତରୁ ୧.୧ ନିୟୁତ ରହିବ। ଏଥିରୁ ସାଉଦି ଆରବର ଭାଗ ପ୍ରାୟ ୦.୫ ନିୟୁତ ବ୍ୟାରେଲ। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଏହି ଡିଲ୍‌କୁ ‘ଦୂରଦୃଷ୍ଟିହୀନ’ ବୋଲି ସମାଲୋଚନା କରିଛି। ଏଥିସହ ଭବିଷ୍ୟତରେ ଆବଶ୍ୟକ ହେଲେ ଷ୍ଟ୍ରାଟେଜିକ୍‌ ଅଏଲ୍‌ ଷ୍ଟକ୍‌ରୁ ଆହୁରି ତୈଳ ଯୋଗାଣ ନେଇ ହ୍ବାଇଟ୍‌ ହାଉସ୍‌ ବିଚାର କରିବ। ହ୍ବାଇଟ୍‌ ହାଉସ୍‌ କହିଛି, ତୈଳ ଦର ଉପରେ ଓପେକ୍‌ ପ୍ଲସ୍‌ର ନିୟନ୍ତ୍ରଣ ହ୍ରାସ ପାଇଁ କଂଗ୍ରେସ ସହ ବିଚାରବିମର୍ଶ କରି ପଦକ୍ଷେପ ନିଆଯିବ। ରୁଷିଆ ଉପପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ୍‌ କହିଛନ୍ତି, ୟୁକ୍ରେନ୍‌ ଉପରେ ମସ୍କୋ ସ୍ବତନ୍ତ୍ର ସାମରିକ ଅଭିଯାନ (ଯୁଦ୍ଧ) ଯୋଗୁ ପାଶ୍ଚାତ୍ୟ ଦ୍ୱାରା ଜାରି କରାଯାଇଥିବା କଟକଣା ହେତୁ ଅନୁଭୂତ ପ୍ରଭାବକୁ ହ୍ରାସ କରିବା ପାଇଁ ଆମେ ଉତ୍ପାଦନ କମାଇବୁ।

ଓପେକ୍‌ ପ୍ଲସ୍‌ କ’ଣ

ଅର୍ଗାନାଇଜେଶନ୍‌ ଅଫ୍‌ ଦି ପେଟ୍ରୋଲିୟମ୍‌ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌ (ଓପିଇସି) ବା ଓପେକ୍‌ ହେଉଛି ୧୩ ରାଷ୍ଟ୍ରକୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ସଙ୍ଗଠନ। ପ୍ରଥମ ୫ ସଦସ୍ୟ ଇରାନ, ଇରାକ, କୁଏଟ୍‌, ସାଉଦି ଆରବ ଓ ଭେନିଜୁଏଲା ଦ୍ୱାରା ୧୯୬୦ ସେପ୍ଟେମ୍ବର ୧୪ରେ ଏହାକୁ ବାଗ୍‌ଦାଦରେ ପ୍ରତିଷ୍ଠା କରାଯାଇଥିଲା। ଅଷ୍ଟ୍ରିଆ ସଦସ୍ୟ ନ ଥାଇ ମଧ୍ୟ ଏହାର ରାଜଧାନୀ ଭିଏନାରେ ଓପେକ୍‌ର ମୁଖ୍ୟାଳୟ ରହିଛି। ପରବର୍ତ୍ତୀ ସମୟରେ ଏଥିରେ ଆଲ୍‌ଜେରିଆ, ଆଙ୍ଗୋଲା, ଇକ୍ୱାଟୋରିଆଲ ଗିନିଆ, ଗାବ୍ରୋନ୍‌, ଲିବ୍ୟା, ନାଇଜେରିଆ ଓ କଙ୍ଗୋ ସାଧାରଣତନ୍ତ୍ର, ସଂଯୁକ୍ତ ଆରବ ଏମିରାଟ୍ସ (ୟୁଏଇ)କୁ ସାମିଲ କରାଯାଇଛି। ବିଶ୍ୱର ମୋଟ ଉତ୍ପାଦିତ ତୈଳର ୪୪% ଏହାର ୧୩ ସଦସ୍ୟ ରାଷ୍ଟ୍ରରେ ହେଉଛି। ବିଶ୍ୱ ବଜାରରେ କ୍ରୁଡ୍‌ ଅଏଲ୍‌ ଉପରେ ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ୨୦୧୬ରେ ଏଥିରେ ରୁଷିଆ ସମେତ ଆଉ କେତେକ ରାଷ୍ଟ୍ରକୁ ସାମିଲ କରି ଓପେକ୍‌ ପ୍ଲସ୍‌ ସଙ୍ଗଠନ କରାଯାଇଛି।

ନୋପେକ୍‌ ବିଲ୍‌ରେ ସମାଧାନ

ତୈଳ ଉତ୍ପାଦନ ଓ ରପ୍ତାନି କରୁ ନ ଥିବା ପ୍ରତିଷ୍ଠାନଗୁଡ଼ିକର ସଂଘ (ଏନ୍‌ଓପିଇସି) ବା ନୋପେକ୍‌ ବିଲ୍‌ ଆମେରିକା ସିନେଟ୍‌ କମିଟିର ମଞ୍ଜୁରୀ ଲାଭ କରିସାରିଛି। ହ୍ବାଇଟ୍‌ ହାଉସ୍‌ ଏହି ବିଧେୟକ ଜରିଆରେ ତୈଳ ସଙ୍କଟର ସମାଧାନ ବାଟ ଖୋଜୁଥିବାବେଳେ ଏହାଦ୍ୱାରା କେତେକ ଅପ୍ରତ୍ୟାଶିତ ବିପଜ୍ଜନକ ପରିଣାମ ଆସିପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ଆମେରିକାର ଦୁଇ ବଡ଼ ରାଜନୈତିକ ଦଳ ଶାସକ ଡେମୋକ୍ରାଟିକ୍‌ ଏବଂ ବିରୋଧୀ ରିପବ୍ଲିକାନ୍‌ ସମର୍ଥତ୍ତ ନୋପେକ୍‌ ବିଲ୍‌ ଆଇନରେ ପରିଣତ ହେଲେ ଅଏଲ୍‌ କାର୍ଟେଲ ଓ ସାଉଦି ଆରବ ଭଳି ଏହାର ସଦସ୍ୟଗୁଡ଼ିକ ବିରୋଧରେ ସଂଘୀୟ ଅଦାଲତରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଟର୍ନି ଜେନେରାଲଙ୍କ ପାଖରେ ବିକଳ୍ପ ରହିବ। ଫଳରେ ଓପେକ୍‌ ପ୍ଲସ୍‌ ନିଜର ସାର୍ବଭୌମ ସୁରକ୍ଷା ହରାଇବସିବ। ସିନେଟ ଜୁଡିସିଆରି କମିଟି ଗତ ମେ’ରେ ଏହାକୁ ଗୃହୀତ କରିଥିବାବେଳେ ସିନେଟ୍‌ ଏବଂ ହାଉସ୍‌ରେ ଏହା ପାରିତ ହେବା ବାକି ଅଛି। ଦୁଇ ଗୃହର ମଞ୍ଜୁରୀ ଲାଭ ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାକ୍ଷର ଆବଶ୍ୟକ। ଝୁଲି ରହିଥିବା ଏହି ବିଲ୍‌ ବର୍ତ୍ତମାନର ରୁଷିଆ ବିରୋଧୀ ଆଭିମୁଖ୍ୟ ଯୋଗୁ ଗୃହୀତ ହେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri