ଜାଡ଼ରେ ଥରୁଛି ତେଲକୋଇ

ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ ଥିବା ଯୁଆଙ୍ଗ ଓ ଭୁୟାଁ ଜନଜାତି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ଦେଖାଯାଇଛି। ଏହି ଅଞ୍ଚଳରେ ୮ ଡିଗ୍ରୀ ସେଲସିୟସ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହିତ ସାରେ ଘରୁ ନ ବାହାରିବାକୁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଗରିବ ଲୋକେ ଶୀତରେ ହଇରାଣ ହୋଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଯୁଆଙ୍ଗ ଜନଜାତିର ସଭାପତି ରମାକାନ୍ତ ଯୁଆଙ୍ଗ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ।