ବିଷ ଝଡ଼ାଇବା ପାଇଁ ଏସିଡ୍‌ ବୋଳି ଚିକିତ୍ସା ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗପଲ୍ଲୀ ଅଞ୍ଚଳରେ ସାପ କାମୁଡ଼ା ରୋଗୀଙ୍କୁ ଏସିଡ୍‌ ବୋଳି ଚିକିତ୍ସା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)। ଏନେଇ ଖବର ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏଥିସହ ଢେଙ୍କାନାଳ ଜିଲାପାଳ ଓ ଏସ୍‌ପିଙ୍କୁ ନୋଟିସ ଜାରି କରିଛନ୍ତି। ୧୫ଦିନ ମଧ୍ୟରେ ତଦନ୍ତ କରି ପୃଥକ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମୃଦଙ୍ଗପଲ୍ଲୀ ଗ୍ରାମର ସରିତା ମହାପାତ୍ର ନାମକ ଜଣେ ୨୫ ବର୍ଷୀୟ ଯୁବତୀଙ୍କ ଗୋଡ଼ ଆଙ୍ଗୁଠିରେ ଗତ ୧୭ ତାରିଖରେ କୌଣସି ଏକ ବିଷାକ୍ତ ଜୀବ କାମୁଡ଼ି ଦେଇଥିଲା। ସାପ କାମୁଡ଼ି ଦେଇଥିବା ସନ୍ଦେହ କରି ସେ ନିକଟରେ ରହୁଥିବା ଜଣେ ଗୁଣିଆ (ତଥାକଥିତ କ୍ୱାକ୍‌)ଙ୍କ ନିକଟକୁ ଯାଇଥିଲେ। ଗୁଣିଆ ଜଣକ ବିଷ ଝଡ଼ାଇବା ପାଇଁ ଏସିଡ଼ ବୋଳି ଚିକିତ୍ସା କରିଥିଲେ। ଫଳରେ ଗୋଡ଼ ସାରା ଫୋଟକା ହେବା ସହ ଗଭୀର କ୍ଷତ ହେବାରୁ ସରିତା ବହୁଦିନ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଉକ୍ତ ଗ୍ରାମର ଶୁଭଶ୍ରୀ ମହାପାତ୍ର (୪୫)ଙ୍କ ଗୋଡରେ ୧୫ଦିନ ତଳେ ଏକ କଙ୍କଡ଼ା ବିଛା କାମୁଡ଼ି ଦେଇଥିଲା। ଶୁଭଶ୍ରୀ ଉକ୍ତ ଗୁଣିଆଙ୍କ ନିକଟକୁ ଯିବା ପରେ ସେ କାମୁଡ଼ା ସ୍ଥାନ ସହ ମୁଣ୍ଡ ଓ ଶରୀରର ଅନ୍ୟ କେତେକ ସ୍ଥାନରେ ଏସିଡ୍‌ ବୋଳି ଦେଇଥିଲେ। ତାଙ୍କ ଦେହସାରା ଫୋଟକା ଓ ଘା ହୋଇଯାଇଥିଲା। ଡାକ୍ତରଖାନା ଯାଇ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ସେହିପରି ନିରଞ୍ଜନ ବେହେରା (୩୦)ଙ୍କ ମୁଣ୍ଡ ଉପରକୁ ଏକ ସାପ ଖସିପଡ଼ିଥିଲା। ସେ ସାପଟିକୁ ଫୋପାଡ଼ି ଦେଇଥିଲେ। ସାପ କାମୁଡ଼ି ଦେଇଥିବା ଭାବି ସେ ଉକ୍ତ ଗୁଣିଆଙ୍କ ପାଖକୁ ଯିବାରୁ ସେ ଏସିଡ୍‌ ଚିକିତ୍ସା କରିଥିଲେ। ନିରଞ୍ଜନ ବହୁଦିନ ଧରି କଷ୍ଟ ପାଇଥିଲେ। ଏବେ ତାଙ୍କ ଶରୀର କଳା ପଡ଼ିଯିବା ସହ କଦାକାର ହୋଇଯାଇଛି। ଚିକିତ୍ସା ସମୟରେ ଗୁଣିଆ ଜଣକ ତରଳ ଔଷଧ ବୋଲି କହିଥାନ୍ତି। ହେଲେ ଏଥିଯୋଗୁ ଫୋଟକ ଓ ଘା’ ହୋଇଯାଉଥିବାରୁ ସ୍ଥାନୀୟ ଅଞ୍ଚଳର କେତେଜଣ ଶିକ୍ଷିତ ଲୋକ ସନ୍ଦେହ କରିଥିଲେ। ସୂଚନା ପାଇବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନିଜ ଟିମ୍‌ ସହ ସେଠାକୁ ଯାଇ ଉକ୍ତ ବିପଦପୂର୍ଣ୍ଣ ଚିକିତ୍ସା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଢେଙ୍କାନାଳ ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଜଣାଇ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri