ପୂରଣ ହୋଇପାରୁନି ଓଡ଼ିଶା କୋଟା

ଯାଜପୁର ଅଫିସ,୧୨ା୩: ପ୍ରତିରକ୍ଷା ସେବାରେ ଆଗ୍ରହୀ ଛାତ୍ରୀଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଡେରାଡୁନ୍‌ରେ ଜାନୁୟାରୀ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ଯୋଗ୍ୟତା ପରୀକ୍ଷା ଆସନ୍ତା ଜୁନ୍‌ ୪ ତାରିଖରେ ଅନୁଷ୍ଠିତ ହେବ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ବତନ୍ତ୍ର ସଚିବ ବିଶ୍ୱରଞ୍ଜନ ସାସମଲ ଏହି ସୂଚନା ଦେଇଛନ୍ତି। ଅଷ୍ଟମ ଶ୍ରେଣୀରେ ପ୍ରବେଶ ପାଇଁ କେବଳ ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ଏପ୍ରିଲ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏହି ପ୍ରତିରକ୍ଷା କଲେଜରେ ଓଡ଼ିଶା ରାଜ୍ୟର କୋଟା ପୂରଣ ହୋଇପାରୁ ନ ଥିବାରୁ ଅନ୍ୟ ରାଜ୍ୟର ଛାତ୍ରୀଛାତ୍ର ଏହାର ସୁଯୋଗ ନେଉଛନ୍ତି। ତେଣୁ ଛାତ୍ରୀଛାତ୍ରଙ୍କୁ ଏ ଦିଗରେ ଧ୍ୟାନ ଆକର୍ଷଣ ତଥା ମାର୍ଗଦର୍ଶନ ନିମନ୍ତେ ଜିଲାର ଏନ୍‌ସିସି ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଅଧିକରୁ ଅଧିକ ଛାତ୍ରୀଛାତ୍ର ଏହି ପ୍ରବେଶିକା ପରୀକ୍ଷାରେ ଯୋଗ ଦେଇପାରିବେ ବୋଲି ଆଶା କରାଯାଇଛି।