ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରି ନ ପାରିବାରୁ ଓଡ଼ିଶା ସରକାର ଏହାର ସମୟସୀମା ବଢ଼ାଇଥିଲେ। ଏହା ସତ୍ତ୍ୱେ ସରକାର ଉକ୍ତ ଠିକାଦାରଙ୍କ ଉପରେ ଜରିମାନା ଲଗାଇଥିଲେ। ଜରିମାନା ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ପରେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କାର୍ଯ୍ୟ ଶେଷ ପାଇଁ ସମୟସୀମା ବଢ଼ାଇବା ସତ୍ତ୍ୱେ ଠିକାଦାରଙ୍କୁ ନୋଟିସ ନ ଦେଇ ଏକତରଫା ଭାବେ ସରକାର ଜରିମାନା ଲଗାଇବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିବା ସହ ସରକାରଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି।
ସୂଚନା ଅନୁଯାୟୀ, ଠିକାଦାର ଜଣକ ନୂଆପଡ଼ା ଜିଲାରେ ଖରିଆର-ବୋଡେନ୍‌-ସିନାପାଲି ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠିକା ନେଇଥିଲେ। ଏହି କାର୍ଯ୍ୟ ୨୦୦୯ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ତେବେ ୨୦୧୪ ମାର୍ଚ୍ଚରେ କାର୍ଯ୍ୟ ଶେଷ ହୋଇଥିଲା। କାର୍ଯ୍ୟ ସମୟ ବଢ଼ାଇବା ପାଇଁ ଠିକାଦାର କରିଥିବା ଆବେଦନକୁ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ଏଥିସହିତ ବର୍ଦ୍ଧିତ ସମୟରେ କାର୍ଯ୍ୟ ବ୍ୟୟ ଅଟକଳ ଉପରେ ୦.୨୫ ପ୍ରତିଶତ ପେନାଲ୍ଟି ଲଗାଇଥିଲେ। ୨୦୧୯ରେ ଠିକାଦାର ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରାଜ୍ୟ ଲଗାଇଥିବା ଜରିମାନାକୁ ହାଇକୋର୍ଟ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri