୨୦୩୦ ସୁଦ୍ଧା ୧୦୦ ଟପିବ ମହାବଳ ବାଘ ସଂଖ୍ୟା

ବାରିପଦା,୨୯ା୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମହାବଳ ବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ଉପଯୁକ୍ତ ବାସସ୍ଥାନ ଭାବେ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି(ଏନ୍‌ଟିସିଏ)ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏଠାରେ ମହାବଳ ବାଘ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ା ୨୦୩୦ ସୁଦ୍ଧା ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ୧୦୦ ଟପିବ ବୋଲି ଆଶା କରାଯାଇଛି। ବର୍ତ୍ତମାନ ଶିମିଳିପାଳରେ ମହାବଳ ବାଘ ୪୦ ଥିବାବେଳେ ଦୁଇ ଅତିଥି ଯମୁନା ଓ ଜିନ୍ନତକୁ ମିଶାଇ ଏମାନଙ୍କ ସଂଖ୍ୟା ୪୨ରେ ପହଞ୍ଚତ୍ଛି। ଏଥିମଧ୍ୟରେ ୩୪ଟି ମହାବଳ ଓ ୮ଟି ଶାବକ ରହିଛନ୍ତି। ବାଘ ଗଣନା ପରିସଂଖ୍ୟାନ ଅନୁଯାୟୀ, ପ୍ରତି ୪ବର୍ଷରେ ବାଘ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଛି। ଏହାକୁ ଲକ୍ଷ୍ୟରେ ରଖି ୨୦୨୬ ଗଣନାରେ ଏହା ୬୦ ପାର୍‌ ହେବା ଆଶା ରହିିଛି। ଶିକାରୀଙ୍କ କବଳରୁ ରକ୍ଷା କରିବା ଏବଂ ମହାବଳର ଗତିବିଧି ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ଟ୍ରାପ୍‌ ଓ ଏଆଇ କ୍ୟାମେରା ଖଞ୍ଜାଯାଇଛି ା ବନ କର୍ମଚାରୀଙ୍କ ସହ ଡାକ୍ତରୀଟିମ୍‌ ପାଟ୍ରୋଲିଂରେ ଯାଇ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରୁଛନ୍ତି। ଏପରି ସ୍ଥଳେ ମହାରାଷ୍ଟ୍ର ତଡବା ଅନ୍ଧାରୀ ଜଙ୍ଗଲରୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ସେପ୍ଟେମ୍ବର ଶେଷ ସୁଦ୍ଧା ମା’ ହେବାକୁ ଯାଉଛି। କଳାବାଘ ଜେନେଟିକ୍‌ରେ ପରିବର୍ତ୍ତନ ଆଣିବା ଯୋଜନା ସଫଳ ହେଲେ ଆଗାମୀ ଦିନରେ ଶିମିଳିପାଳକୁ ମହାବଳ ବାଘୁଣୀ ଆଣିବାର ଯୋଜନା ଜାରି ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ଏନେଇ ପୂର୍ବତନ ବନ୍ୟପାଣୀ ତତ୍ତ୍ୱାବଧାରକ ତଥା ଓଡ଼ିଶା ରାଜ୍ୟ ବନ ଉନ୍ନୟନ ୨ନଂ. ନିଗମର ସ୍ବାଧୀନ ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ବାଘ ପାଇଁ ନିର୍ଭୟ ନିଶ୍ଚଳ ବାସସ୍ଥଳୀ, ସହଜ ଖାଦ୍ୟ ସଂଗ୍ରହ, ଶିକାରୀମୁକ୍ତ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ ବାଘ ସଂଖ୍ୟା ବୃଦ୍ଧିରେ ଦ୍ରୁତ ଅଗ୍ରଗତି ସମ୍ଭବ ହୋଇପାରିବ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?