Posted inଜାତୀୟ

ହିନ୍ଦୁଙ୍କ ସଂଖ୍ୟା ୭.୮୨% କମିଛି, ମୁସଲମାନ ୪୩.୧୫% ବଢ଼ିଛନ୍ତି

ନୂଆଦିଲ୍ଲୀ,୧୦/୫:ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥତ୍କ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ‘ଶେୟାର ଅଫ୍‌ ରିଲିଜିଅସ୍‌ ମାଇନୋରିଟିଜ୍‌: ଏ କ୍ରସ୍‌-କଣ୍ଟ୍ରି ଆନାଲିସିସ୍‌(୧୯୫୦-୨୦୧୫) ନାମରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଦେଶର ଜନସଂଖ୍ୟାରେ ଜୈନମାନଙ୍କ ଭାଗ ୧୯୫୦ରେ ୦.୪୫ ପ୍ରତିଶତ ଥିବାବେଳେ ୨୦୧୫ରେ ତାହା ୦.୩୬ ପ୍ରତିଶତକୁ ହ୍ରାସ ପାଇଛି।
ରିପୋର୍ଟ ଅନୁଯାୟୀ, ୧୯୫୦ରେ ଭାରତରେ ହିନ୍ଦୁମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୮୪.୬୮ ପ୍ରତିଶତ ରହିଥିଲା। ୨୦୧୫ରେ ତାହା ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୧୯୫୦ରେ ମୁସଲମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୯.୮୪ ପ୍ରତିଶତ ଥିବାବେଳେ ୨୦୧୫ରେ ତାହା ୧୪.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ସେମାନଙ୍କ ଭାଗ ୪୩.୧୫ ପ୍ରତିଶତ ବଢ଼ିଥିବା ଇଏସି-ପିଏମ୍‌ ସଦସ୍ୟ ଶାମିକା ରବିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। ଦେଶରେ ଖ୍ରୀଷ୍ଟିଆନ ଜନସଂଖ୍ୟା ଉପରୋକ୍ତ ସମୟ ମଧ୍ୟରେ ୨.୨୪ ପ୍ରତିଶତରୁ ୨.୩୬ ପ୍ରତିଶତକୁ ବଢ଼ିଛି। ଅର୍ଥାତ୍‌ ସେମାନଙ୍କ ଭାଗରେ ୫.୩୮ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଶିଖ୍‌ ଜନସଂଖ୍ୟା ୧.୨୪ ପ୍ରତିଶତରୁ ବଢ଼ି ୧.୮୫ ପ୍ରତିଶତ ହୋଇଛି। ଏହାର ଅର୍ଥ ଶିଖ୍‌ମାନଙ୍କ ଭାଗ ୬.୫୮ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପାର୍ସି ଜନସଂଖ୍ୟା ଏହି ସମୟ ମଧ୍ୟରେ ୮୫ ପ୍ରତିଶତ ହ୍ରାସ ପାଇଛି। ୧୯୫୦ରେ ସେମାନଙ୍କ ହାର ମୋଟ ଜନସଂଖ୍ୟାର ୦.୦୩ ପ୍ରତିଶତ ଥିବାବେଳେ ୨୦୧୫ରେ ତାହା ୦.୦୦୪ ପ୍ରତିଶତରେ ପହଞ୍ଚତ୍ଛି।
ସମାଜରେ ବିବିଧତା ସୃଷ୍ଟି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଥିବା ରିପୋର୍ଟରେ କୁହାଯାଇଛି। ସମାଜର ଅନୁନ୍ନତ ବର୍ଗଙ୍କୁ ଏକ ପୋଷଣ ପରିବେଶ ଏବଂ ସାମାଜିକ ସହାୟତା ବିନା ଉନ୍ନତ ଜୀବନ ଶୈଳୀ ମଧ୍ୟକୁ ଆଣିବା ସମ୍ଭବ ନୁହେଁ। ସଂଖ୍ୟାଗରିଷ୍ଠ ଜନସଂଖ୍ୟା ଭାଗରେ ହ୍ରାସ ସାଙ୍ଗକୁ ମୁସଲମାନଙ୍କ ସଂଖ୍ୟା ବଢ଼ିଥିବାରୁ ସରକାରଙ୍କ ସମସ୍ତ ନୀତିଗତ କାର୍ଯ୍ୟର ଫଳାଫଳ, ରାଜନୈତିକ ନିଷ୍ପତ୍ତି ଏବଂ ସାମାଜିକ ଅଗ୍ରଗତି ସମାଜରେ ବିବିଧତା ବଢ଼ାଇବାରେ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିବା ସ୍ପଷ୍ଟ ହୋଇଛି।
ଦକ୍ଷିଣ ଏସିଆରେ ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଭୁଟାନ ଏବଂ ଆଫଗାନିସ୍ତାନରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଂଖ୍ୟାଲଘୁ ଜନସଂଖ୍ୟା ବିପଜ୍ଜନକ ଭାବେ ଖସିଚାଲିଥିବାବେଳେ ଭାରତରେ ଏହାର ବିପରୀତ ସ୍ଥିତି ଉଲ୍ଲେଖନୀୟ। କେବଳ ମାଳଦ୍ୱୀପକୁ ବାଦ୍‌ଦେଲେ ସମସ୍ତ ମୁସଲମାନ ବହୁଳ ଦେଶରେ ସେମାନଙ୍କ ଭାଗ ବୃଦ୍ଧି ପାଇଛି। ମାଳଦ୍ୱୀପରେ ଶାଫି ସୁନ୍ନିମାନଙ୍କ ସଂଖ୍ୟା ୧.୪୭ ପ୍ରତିଶତ କମିଛି। ବାଂଲାଦେଶରେ ମୁସଲମାନଙ୍କ ଭାଗ ସର୍ବାଧିକ ୧୮ ପ୍ରତିଶତ ବଢ଼ିଥିବାବେଳେ ପାକିସ୍ତାନରେ ସଂଖ୍ୟାଗରିଷ୍ଠ ହନାଫି ମୁସଲମାନଙ୍କ ଶେୟାର ୩.୭୫ ପ୍ରତିଶତ ଏବଂ ମୋଟ ମୁସଲମାନଙ୍କ ଭାଗ ୧୦ ପ୍ରତିଶତ ବଢ଼ିଛି। ରିପୋର୍ଟ ଅନୁଯାୟୀ ମ୍ୟାନ୍‌ମାର, ଭାରତ ଏବଂ ନେପାଳରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟଙ୍କ ସଂଖ୍ୟା ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri