Posted inଜାତୀୟ

ହିନ୍ଦୁଙ୍କ ସଂଖ୍ୟା ୭.୮୨% କମିଛି, ମୁସଲମାନ ୪୩.୧୫% ବଢ଼ିଛନ୍ତି

ନୂଆଦିଲ୍ଲୀ,୧୦/୫:ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥତ୍କ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ‘ଶେୟାର ଅଫ୍‌ ରିଲିଜିଅସ୍‌ ମାଇନୋରିଟିଜ୍‌: ଏ କ୍ରସ୍‌-କଣ୍ଟ୍ରି ଆନାଲିସିସ୍‌(୧୯୫୦-୨୦୧୫) ନାମରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଦେଶର ଜନସଂଖ୍ୟାରେ ଜୈନମାନଙ୍କ ଭାଗ ୧୯୫୦ରେ ୦.୪୫ ପ୍ରତିଶତ ଥିବାବେଳେ ୨୦୧୫ରେ ତାହା ୦.୩୬ ପ୍ରତିଶତକୁ ହ୍ରାସ ପାଇଛି।
ରିପୋର୍ଟ ଅନୁଯାୟୀ, ୧୯୫୦ରେ ଭାରତରେ ହିନ୍ଦୁମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୮୪.୬୮ ପ୍ରତିଶତ ରହିଥିଲା। ୨୦୧୫ରେ ତାହା ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୧୯୫୦ରେ ମୁସଲମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୯.୮୪ ପ୍ରତିଶତ ଥିବାବେଳେ ୨୦୧୫ରେ ତାହା ୧୪.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ସେମାନଙ୍କ ଭାଗ ୪୩.୧୫ ପ୍ରତିଶତ ବଢ଼ିଥିବା ଇଏସି-ପିଏମ୍‌ ସଦସ୍ୟ ଶାମିକା ରବିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। ଦେଶରେ ଖ୍ରୀଷ୍ଟିଆନ ଜନସଂଖ୍ୟା ଉପରୋକ୍ତ ସମୟ ମଧ୍ୟରେ ୨.୨୪ ପ୍ରତିଶତରୁ ୨.୩୬ ପ୍ରତିଶତକୁ ବଢ଼ିଛି। ଅର୍ଥାତ୍‌ ସେମାନଙ୍କ ଭାଗରେ ୫.୩୮ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଶିଖ୍‌ ଜନସଂଖ୍ୟା ୧.୨୪ ପ୍ରତିଶତରୁ ବଢ଼ି ୧.୮୫ ପ୍ରତିଶତ ହୋଇଛି। ଏହାର ଅର୍ଥ ଶିଖ୍‌ମାନଙ୍କ ଭାଗ ୬.୫୮ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପାର୍ସି ଜନସଂଖ୍ୟା ଏହି ସମୟ ମଧ୍ୟରେ ୮୫ ପ୍ରତିଶତ ହ୍ରାସ ପାଇଛି। ୧୯୫୦ରେ ସେମାନଙ୍କ ହାର ମୋଟ ଜନସଂଖ୍ୟାର ୦.୦୩ ପ୍ରତିଶତ ଥିବାବେଳେ ୨୦୧୫ରେ ତାହା ୦.୦୦୪ ପ୍ରତିଶତରେ ପହଞ୍ଚତ୍ଛି।
ସମାଜରେ ବିବିଧତା ସୃଷ୍ଟି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଥିବା ରିପୋର୍ଟରେ କୁହାଯାଇଛି। ସମାଜର ଅନୁନ୍ନତ ବର୍ଗଙ୍କୁ ଏକ ପୋଷଣ ପରିବେଶ ଏବଂ ସାମାଜିକ ସହାୟତା ବିନା ଉନ୍ନତ ଜୀବନ ଶୈଳୀ ମଧ୍ୟକୁ ଆଣିବା ସମ୍ଭବ ନୁହେଁ। ସଂଖ୍ୟାଗରିଷ୍ଠ ଜନସଂଖ୍ୟା ଭାଗରେ ହ୍ରାସ ସାଙ୍ଗକୁ ମୁସଲମାନଙ୍କ ସଂଖ୍ୟା ବଢ଼ିଥିବାରୁ ସରକାରଙ୍କ ସମସ୍ତ ନୀତିଗତ କାର୍ଯ୍ୟର ଫଳାଫଳ, ରାଜନୈତିକ ନିଷ୍ପତ୍ତି ଏବଂ ସାମାଜିକ ଅଗ୍ରଗତି ସମାଜରେ ବିବିଧତା ବଢ଼ାଇବାରେ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିବା ସ୍ପଷ୍ଟ ହୋଇଛି।
ଦକ୍ଷିଣ ଏସିଆରେ ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଭୁଟାନ ଏବଂ ଆଫଗାନିସ୍ତାନରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଂଖ୍ୟାଲଘୁ ଜନସଂଖ୍ୟା ବିପଜ୍ଜନକ ଭାବେ ଖସିଚାଲିଥିବାବେଳେ ଭାରତରେ ଏହାର ବିପରୀତ ସ୍ଥିତି ଉଲ୍ଲେଖନୀୟ। କେବଳ ମାଳଦ୍ୱୀପକୁ ବାଦ୍‌ଦେଲେ ସମସ୍ତ ମୁସଲମାନ ବହୁଳ ଦେଶରେ ସେମାନଙ୍କ ଭାଗ ବୃଦ୍ଧି ପାଇଛି। ମାଳଦ୍ୱୀପରେ ଶାଫି ସୁନ୍ନିମାନଙ୍କ ସଂଖ୍ୟା ୧.୪୭ ପ୍ରତିଶତ କମିଛି। ବାଂଲାଦେଶରେ ମୁସଲମାନଙ୍କ ଭାଗ ସର୍ବାଧିକ ୧୮ ପ୍ରତିଶତ ବଢ଼ିଥିବାବେଳେ ପାକିସ୍ତାନରେ ସଂଖ୍ୟାଗରିଷ୍ଠ ହନାଫି ମୁସଲମାନଙ୍କ ଶେୟାର ୩.୭୫ ପ୍ରତିଶତ ଏବଂ ମୋଟ ମୁସଲମାନଙ୍କ ଭାଗ ୧୦ ପ୍ରତିଶତ ବଢ଼ିଛି। ରିପୋର୍ଟ ଅନୁଯାୟୀ ମ୍ୟାନ୍‌ମାର, ଭାରତ ଏବଂ ନେପାଳରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟଙ୍କ ସଂଖ୍ୟା ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?