ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ ଆସି ଡିସେମ୍ବରରେ ଫେରିଯାନ୍ତି। କିଛି ବର୍ଷ ହେଲା ଏହି ଅଭୟାରଣ୍ୟ ସେମାନଙ୍କ ପାଇଁ ପାଲଟିଛି ମୃତ୍ୟୁ ଉପତ୍ୟକା।  ଅଧିକାଂଶ ସମୟରେ ଦୁର୍ବୃତ୍ତମାନେ ହାତୀକୁ ମାରି ଦାନ୍ତ କାଟି ନେଉଛନ୍ତି। ଫଳରେ ବାଲେଶ୍ୱର ଜିଲାର ବିଭିନ୍ନ ଜଙ୍ଗଲରେ ଦୀର୍ଘ ବର୍ଷ ଧରି ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
  ୱାଇଲ୍ଡଲାଇଫ୍‌ ଡିଭିଜନ୍‌ ଅଧୀନରେ ମୋଟ୍‌ ୩୪୮ବର୍ଗ କି.ମି. ଜଙ୍ଗଲ ରହିଛି। ଏହି ସମସ୍ତ ଜଙ୍ଗଲକୁ ଚାନ୍ଦିପୁର, ନୀଳଗିରି, କୁଲଡ଼ିହା, ଜଳେଶ୍ୱର ଓ ସୋର ୱାଇଲ୍ଡଲାଇଫ୍‌ ରେଞ୍ଜରେ ବିଭକ୍ତ କରାଯାଇଛି। ଏହା ଅଧୀନରେ ଥିବା କୁଲଡ଼ିହା ଅଭୟାରଣ୍ୟକୁ ବନ୍ୟପ୍ରାଣୀଙ୍କ ଭୂସ୍ବର୍ଗ କୁହାଯାଏ। ଏଠାରେ ହାତୀ ବ୍ୟତୀତ କଲରାପତରିଆ ବାଘ, ହରିଣ, ଗୟଳ, ଶମ୍ବର, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ବଣୁଆ କୁକୁର ସହ ବିଭିନ୍ନ ପ୍ରଜାତିର ବିରଳ ପକ୍ଷୀ ଦେଖାଯାଆନ୍ତି।  ମିଳିଥିବା ତଥ୍ୟ ଅନୁସାରେ ୨୦୧୦ରେ ୨ଟି ହାତୀର ମୃତ୍ୟୁ ହୋଇଥିଲା। ୨୦୧୧ରେ ୪, ୨୦୧୨ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ୨୦୧୩ରେ ହାତୀ ମୃତ୍ୟୁ ଶୂନ ଥିଲା। ୨୦୧୪, ୨୦୧୫ରେ ୨ଟି ଲେଖାଏ ହାତୀର ମୃତ୍ୟୁ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୩କୁ ବୃଦ୍ଧି ପାଇଥିଲା। ୨୦୧୭ରେ ହାତୀ ମୃତ୍ୟୁ ଘଟଣା ଆସି ନ ଥିଲା। ତେବେ ୨୦୧୮ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ୨୦୧୯। ଏହି ବର୍ଷ ସର୍ବାଧିକ ୫ଟି ହାତୀର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦ରେ ଗୋଟିଏ, ୨୦୨୧ରେ ୨ ହାତୀ ମରିଥିବା ଜଣାପଡ଼ିଛି। ୨୦୨୨ରେ ମଧ୍ୟ ୪ଟି ହାତୀର ମୃତ୍ୟୁ ହୋଇଥିଲା। ଚଳିତବର୍ଷ ୨ଟି ହାତୀର ମୃତ୍ୟୁ ହୋଇଥିବା  ଅଭିଯୋଗ ଆସିଛି। ଅପରପକ୍ଷରେ ୧୦ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୧୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ୨୦୧୨-୧୩ରେ ୩ଜଣ, ୨୦୧୩-୧୪ରେ ଜଣେ, ୨୦୧୪-୧୫ରେ ୩ଜଣ, ୨୦୧୬-୧୭ରେ ୪ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୯-୨୦ରେ ୩ଜଣ, ୨୦୨୦-୨୧ରେ ଜଣଙ୍କର ମୃତ୍ୟୁ ହୋଇଛି। ପରବର୍ତ୍ତୀ ୨ ବର୍ଷରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଡିଏଫ୍‌ଓ ପ୍ରଫୁଲ୍ଲ କୁମାର ମଲ୍ଲିକ କହନ୍ତି, ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷକରି ହାତୀ ଜନବସତିକୁ ନ ପଶିବା ପାଇଁ ସଂରକ୍ଷିତ ବନାଞ୍ଚଳ ଚାରିପଟେ ଟ୍ରେଞ୍ଚ୍‌ ଖୋଳାଯାଉଛି। ଯେଉଁସବୁ ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ଅଛି ସେଠାରେ ସୋଲାର ଫ୍ୟାନ୍‌ସିଂ କରାଯାଉଛି। ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ହାତୀଙ୍କ ପାଇଁ ୨୪ ଘଣ୍ଟିଆ ଡିଭିଜନାଲ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।
  ଡ. ସିଦ୍ଧାର୍ଥ ପତି କହନ୍ତି, ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାରେ ଆବାସ ପରିଚାଳନା, ଭୌତିକ ପ୍ରତିବନ୍ଧକ ଏବଂ ପ୍ରତିରୋଧର ମିଶ୍ରଣ ଅନ୍ତର୍ଭୁକ୍ତ। ହାତୀ ବାସସ୍ଥାନକୁ କରିଡ଼ର ସହିତ ପୁନରୁଦ୍ଧାର, ସଂଯୋଗ କରିବା, ସୌରଚାଳିତ ବୈଦ୍ୟୁତିକ ବାଡ଼ ଏବଂ ଗର୍ତ୍ତ ପରି ପ୍ରତିବନ୍ଧକ ବ୍ୟବହାର କରିବା ଏବଂ ଚିଲି-ଆଧାରିତ ପ୍ରତିରୋଧକ କିମ୍ବା ଶବ୍ଦ ସୃଷ୍ଟି ଉପକରଣ ପରି ପ୍ରତିବନ୍ଧକ ନିୟୋଜିତ କରିବା ଦରକାର। ପରିପୂରକ ରଣକୌଶଳ ମଧ୍ୟରେ ଗୋଷ୍ଠୀ-ଆଧାରିତ ଆଗୁଆ ଚେତାବନୀ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ଅଧିକ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ଫସଲ ଚାଷ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ବିକଳ୍ପ ଜୀବିକା ପ୍ରଦାନ କରିବା ଦ୍ୱାରା ମାନବ-ହାତୀ ସଂଘର୍ଷକୁ ରୋକାଯାଇ ପାରିବ।
-ବାଞ୍ଛାନିଧି ଦେ, ବାଲେଶ୍ୱର

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri