ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ଏହି ଜିଲାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଜଙ୍ଗଲ, ପାହାଡ, ଜଳଭଣ୍ଡାର ଓ ନଦୀ ନାଳରେ ଭରପୁର ଏହି ଜିଲାରେ ଇକୋ ଟୁରିଜିମ୍‌ର ସୁଯୋଗ ଅଛି। କିନ୍ତୁ ଏ ଦିଗରେ ଆଦୌ ବିକାଶ ହୋଇନି। ବିସ୍ତୀର୍ଣ୍ଣ ଅବ୍ୟବହୃତ ଜମି ଓ ଜଳସମ୍ପଦ ଥିଲେ ମଧ୍ୟ ଶିଳ୍ପ ବିହୀନ ଜିଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ଦାବିକୁ ଅଣଦେଖା କରାଯାଇଛି। ଜିଲାରେ ଗମନାଗମନ ପାଇଁ ଭଲ ରାସ୍ତା ଓ ନିକଟରେ ରେଳ ଯୋଗାଯୋଗର ବ୍ୟବସ୍ଥା ହୋଇଛି। କିନ୍ତୁ ଜିଲାର ଭୌଗଳିକ ସ୍ଥିତି, କୌଳିକ ବୃତ୍ତି, ସଂସ୍କୃତି, ପରମ୍ପରା ଓ ସାମାଜିକ ଚଳଣିକୁ ନେଇ ଅର୍ଥନୈତିକ ବିକାଶର ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇପାରିନି। ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ଏଠାରେ କୃଷି ବିଶ୍ୱବିଦ୍ୟାଳୟ କିମ୍ବା ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇନି। ଦକ୍ଷତା ବିକାଶ, ନିଯୁକ୍ତି ମେଳା ନାମରେ ପ୍ରତିବର୍ଷ ଅନେକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ନିଯୁକ୍ତି ଦିଆଯାଉନି। ହୀରାକୁଦ ଜଳଭଣ୍ଡାରରୁ କେନାଲ ଦ୍ୱାରା ଡୁଙ୍ଗୁରିପାଲି ଓ ବିନିକା ବ୍ଳକର ଚାଷ ଜମି ଜଳସେଚିତ ହେଉଛି। କିନ୍ତୁ ଦୀର୍ଘ ବର୍ଷ ପରେ ବି ଅଣଜଳସେଚିତ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷଜମିକୁ ଶସ୍ୟ ଶ୍ୟାମଳା କରାଯିବା ନେଇ ପଦକ୍ଷେପ ନିଆଯାଇନି। ଅଙ୍ଗ କେନାଲ ସମ୍ପ୍ରସାରଣ କାମ ସରୁ ନ ଥିବା ବେଳେ ହରିହରଯୋର କେନାଲର ତଳ ମୁଣ୍ଡକୁ ପାଣି ପହଞ୍ଚିପାରୁନି। ମହାନଦୀ ଓ ତେଲନଦୀ ବେସିନରେ ୩ଟି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୭ଟି ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚାଷୀଙ୍କୁ ରବି ଋତୁରେ ପାଣି ମିଳୁନି।
ରାଜାରାଜୁଡା ଅମଳରେ ଜିଲାବାସୀ ଅନେକ ସୁବିଧା ସୁଯୋଗ ଉପଭୋଗ କରୁଥିଲେ। ସୋନପୁରରେ ହାଇକୋର୍ଟ ସମତୁଲ ହଜୁର କୋର୍ଟ ଥିଲା। ଲୋକମାନେ ହାତ ପାହାନ୍ତାରେ ନ୍ୟାୟ ପାଇ ପାରୁଥିଲେ। ବିଭିନ୍ନ ସମ୍ପ୍ରଦାୟର କୌଳିକ ବୃତ୍ତି ବେଶ ସମୃଦ୍ଧ ଥିଲା। ସେହି ସମୟର ବୟନ ଶିଳ୍ପ ସୂକ୍ଷ୍ମ କାରୁକାର୍ଯ୍ୟ ଏବେ ବି ପୁରୁଷାନୁକ୍ରମିକ ଭାବେ ଦେଶ ବିଦେଶରେ ବେଶ ପରିଚିତ ଲାଭ କରିଛି। ସେହିପରି ପ୍ରସ୍ତର ଶିଳ୍ପ, ଧାତବ ଶିଳ୍ପ, କାଠ ଶିଳ୍ପ, ଚମଡା ଶିଳ୍ପ, ତୈଳ ଓ ପଟ୍ଟଚିତ୍ର ଶିଳ୍ପ ଅର୍ଥନୀତିରେ ବିଶେଷ ପ୍ରଭାବ ପକାଇଥିଲା। ବୀରମହାରାଜପୁର ବ୍ଲକ ଖଣ୍ଡହତାରେ ଲୁହା ଶିଳ୍ପ, ବିନିକା ଓ ତରଭାରେ ସ୍ବର୍ଣ୍ଣ, ରୂପା ଓ କାଂସ୍ୟ ଉଦ୍ୟୋଗ ସମୃଦ୍ଧ ଥିଲା। ମହାନଦୀର ଜଳପଥରେ ନୌ ପରିବହନ ଦ୍ୱାରା ସୋନପୁରର ବାଣିଜ୍ୟ ପରମ୍ପରା ସମୃଦ୍ଧ ଥିଲା। ପୂର୍ବ ଓଡିଶା ସହ ଅର୍ଥନୈତିକ ସମ୍ପର୍କ ଗଢି ଉଠିଥିଲା। ପରେ ପୃଷ୍ଠପୋଷକତା ଅଭାବରୁ ବୟନ ଶିଳ୍ପ ବ୍ୟତୀତ ଅନ୍ୟ କୌଳିକ ବୃତ୍ତି ଧ୍ୱଂସ ଆଡକୁ ଗତି କଲା। ୧୯୮୦ ମସିହାରେ ସୋନପୁର ସହରରେ ସୂତାକଳ ପ୍ରତିଷ୍ଠା ହୋଇଥିଲା। ଜିଲାର କପା ଚାଷୀ, କୁଶଳୀ କାରିଗର ଓ ଶିକ୍ଷିତ ଯୁବକଙ୍କୁ ରୋଜଗାର ମିଳିଥିଲା। ତେବେ ଅନ୍ୟ ରାଜ୍ୟଗୁଡିକରେ ସୂତା କଳଗୁଡିକ ଭଲ ଚାଲୁଥିବା ବେଳେ ସୋନପୁର ସୂତାକଳ ଘରୋଇକରଣ ପରେ ରୁଗ୍‌ଣ ହୋଇଗଲା। ଏହି ସୂତା କଳ ଏବେ ନାମକୁ ମାତ୍ର କେତେଜଣ ଶ୍ରମିକଙ୍କୁ ନେଇ ଚାଲିଛି। ଏବେ ଜିଲାର ଜନସଂଖ୍ୟା ପ୍ରାୟ ୭ଲକ୍ଷ ଥିବା ବେଳେ ୭୦ ପ୍ରତିଶତ ଚାଷ ଉପରେ ନିର୍ଭରଶୀଳ। ତେବେ ଦୀର୍ଘ ବର୍ଷ ଧରି ଜଳସେଚନର ଆଶାନୁରୂପ ବିକାଶ ହୋଇ ପାରିନାହିଁ। ଚାଷୀ ଓ ଚାଷ ପରି ସମ୍ବେଦନଶୀଳ ପ୍ରସଙ୍ଗ ଏହି ଜିଲାରେ ଅବହେଳିତ ଅବସ୍ଥାରେ। ନାରୀ ଶିକ୍ଷାର ପ୍ରସାର ପାଇଁ ୧୯୦୮ ମସିହାରେ ସୋନପୁରରେ ପ୍ରଥମ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ସର୍ବ ପୁରାତନ ସୋନପୁର କଲେଜକୁ ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିନି। ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri