ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ଏହି ଜିଲାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଜଙ୍ଗଲ, ପାହାଡ, ଜଳଭଣ୍ଡାର ଓ ନଦୀ ନାଳରେ ଭରପୁର ଏହି ଜିଲାରେ ଇକୋ ଟୁରିଜିମ୍‌ର ସୁଯୋଗ ଅଛି। କିନ୍ତୁ ଏ ଦିଗରେ ଆଦୌ ବିକାଶ ହୋଇନି। ବିସ୍ତୀର୍ଣ୍ଣ ଅବ୍ୟବହୃତ ଜମି ଓ ଜଳସମ୍ପଦ ଥିଲେ ମଧ୍ୟ ଶିଳ୍ପ ବିହୀନ ଜିଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ଦାବିକୁ ଅଣଦେଖା କରାଯାଇଛି। ଜିଲାରେ ଗମନାଗମନ ପାଇଁ ଭଲ ରାସ୍ତା ଓ ନିକଟରେ ରେଳ ଯୋଗାଯୋଗର ବ୍ୟବସ୍ଥା ହୋଇଛି। କିନ୍ତୁ ଜିଲାର ଭୌଗଳିକ ସ୍ଥିତି, କୌଳିକ ବୃତ୍ତି, ସଂସ୍କୃତି, ପରମ୍ପରା ଓ ସାମାଜିକ ଚଳଣିକୁ ନେଇ ଅର୍ଥନୈତିକ ବିକାଶର ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇପାରିନି। ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ଏଠାରେ କୃଷି ବିଶ୍ୱବିଦ୍ୟାଳୟ କିମ୍ବା ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇନି। ଦକ୍ଷତା ବିକାଶ, ନିଯୁକ୍ତି ମେଳା ନାମରେ ପ୍ରତିବର୍ଷ ଅନେକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ନିଯୁକ୍ତି ଦିଆଯାଉନି। ହୀରାକୁଦ ଜଳଭଣ୍ଡାରରୁ କେନାଲ ଦ୍ୱାରା ଡୁଙ୍ଗୁରିପାଲି ଓ ବିନିକା ବ୍ଳକର ଚାଷ ଜମି ଜଳସେଚିତ ହେଉଛି। କିନ୍ତୁ ଦୀର୍ଘ ବର୍ଷ ପରେ ବି ଅଣଜଳସେଚିତ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷଜମିକୁ ଶସ୍ୟ ଶ୍ୟାମଳା କରାଯିବା ନେଇ ପଦକ୍ଷେପ ନିଆଯାଇନି। ଅଙ୍ଗ କେନାଲ ସମ୍ପ୍ରସାରଣ କାମ ସରୁ ନ ଥିବା ବେଳେ ହରିହରଯୋର କେନାଲର ତଳ ମୁଣ୍ଡକୁ ପାଣି ପହଞ୍ଚିପାରୁନି। ମହାନଦୀ ଓ ତେଲନଦୀ ବେସିନରେ ୩ଟି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୭ଟି ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚାଷୀଙ୍କୁ ରବି ଋତୁରେ ପାଣି ମିଳୁନି।
ରାଜାରାଜୁଡା ଅମଳରେ ଜିଲାବାସୀ ଅନେକ ସୁବିଧା ସୁଯୋଗ ଉପଭୋଗ କରୁଥିଲେ। ସୋନପୁରରେ ହାଇକୋର୍ଟ ସମତୁଲ ହଜୁର କୋର୍ଟ ଥିଲା। ଲୋକମାନେ ହାତ ପାହାନ୍ତାରେ ନ୍ୟାୟ ପାଇ ପାରୁଥିଲେ। ବିଭିନ୍ନ ସମ୍ପ୍ରଦାୟର କୌଳିକ ବୃତ୍ତି ବେଶ ସମୃଦ୍ଧ ଥିଲା। ସେହି ସମୟର ବୟନ ଶିଳ୍ପ ସୂକ୍ଷ୍ମ କାରୁକାର୍ଯ୍ୟ ଏବେ ବି ପୁରୁଷାନୁକ୍ରମିକ ଭାବେ ଦେଶ ବିଦେଶରେ ବେଶ ପରିଚିତ ଲାଭ କରିଛି। ସେହିପରି ପ୍ରସ୍ତର ଶିଳ୍ପ, ଧାତବ ଶିଳ୍ପ, କାଠ ଶିଳ୍ପ, ଚମଡା ଶିଳ୍ପ, ତୈଳ ଓ ପଟ୍ଟଚିତ୍ର ଶିଳ୍ପ ଅର୍ଥନୀତିରେ ବିଶେଷ ପ୍ରଭାବ ପକାଇଥିଲା। ବୀରମହାରାଜପୁର ବ୍ଲକ ଖଣ୍ଡହତାରେ ଲୁହା ଶିଳ୍ପ, ବିନିକା ଓ ତରଭାରେ ସ୍ବର୍ଣ୍ଣ, ରୂପା ଓ କାଂସ୍ୟ ଉଦ୍ୟୋଗ ସମୃଦ୍ଧ ଥିଲା। ମହାନଦୀର ଜଳପଥରେ ନୌ ପରିବହନ ଦ୍ୱାରା ସୋନପୁରର ବାଣିଜ୍ୟ ପରମ୍ପରା ସମୃଦ୍ଧ ଥିଲା। ପୂର୍ବ ଓଡିଶା ସହ ଅର୍ଥନୈତିକ ସମ୍ପର୍କ ଗଢି ଉଠିଥିଲା। ପରେ ପୃଷ୍ଠପୋଷକତା ଅଭାବରୁ ବୟନ ଶିଳ୍ପ ବ୍ୟତୀତ ଅନ୍ୟ କୌଳିକ ବୃତ୍ତି ଧ୍ୱଂସ ଆଡକୁ ଗତି କଲା। ୧୯୮୦ ମସିହାରେ ସୋନପୁର ସହରରେ ସୂତାକଳ ପ୍ରତିଷ୍ଠା ହୋଇଥିଲା। ଜିଲାର କପା ଚାଷୀ, କୁଶଳୀ କାରିଗର ଓ ଶିକ୍ଷିତ ଯୁବକଙ୍କୁ ରୋଜଗାର ମିଳିଥିଲା। ତେବେ ଅନ୍ୟ ରାଜ୍ୟଗୁଡିକରେ ସୂତା କଳଗୁଡିକ ଭଲ ଚାଲୁଥିବା ବେଳେ ସୋନପୁର ସୂତାକଳ ଘରୋଇକରଣ ପରେ ରୁଗ୍‌ଣ ହୋଇଗଲା। ଏହି ସୂତା କଳ ଏବେ ନାମକୁ ମାତ୍ର କେତେଜଣ ଶ୍ରମିକଙ୍କୁ ନେଇ ଚାଲିଛି। ଏବେ ଜିଲାର ଜନସଂଖ୍ୟା ପ୍ରାୟ ୭ଲକ୍ଷ ଥିବା ବେଳେ ୭୦ ପ୍ରତିଶତ ଚାଷ ଉପରେ ନିର୍ଭରଶୀଳ। ତେବେ ଦୀର୍ଘ ବର୍ଷ ଧରି ଜଳସେଚନର ଆଶାନୁରୂପ ବିକାଶ ହୋଇ ପାରିନାହିଁ। ଚାଷୀ ଓ ଚାଷ ପରି ସମ୍ବେଦନଶୀଳ ପ୍ରସଙ୍ଗ ଏହି ଜିଲାରେ ଅବହେଳିତ ଅବସ୍ଥାରେ। ନାରୀ ଶିକ୍ଷାର ପ୍ରସାର ପାଇଁ ୧୯୦୮ ମସିହାରେ ସୋନପୁରରେ ପ୍ରଥମ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ସର୍ବ ପୁରାତନ ସୋନପୁର କଲେଜକୁ ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିନି। ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?