ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା ହଜାରେ ଡେଇଁଲା

ଭୁବନେଶ୍ୱର, ୧୨।୮(ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ କ୍ଷୀପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ଜ୍ୱର ହେବା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରୁଛି। ଗତ କିଛିବର୍ଷ ହେବ ରାଜଧାନୀ ଲଗାତାର ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ଚଳିତବର୍ଷ ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। ଚଳିତ ବର୍ଷ ଏଯାଏ ରାଜ୍ୟରେ ମୋଟ୍‌ ୨୮ହଜାର ୯ଶହ ୫୩ ନମୁନା ଟେଷ୍ଟ କରାଯାଇଥିବାବେଳେ ସେଥିରୁ ୧୬୭୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲା ସର୍ବାଗ୍ରେ ରହୁଥିବାବେଳେ ୯୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ଗତ ଜାନୁୟାରୀରୁ ଅଗଷ୍ଟ ୧୧ ମଧ୍ୟରେ ସହରରେ ଡେଙ୍ଗୁ ରୋଗୀ ସଂଖ୍ୟା ୧ହଜାର ପାର୍‌ କରିଛି। ସେଥିମଧ୍ୟରୁ ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ପୋଖରୀପୁଟ, ନୀଳାଦ୍ରୀବିହାର ଆଦି ଅଞ୍ଚଳ ଡେଙ୍ଗୁର ଗନ୍ତାଘର ପାଲଟିଛି।
ସହରରେ ସଫେଇଠାରୁ ଆରମ୍ଭ କରି ଘରଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି। ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକାଧିକ ସଫେଇ ସଂସ୍ଥା, ଏନ୍‌ଜିଓଙ୍କ ସମେତ ସ୍ବଚ୍ଛସାଥି, ସୁପରଭାଇଜର ପ୍ରମୁଖ ନିଯୁକ୍ତ ହୋଇଛନ୍ତି। ମାସକୁ ଲକ୍ଷଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପ୍ରତିଦିନ ସହରରୁ ୪୦ରୁ ୫୦ ମଧ୍ୟରେ ରୋଗୀ ଚିହ୍ନଟ ହେବା ବିଏମ୍‌ସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ରୋକିବାକୁ ବିଏମ୍‌ସି ପକ୍ଷରୁ ଡ୍ରାଏ ଡେ’ ପାଳନ, ଘରଘର ସମ୍ପର୍କ ଅଭିଯାନ, ମଶାଧୂଆଁ, ଘାସକାଟିବା ଭଳି ବିଭିନ୍ନ ପଦକ୍ଷେପ ନିଆଯିବା ପରେ ବି ମଶା ନିୟନ୍ତ୍ରଣ ଫେଲ୍‌ ମାରିଛି। ତେଣୁ ଅନ୍ୟ ଉପାୟ ନ ପାଇ ମଶାବଂଶ ଲୋପ କରିବା ପାଇଁ ପୁଣିଥରେ ଡ୍ରୋନ୍‌ର ସହାୟତା ନେବାକୁ ଅଣ୍ଟା ଭିଡିଛି ବିଏମ୍‌ସି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ ବ୍ୟବହାର କରିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନ ବିଶେଷକରି ସହରର ଅପହଞ୍ଚ ଜଳଉତ୍ସ ଗୁଡିକରେ ଡ୍ରୋନ ମାଧ୍ୟମରେ ମଶାମରା ରାସାୟନିକ ସ୍ପ୍ରେ କରାଯିବ। ଅଗଷ୍ଟ ୧୫ ପରେ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ମେୟର ସୂଚନା ଦେଇଛନ୍ତି। ଗତବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଡ୍ରୋନ୍‌ ଅଣାଯାଇଥିଲା। ପ୍ରଥମେ ପରୀକ୍ଷାମୂଳକ ଭାବେ ଏବଂ ପରେ ହାତଗଣତି କେତେକ ସ୍ଥାନରେ ଏବଂ ପୋଖରୀ କେନାଲରେ କୀଟନାଶକ ସିଞ୍ଚନ କରାଗଲା। ଏଥିରେ ମଶା ନ ମରିବାରୁ ବିଭିନ୍ନ ଆଡୁ ଅଭିଯୋଗ ଓ ସମାଲୋଚନା ପରେ ଡ୍ରୋନ୍‌ ଉଡାଣକୁ ଅଧାରୁ ବନ୍ଦ କରାଯାଇଥିଲା। ଏପରିକି ଆକାଶମାର୍ଗରେ ଡ୍ରୋନ୍‌ ଉଡାଣ ନେଇ ଅନୁମତି ନିଆଯାଇ ନ ଥିବାରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଆଇଏ) ବିଏମ୍‌ସିକୁ ନୋଟିସ୍‌ ମଧ୍ୟ ଜାରି କରିଥିଲେ। ତେବେ ବିଫଳତା ପରେ ପୁଣି କାହିଁକି ବିଏମ୍‌ସି ଡ୍ରୋନ ଉଡାଣକୁ ପ୍ରାଧାନ୍ୟ ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏପରି ସ୍ଥିତିରେ ସହରରେ ବଢୁଥିବା ଡେଙ୍ଗୁ ସଂକ୍ରମଣ ରୋକିବାକୁ ସଚେତନ ରହିବା ପାଇଁ ଅତିରିକ୍ତ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଅନ୍ତର୍ଯ୍ୟାମୀ ମିଶ୍ର ପରାମର୍ଶ ଦେଇଛନ୍ତି। ସେହିପରି ସହରରେ ଦୈନିକ ୨୬୦ରୁ ୩ଶହ ଟେଷ୍ଟିଂ ହେଉଥିବାବେଳେ ସେଥିରୁ ୪୦ରୁ ୫୦ ଭିତରେ ପଜିଟିଭ୍‌ ବାହାରୁଥିବା ସେ କହିଛନ୍ତି। ତେବେ ସ୍ଥିତି ଆୟତ୍ତରେ ଥିବାରୁ ଭୟଭୀତ ନ ହେବା ପାଇଁ ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri