ରାଜ୍ୟରେ ୩ ହଜାର ତଳେ ଦୈନିକ କରୋନା ସଂକ୍ରମଣସଂଖ୍ୟା

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୫୯ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୭ ହଜାର ୧୮୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୋଳରୁ ୭୯, ବାଲେଶ୍ୱରରୁ ୧୫୭, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗୀରରୁ ୧୬, ବୌଦ୍ଧରୁ ୧୨, କଟକରୁ ୪୪୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତ୍‌ସିଂହପୁରରୁ ୧୨୬ ଯାଜପୁରରୁ ୨୦୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୬୮ ଆକ୍ରାନ୍ତ ଅଛନ୍ତି। ଅନ୍ୟପକ୍ଷରେ କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩ , ନୟାଗଡ଼ରୁ ୮୦, ନୂଆପଡ଼ାରୁ ୫, ପୁରୀରୁ ୧୫୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୨୬ ସୁବର୍ଣ୍ଣପୁରରୁ ୧୪ ଓ ସୁନ୍ଦରଗଡ଼ରୁ ୨୮ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୭୬ ଅଛନ୍ତି।