ଆଜି ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ରବିବାର ରାଜ୍ୟରେ ୧୯୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୯ଜଣ ଚିହ୍ନଟ ହୋଇଥିବା ବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୪ ଏବଂ ବଲାଙ୍ଗୀରରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୩, ବରଗଡ଼ ୮, ବୌଦ୍ଧ ୧, ଦେବଗଡ଼ ୧, ଢେଙ୍କାନାଳ ୧, ଗଞ୍ଜାମ ୧, ଜଗତସିଂହପୁର ୨, ଯାଜପୁର ୯, ଝାରସୁଗୁଡ଼ା ୧୩, କେନ୍ଦ୍ରାପଡ଼ା ୯, କୋରାପୁଟ ୧, ଖୋର୍ଦ୍ଧା ୧୦, ମୟୂରଭଞ୍ଜ ୯, ନୟାଗଡ଼ ୧, ନୂଆପଡ଼ା ୪, ପୁରୀ ୧୩ ଏବଂ ରାୟଗଡ଼ାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୨।

ସେହିପରି ଆଜି ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା। ଗଞ୍ଜାମ, ବଲାଙ୍ଗୀର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ ରେ ପହଞ୍ଚିଥିବା ବେଳେ ୩,୨୫,୯୬୫ ଜଣ ସୁସ୍ଥ ହୋଇଛନ୍ତି। ୨୪୦୮ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି।