Posted inଜାତୀୟ

ପ୍ରାର୍ଥୀ ସଂଖ୍ୟା ୪ ଗୁଣ ବଢ଼ିଛି

ନୂୂଆଦିଲ୍ଲୀ,୨।୩(ପି.ଟି.): ଭାରତରେ ୧୯୫୨ରେ ଲଢ଼ାଯାଇଥିବା ପ୍ରଥମ ଲୋକ ସଭା ନିର୍ବାଚନରୁ ୨୦୧୯ ନିର୍ବାଚନ ମଧ୍ୟରେ ପ୍ରାର୍ଥୀ ସଂଖ୍ୟା ୪ ଗୁଣରୁ ଅଧିକ ବଢ଼ିଛି। ସରକାରୀ ତଥ୍ୟ ଅନୁଯାୟୀ ୧୯୫୨ରେ ୧,୮୭୪ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ୨୦୧୯ରେ ପ୍ରତିଯୋଗୀଙ୍କ ସଂଖ୍ୟା ୮,୦୩୯ ରହିଥିଲା। ଏହି ଅବଧି ମଧ୍ୟରେ ନିର୍ବାଚନ ମଣ୍ଡଳୀ ପ୍ରତି ହାରାହାରି ପ୍ରାର୍ଥୀ ସଂଖ୍ୟା ୪.୬୭%ରୁ ୧୪.୮%କୁ ବଢ଼ିଛି।
ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯଦିଓ ୧୯୫୨ ନିର୍ବାଚନଠାରୁ ପ୍ରତି ଥର ପ୍ରାର୍ଥୀ ସଂଖ୍ୟା ବଢ଼ିଚାଲିଛି, ଏଥର କେତେ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ ତାହା ଜଣାପଡ଼ି ନାହିଁ। ତଥ୍ୟ ଅନୁଯାୟୀ ୧୯୭୭ରେ ଷଷ୍ଠ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୩ରୁ ୫ ମଧ୍ୟରେ ରହୁଥିଲା। ଗତ ନିର୍ବାଚନରେ ତାହା ୧୪.୮ରେ ପହଞ୍ଚତ୍ଥିଲା। ଅଣଲାଭଦାୟକ ସଂସ୍ଥା ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି, ୨୦୧୯ ସାଧାରଣ ନିର୍ବାଚନରେ ୫୪୨ ସଂସଦୀୟ କ୍ଷେତ୍ରରୁ ୮,୦୩୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେଲଙ୍ଗାନାରେ ପ୍ରତି ସଂସଦୀୟ କ୍ଷେତ୍ରରେ ହାରାହାରି ପ୍ରାର୍ଥୀ ସଂଖ୍ୟା ସର୍ବାଧିକ ଥିଲେ। କେବଳ ନିଜାମବାଦ୍‌ ଆସନ ପାଇଁ ୧୮୫ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ଆସନକୁ ବାଦ୍‌ ଦେଲେ ତେଲଙ୍ଗାନାର ହାରାହାରି ପ୍ରାର୍ଥୀ ସଂଖ୍ୟା ୧୬.୧ ଥିଲା। ତେଲଙ୍ଗାନା ପରେ ତାମିଲନାଡୁରେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ଦ୍ୱିତୀୟ ସର୍ବାଧିକ ଥିଲା। ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ସ୍ବାଧୀନ ଭାବେ ଲଢ଼ିଥିଲେ। ନିଜାମବାଦ୍‌ ପରେ ଦ୍ୱିତୀୟ ସର୍ବାଧିକ ପ୍ରାର୍ଥୀ କର୍ନାଟକର ବେଲଗାମ୍‌ ଆସନରୁ ଲଢ଼ିଥିଲେ।
ଗତ ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ଯଥାକ୍ରମେ ୪୩୫ ଏବଂ ୪୨୦ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୩୭୩ ଆସନରେ ଉଭୟ ଦଳ ମଧ୍ୟରେ ଲଢ଼େଇ ହୋଇଥିଲା। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ତୃତୀୟ ସର୍ବାଧିକ ପ୍ରାର୍ଥୀ ଦେଇଥିଲା। ୭ ଜାତୀୟ ଦଳ ନିର୍ବାଚନ ମଣ୍ଡଳୀ ପିଛା ୨.୬୯ ପ୍ରାର୍ଥୀ ଛିଡ଼ା କରାଇଥିବାବେଳେ ପଶ୍ଚିମବଙ୍ଗରେ ସର୍ବାଧିକ ହାରାହାରି ୪.୬ ପ୍ରାର୍ଥୀ ଲଢ଼ିଥିଲେ। ସେହିପରି ସ୍ବୀକୃତିପ୍ରାପ୍ତ ରାଜ୍ୟ ଦଳ ନିର୍ବାଚନ ମଣ୍ଡଳୀ ପିଛା ହାରାହାରି ୧.୫୩ ପ୍ରାର୍ଥୀ ଦେଇଥିଲେ।
ତଥ୍ୟ ଅନୁଯାୟୀ ୧୯୫୨ରେ ୪୮୯ ଆସନ ପାଇଁ ୧,୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଅର୍ଥାତ୍‌ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ୩.୮୩ ପ୍ରାର୍ଥୀ ଥିଲେ। ୧୯୭୧ରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୨,୭୮୪କୁ ବଢ଼ିଥିବାବେଳେ ହାରାହାରି ପ୍ରାର୍ଥୀ ସଂଖ୍ୟା ୫.୩୭ ହୋଇଥିଲା। ୧୯୭୭ରେ ମୋଟ ପ୍ରାର୍ଥୀ ସଂଖ୍ୟା ୨,୪୩୯ (ହାରାହାରି ୪.୫), ୧୯୮୦ରେ ୪,୬୨୯ (ହାରାହାରି ୮.୫୪) ରହିଥିଲେ। ସେହିପରି ୧୯୮୪-୮୫ ଅଷ୍ଟମ ସାଧାରଣ ନିର୍ବାଚନରେ ମୋଟ ପ୍ରାର୍ଥୀ ସଂଖ୍ୟା ୫,୪୯୨ ଥିବାବେଳେ ହାରାହାରି ପ୍ରାର୍ଥୀସଂଖ୍ୟା ୧୦.୧୩ ରହିଥିଲା। ୧୯୮୯ରେ ମୋଟ ପ୍ରାର୍ଥୀ ୬,୧୬୦ (ହାରାହାରି ୧୧.୩୪), ୧୯୯୧-୯୨ରେ ୫୪୩ ଆସନ ପାଇଁ ମୋଟ ପ୍ରାର୍ଥୀ ୮,୬୬୮ (ହାରାହାରି ୧୫.୯୬) ରହିଥିଲେ। ଏକାଦଶ ଲୋକ ସଭା ପାଇଁ ନିର୍ବାଚନ ମଣ୍ଡଳୀ ପ୍ରତି ହାରାହାରି ପ୍ରାର୍ଥୀ ସଂଖ୍ୟା ୨୫.୬୯କୁ ବଢ଼ିଥିଲା। ସେଥର ମୋଟ ୧୩,୯୫୨ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ୧୯୯୮ରେ ମୋଟ ପ୍ରାର୍ଥୀ ୪,୭୫୦ ଥିବାବେଳେ ହାରାହାରି ପ୍ରାର୍ଥୀ ଥିଲେ ୮.୭୫। ୧୯୯୯ରେ ପ୍ରାର୍ଥୀ ସଂଖ୍ୟା ଥିଲା ୪,୬୪୮। ୨୦୦୪ରେ ୫,୪୩୫ ପ୍ରାର୍ଥୀ ଲଢ଼ିଥିବାବେଳେ ୨୦୦୯ରେ ୮,୦୭୦ ଜଣ ଏବଂ ୨୦୧୪ରେ ୮,୨୫୧ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri