ଏଥର କିଡ୍‌ନୀ ବାହାରକୁ ଯାଉନାହିଁ

କଟକ/ପଟ୍ଟାମୁଣ୍ଡାଇ, ୨ା୩(ଶିଳ୍ପା ପ୍ରିୟଦର୍ଶିନୀ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶ୍ରୀଓମ୍‌ ଶିବୁ(୧୮)ଙ୍କ ମୃତ୍ୟୁ ପରେ ତାଙ୍କ କିଡ୍‌ନୀ ୨ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଉଛି। ରମେଶ ଚନ୍ଦ୍ର ଦାସ ଓ ରଶ୍ମିତା ଦାସଙ୍କ ପୁଅ ଶିବୁଙ୍କର ମୁଣ୍ଡ ବିନ୍ଧିବା ସହ ଆଖିକୁ ସ୍ପଷ୍ଟ ଭାବେ ଦେଖାଯାଇ ନ ଥିଲା। ଗତ ଜାନୁଆରୀ ୧୭ରେ ଏସ୍‌ସିବି ମେଡିକାଲର ମେଡିସିନ ବିଭାଗକୁ ଶିବୁ ଚିକିତ୍ସା ପାଇଁ ଆସିଥିଲେ। ପରୀକ୍ଷା ନିରୀକ୍ଷା ପରେ ସେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ (ବ୍ରେନ୍‌ ଡେଡ୍‌) ଘଟିଥିଲା। ଏହାପରେ ଶିବୁଙ୍କ ମା’ବାପା ପୁଅର କିଡ୍‌ନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମେଡିକାଲ କର୍ତ୍ତୃପକ୍ଷ ଏବଂ ଷ୍ଟେଟ୍‌ ଅର୍ଗାନ ଆଣ୍ଡ୍‌ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ଏସ୍‌ଓଟିଟିଓ) ଟିମ୍‌ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଶୁକ୍ରବାର ଶିବୁଙ୍କ ଶରୀରରୁ ଦୁଇଟି କିଡ୍‌ନୀ ବାହାର କରାଯାଇ ଗୋଟିଏ ଏସ୍‌ସିବି ମେଡିକାଲରେ ରଖାଯାଇଥିବାବେଳେ ଅନ୍ୟଟି ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ପଠାଯାଇଛି। ଏହି ସମସ୍ତ ପ୍ରକ୍ରିୟା ପାଇଁ ୨ରୁ ଅଢ଼େଇ ଘଣ୍ଟା ସମୟ ଲାଗିଛି। ଏହି ପ୍ରକ୍ରିୟାରେ ନେଫ୍ରୋଲୋଜି ବିଭାଗ, ୟୁରୋଲୋଜି ବିଭାଗର ଡାକ୍ତର ନିୟୋଜିତ ଥିଲେ। ଏବେ ଏହି କିଡ୍‌ନୀର କ୍ରସ୍‌ମ୍ୟାଚ ପାଇଁ ଅପେକ୍ଷା କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ସହ ମେଳ ଖାଇବ ତାଙ୍କ ଶରୀରରେ ଉକ୍ତ କିଡ୍‌ନୀ ପ୍ରତିରୋପଣ କରାଯିବ ବୋଲି ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ସମୀର ସ୍ବାଇଁ କହିଛନ୍ତି।
ଅପରପକ୍ଷରେ ଏସ୍‌ସିବି ମେଡିକାଲ ପରିସରରେ ଶିବୁଙ୍କ ମରଶରୀରକୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କ ସମେତ ମେଡିକାଲର ସମସ୍ତ ଡାକ୍ତର ଉପସ୍ଥିତ ରହିଥିଲେ। ମେଡିକାଲ ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତ କହିଛନ୍ତି, ଶିବୁଙ୍କ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସରକାରଙ୍କ ନିୟମ ଅନୁଯାୟୀ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ ସହ ଯୋଗାଯୋଗ କରିଛୁ। ଏସ୍‌ସିବି ମେଡିକାଲରୁ ଶିବୁଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ସହ ପଠାଯାଇଛି।
ସୂଚନାଯୋଗ୍ୟ, ଶିବୁ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଶିବୁଙ୍କ ବାପା ରମେଶ କହିଛନ୍ତି, ପୁଅର ବହୁତ ଇଚ୍ଛା ଥିଲା ପାଠ ପଢ଼ି ଭଲ ମଣିଷ ହେବ ଏବଂ ଉଚ୍ଚ ପଦବୀରେ ଚାକିରି କରିବ। ଯୁକ୍ତ୨ ପଢ଼ିବା ସହ ସେ ଏନ୍‌ଆଇଟି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା। ହେଲେ ପୁଅର ଇଚ୍ଛା ଅଧାରେ ରହିଗଲା। ମୋ ପୁଅର କିଡ୍‌ନୀ ଆଉ କାହା ପରିବାରରେ ସୁଖ ଫେରାଇ ଆଣିବ, ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri