ସରକାରୀ ଖାତାରେ ବଢ଼ୁନି ସଂଖ୍ୟା

ଅନୁଗୋଳ ଅଫିସ, ୧୧ା୫

ଅନୁଗୋଳ ଜିଲାରେ କରୋନାକୁ ବର୍ଷେ ପୂରଣ ହୋଇଛି। ୨୦୨୦ ମେ ୧୦ ଅର୍ଥାତ୍‌ ଠିକ୍‌ ବର୍ଷକ ତଳେ ଏକାବେଳେ ଜିଲାରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ବର୍ଷକ ମଧ୍ୟରେ ମୋଟ୍‌ ଚିହ୍ନଟଙ୍କ ସଂଖ୍ୟା ୨୦ ହଜାର ଡେଇଁ ଯାଇଥିବାବେଳେ ଶତାଧିକ ଲୋକଙ୍କ ଜୀବନ ନେଇଛି ଏହି ମହାମାରୀ। ହେଲେ ସରକାରୀ ତାଲିକାରେ ମୃତକଙ୍କ ସମ୍ପର୍କରେ ଠିକ୍‌ ସୂଚନା ଦିଆଯାଉ ନ ଥିବା ଜିଲାବାସୀ ଅଭିଯୋଗ କରୁଛନ୍ତି।
ପ୍ରଥମ ଅପେକ୍ଷା କରୋନାର ଦ୍ୱିତୀୟ ଲହର ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ଅନୁଗୋଳ ଜିଲାରେ ଖୋଲିଥିବା କୋଭିଡ୍‌ କେୟାର ସେଣ୍ଟର ଠାରୁ ଆରମ୍ଭ କରି କୋଭିଡ୍‌ ମେଡିକାଲ ପର୍ଯ୍ୟନ୍ତ ସବୁଆଡ଼େ ପ୍ରାୟତଃ ଶଯ୍ୟା ଖାଲି ନାହିଁ। ଇତିମଧ୍ୟରେ ଜିଲାରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୨୦ ହଜାର ୪୦୪ରେ ପହଞ୍ଚତ୍ଛି। ଦୈନିକ ଏକାଧିକ ବ୍ୟକ୍ତିଙ୍କ ଜୀବନ କରୋନା ନେଉଥିବାବେଳେ ପୁରୁଣା ଶବାଗାରରେ ମୃତଦେହ ଲାଇନ ଲଗାଯାଉଛି। ସେଠାରୁ ମୃତଦେହଗୁଡ଼ିକୁ ନେଇ କରଡ଼ାଗାଡ଼ିଆ ଶ୍ମଶାନରେ ଦାହ କରାଯାଉଛି। ଗତବର୍ଷ ୫୧ଟି ମୃତଦେହ ଏଠାରେ ଦାହ କରାଯାଇଥିବାବେଳେ ଗୋଟିଏ ପୋତା ଯାଇଥିଲା। ଏହାବାଦ୍‌ ବିଭିନ୍ନ ଅଞ୍ଚଳର ଲୋକମାନେ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ଗଁା ପାଖ ଶ୍ମଶାନକୁ ନେଇଥିବାବେଳେ ମେଡିକାଲ ସଫେଇ କର୍ମଚାରୀମାନେ ପିପିଇକିଟ୍‌ ପରିଧାନ କରି ଦାହ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଜିଲାର କେତେଜଣ ସଂକ୍ରମିତ ଜିଲା ବାହାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁମୁଖରେ ପଡ଼ିଥିଲେ। ହେଲେ ଗତବର୍ଷ ସରକାରୀ ଭାବେ ଅନୁଗୋଳ ଜିଲାରେ ମୃତ୍ୟୁ ସଂଖ୍ୟା ୩୭ରେ ଅଟକିଥିଲା। କରୋନା ଦ୍ୱିତୀୟ ଲହର ଆସିବା ଦିନଠାରୁ ଇତିମଧ୍ୟରେ କରଡ଼ାଗାଡ଼ିଆ ଶ୍ମଶାନରେ ୫୨ଟି ମୃତଦେହ ଦାହ ସରିଲାଣି। ସୋମବାର ଜିଲାର ବିଭିନ୍ନ ସ୍ଥାନରୁ ୬ଟି ମୃତଦେହ ଶବାଗାରକୁ ଆସିଥିବା ଜଣାପଡ଼ିଛି। କିନ୍ତୁ ସରକାରୀ ତାଲିକାରେ ଏବେ ସୁଦ୍ଧା ମୋଟ୍‌ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ତର୍ଜମା ପରେ ଘୋଷଣା ହେଉଛି
କରୋନାରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଡିଟ୍‌ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଛି। ତାହାକୁ ତର୍ଜମା କରାଯାଇ କୋଭିଡ୍‌ରେ ମୃତ୍ୟୁ ନେଇ ଘୋଷଣା ହେଉଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୨୦ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଶବାଗାରରେ ମୃତଦେହ ରଖାଯାଉଛି
କୋଭିଡ୍‌ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତଦେହ ଆଣି ପୁରୁଣା ଶବାଗାରରେ ରଖିବାର ବ୍ୟବସ୍ଥା ହୋଇଛି। ଏହାପରେ ଜିଲାପାଳଙ୍କ ନିକଟରୁ ନିର୍ଦ୍ଦେଶ ଆସିଲେ ମୃତଦେହ କରଡ଼ାଗାଡ଼ିଆ ଶ୍ମଶାନକୁ ପଠାଯାଇ ଦାହ କରାଯାଉଛି।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ/ କୋଭିଡ୍‌ ପରିଚାଳକ)
ବିଳମ୍ବ ଗ୍ରହଣୀୟ ନୁହେଁ
କରୋନାରେ ଆକ୍ରାନ୍ତ ହୋଇ ଜିଲାରେ ଶତାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। କିନ୍ତୁ ସରକାରୀ ତଥ୍ୟରେ ମାତ୍ର ଏକ ପ୍ରତିଶତ ଦର୍ଶାଯାଉଛି। ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଅଡିଟ୍‌ରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ। ପରିବାର ଲୋକ ମୃତ୍ୟୁର କାରଣ ଜାଣିବା ପାଇଁ ହକ୍‌ଦାର।
-ଭୂପେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ
ଭୟ ନ ଥିବାରୁ ବଢ଼ୁଛି ସଂକ୍ରମଣ
ଗତବର୍ଷ କରୋନା ନାଁ ଶୁଣିଲେ ଲୋକ ଭୟ କରୁଥିଲେ। ଏଥର ଲୋକେ କରୋନା ସମ୍ପର୍କରେ ଅଧିକ ଜାଣିଛନ୍ତି। କିନ୍ତୁ ଅନେକ ଲୋକ ଏହାକୁ ହେୟଜ୍ଞାନ କରୁଥିବାର ଜିଲାରେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଶବ ରଖିବାକୁ ଜାଗା ରହୁନାହିଁ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri