ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ ହେଲା ଏନ୍‌ଏସଏ

ଭୁବନେଶ୍ୱର,୧୮।୧୨-ଗ୍ୟାଙ୍ଗଷ୍ଟର ସନ୍ଦିପ ଓରଫ୍‌ ରାଜା ଆଚାର୍ଯ୍ୟଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ କମିଶନରେଟ ପୋଲିସ ଏହି ପଦକ୍ଷେପ ନେଇଛି। ଏନ୍‌ଏସ୍‌ଏ ଲାଗୁ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ରାଜାଙ୍କର ସମସ୍ତ କେସ୍‌ ରେକର୍ଡ ଯାଞ୍ଚ କରିବା ପରେ କୋର୍ଟ ଉକ୍ତ ଆବେଦନକୁ କୋର୍ଟ ମଞ୍ଜୁର କରିଥିଲେ।
ଦାଦାବଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଗତ ଅକ୍ଟୋବରରୁ ‘ଦାଦାବଟିକୁ ନା’ ମିଶନ ଆରମ୍ଭ କରିଛି। ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ୍‌-୧ ଅଞ୍ଚଳରେ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ରାଜାଙ୍କୁ ଗିରଫ କରିଥିଲା। ଜୁଡୋ କୋଚ୍‌ ବିରଞ୍ଚତ୍ ଦାସ ହତ୍ୟା ମାମଲାରେ ୧୦ବର୍ଷ ସଜା କାଟି ଫେରିବାର କିଛି ମାସପରେ ତାଙ୍କୁ ପୁଣି ଜେଲ୍‌ ଯିବାକୁ ପଡ଼ିଥିଲା। ରାଜାଙ୍କ ସହିତ ଦୁଇ ସହଯୋଗୀ ଶିରିପୁରର ନୃସିଂହ ବେହେରା ଓ ବିଜେବି ନଗରର ବିନୟ ଦାସ ମଧ୍ୟ ଗିରଫ ହୋଇଥିଲେ। ରାଜାର ନିର୍ଦ୍ଦେଶକ୍ରମେ ଏମାନେ ୟୁନିଟ୍‌-୧ ଓ ୟୁନିଟ୍‌-୨ ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କଠାରୁ ଦାଦାବଟି ନେଉଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri