୯୮ ପ୍ରାର୍ଥୀଙ୍କ ନାମାଙ୍କନ

କଟକ ଅଫିସ,୭ା୩: ଆସନ୍ତା ଏପ୍ରିଲ ୧୫ରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ବାର୍‌ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧ରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିଲା। ସୋମବାର ଶେଷ ଦିବସ ସୁଦ୍ଧା କର୍ମକର୍ତ୍ତା ପଦ ନିମନ୍ତେ ମୋଟ ୩୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏଥିସହ ୨୫ଟି ସଭ୍ୟ ପଦ ପାଇଁ ୯୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସଭ୍ୟପଦ ପାଇଁ ସର୍ବକନିଷ୍ଠ ଆଇନଜୀବୀ ଭାବେ ବିଦ୍ୟାଲୋକ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ବାର୍‌ କାଉନ୍‌ସିଲ୍‌ର ପୂର୍ବତନ ସଭାପତି ଚିନ୍ମୟ ମହାନ୍ତି ଓ ବର୍ତ୍ତମାନର ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି କାଳୀପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଚାହିଁଲେ ମାର୍ଚ୍ଚ ୧୧ରୁ ୧୭ ତାରିଖ ମଧ୍ୟରେ କରିପାରିବେ। ମାର୍ଚ୍ଚ ୧୭ତାରିଖ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏପ୍ରିଲ ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ଏପ୍ରିଲ ୨୧ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ବାର୍‌ କାଉନ୍‌ସିଲ୍‌ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri