ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ: ରାଜ୍ୟ ସରକାର

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୀ ଐତିହ୍ୟ କରିଡ଼ର ପ୍ରକଳ୍ପ ଜଷ୍ଟିସ୍‌ ବି.ପି.ଦାସ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ। ଏହି ପ୍ରକଳ୍ପ ନେଇ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପାରିତ ହୋଇଥିଲା। ୨୦୨୧ ଫେବୃୟାରୀ ୨୭ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଏହି ପ୍ରକଳ୍ପ ପାରିତ ହୋଇସାରିଛି। ବିଗତ ଦିନରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ଏହି ପ୍ରକଳ୍ପ କାର୍ଯ୍ୟକୁ ସମର୍ଥନ କରିଥିଲେ ଓ ଅନୁମତି ଦେବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ର ରିଟ୍‌ ପିଟିଶନ୍‌ (ସିଭିଲ୍‌) ନଂ. ୬୪୯, ତା-୪ ନଭେମ୍ବର ୨୦୧୯ର ଆଦେଶରେ ସୁପ୍ରିମ୍‌କୋର୍ଟ ଏହାର ୫୬-୫୭ ପୃଷ୍ଠାରେ କହିଛନ୍ତି, ଆମେ ଆମର କୃତଜ୍ଞତାକୁ ରେକର୍ଡ କରିଛୁ ଯେ, ବିକାଶରେ ସମସ୍ତ ହିତାଧିକାରୀ ଖୁସି ଅଛନ୍ତି। ଏହା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେଉଛି ଓ ସେମାନେ ପ୍ରଭୁ ଜଗନ୍ନାଥଙ୍କ ଗୌରବ ଗାଥାର ପୁନରୁଦ୍ଧାରରେ ପରସ୍ପର ସହଯୋଗ କରୁଛନ୍ତି। ଏହି କାର୍ଯ୍ୟରେ ସହଯୋଗ ଓ ଅନୁମତି ଦେବା ପାଇଁ ଆମେ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛୁ। ଏନ୍‌ଏମ୍‌ଏ ଚିଠି ନଂ. ୨-୫/୮୦/୨୦୨୧-ଏନ୍‌ଓସି/ଏନ୍‌ଏମ୍‌ଏର ୨୦୨୧ ସେପ୍ଟେମ୍ବର ୪ରେ ଶ୍ରୀମନ୍ଦିର ଓ ଏହାର ଆଖପାଖରେ ବିକାଶ କାର୍ଯ୍ୟ ପାଇଁ ଏନ୍‌ଓସି ପ୍ରଦାନ କରିଛି। ଏନ୍‌ଓସିରେ ଉଲ୍ଲେଖ ରହିଛି ଯେ, ନିଷିଦ୍ଧାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରାଧିକରଣର କୌଣସି ଆପତ୍ତି ନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମଧ୍ୟ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛି। ଏଏସ୍‌ଆଇ ମହାନିର୍ଦ୍ଦେଶକ ଗତ ସେପ୍ଟେମ୍ବର ୨୧ରେ ଶ୍ରୀମନ୍ଦିର ପରିଦର୍ଶନ କରି ଐତିହ୍ୟ ପରିକ୍ରମା ପ୍ରକଳ୍ପ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଏସ୍‌ଆଇ ଚିଠି ନମ୍ବର ମାଧ୍ୟମରେ ଏକ ନୋଟ୍‌ -ଟି-୧୯୦୩୮/୧୬/୨୦୨୧-ଏମ୍‌. ତାରିଖ- ୫ ମାର୍ଚ୍ଚ ୨୦୨୨ରେ କୁହାଯାଇଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ମନ୍ଦିର ବାହ୍ୟ ପରିବେଶକୁ ସୁବିଧାଜନକ ଓ ସୌନ୍ଦର୍ଯ୍ୟକରଣ କରିବା। ପ୍ରସ୍ତାବିତ ସୁବିଧାଗୁଡ଼ିକ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ରହୁଛି। ଯେହେତୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁବିଧା ଆବଶ୍ୟକ, ଏଣୁ ଏହାକୁ ଅନୁମତି ଦିଆଯାଇପାରେ। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ଏଏସ୍‌ଆଇ କାର୍ଯ୍ୟ କରିବ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ସଂପୃକ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ଏଜେଣ୍ଡା ଆଇଟମ୍‌ ନମ୍ବର-୫ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ସମର୍ଥନ, ଏନ୍‌ଏମ୍‌ଏ ଦ୍ୱାରା ପ୍ରଦତ୍ତ ଏନ୍‌ଓସି ଏବଂ ଏଏସ୍‌ଆଇ ସମର୍ଥନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ମହାପ୍ରଭୁଙ୍କ ଆଶୀର୍ବାଦରେ ଅଗ୍ରଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri