ଖସିଲା ରାତି ତାପମାତ୍ରା

ଭୁବନେଶ୍ୱର, ୨୮ା୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ ଖସିବାରେ ଲାଗିଛି ରାତିରେ ତାପମାତ୍ରା। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବ। ଏଥିସହ ଶୀତ ବଢ଼ିବ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର୍‌. ବିଶ୍ୱାସ।
ମୌସୁମୀ ଫେରିବା ସମ୍ପର୍କରେ ଅଧିକ ସୂଚନା ଦେଇ ନିର୍ଦ୍ଦେଶକ କହିଛନ୍ତି, ମଙ୍ଗଳବାର ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ନୂଆପଡ଼ା, କେନ୍ଦୁଝର ଏବଂ ନବରଙ୍ଗପୁର ଜିଲାରୁ ମୌସୁମୀ ସମ୍ପୂର୍ଣ୍ଣ ଅପସରି ଯାଇଛି। ମୟୂରଭଞ୍ଜ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଜିଲାର କେତେକ ଅଞ୍ଚଳରୁ ଆଂଶିକ ପ୍ରତ୍ୟାବର୍ତ୍ତନ କରିଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଅନ୍ୟାନ୍ୟ ଜିଲାରୁ ପ୍ରତ୍ୟାବର୍ତ୍ତନ କରିବ। ଚଳିତ ବର୍ଷ ମୌସୁମୀ ୧୦-୧୨ ଦିନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି। ଏହାର ପ୍ରଭାବରେ ଭଲ ବର୍ଷା ହୋଇଛି। ଜୁଲାଇରେ ପାଗ ଶୁଖିଲା ଥିଲା। ତେବେ ଅଗଷ୍ଟରୁ ଅକ୍ଟୋବର ତୃତୀୟ ସପ୍ତାହ ଯାଏ ଲଗାତର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ବର୍ଷା ଅଭାବ ଭରଣା ହୋଇଛି। ଜୁନ୍‌ ପହିଲାରୁ ଅକ୍ଟୋବର ୨୭ ଯାଏ ଓଡ଼ିଶାରେ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷିଛି। ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବ। କଁା ଭଁା କେଉଁଠି ଅସରାଏ ଦିଅସରା ବର୍ଷା ହେବା ସମ୍ଭାବନା ଥିବା ସେ କହିଛନ୍ତି।
ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୨୫୦ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୩୦୨ ମିଲିମିଟର। ମାଲକାନଗିରି ଏବଂ ଝାରସୁଗୁଡ଼ା ଜିଲାରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟରେ ୫ଟି ହୋଇଥିବା ବେଳେ ସେପ୍ଟେମ୍ବରରେ ଗୋଟିଏ ଏବଂ ଅକ୍ଟୋବରରୁ ଅଦ୍ୟାବଧି ୪ଟି ଲଘୁଚାପ ସୃଷ୍ଟି ହୋଇସାରିଲାଣି। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩% ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୪.୯% କମ୍‌ ବର୍ଷା ହୋଇଥିଲା। ଚାଷକାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ତେବେ ଅଗଷ୍ଟରେ ୪୫.୨%ରୁ ଅଧିକ ବର୍ଷା ହେବାପରେ ଜୁଲାଇର ନିଅଣ୍ଟକୁ ଭରଣା କରିଥିଲା। ଅଗଷ୍ଟରେ ୧୭ ଜିଲାରେ ସାଧାରଣ ବୃଷ୍ଟିପାତ (୧୯ ପ୍ରତିଶତ)ଠାରୁ ଅଧିକ ହୋଇଥିବା ବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିଲା। ଅଗଷ୍ଟରେ ୪ ଲଘୁଚାପ ହୋଇଥିଲା। ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଏଥିରେ ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ଅଧିକ ପ୍ରଭାବିତ ହୋଇଥିଲା।
ମୌସୁମୀ ଅପସାରଣ ହୋଇଥିବାରୁ ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ବହିବା ଆରମ୍ଭ ହୋଇଛି। ରାତ୍ରିର ତାପମାତ୍ରା ତଳକୁ ଖସିବାରେ ଲାଗିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ସୋନପୁର ୧୪.୨, ଦାରିଙ୍ଗବାଡି ୧୫, ବାରିପଦା ୧୭, କେନ୍ଦୁଝର ୧୬.୬, ବଲାଙ୍ଗୀର ୧୫.୫, କୋରାପୁଟ ୧୫.୮ ଏବଂ ଫୁଲବାଣୀର ତାପମାତ୍ରା ୧୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri