ରାଜଧାନୀରେ ଏନ୍‌ଆଇଏର ଖୋଳତାଡ଼

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):କୌଣସି ଏକ ସୁରକ୍ଷା ପ୍ରସଙ୍ଗକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛି। ଖଣ୍ଡଗିରି ଥାନାଞ୍ଚଳରେ ରହୁଥିବା ଜଣେ ଛାତ୍ରଙ୍କୁ ୫ ଘଣ୍ଟାଧରି ଜେରା କରିବା ପରେ ଛାଡ଼ି ଦେଇଛି। ଏନ୍‌ଆଇଏ ସାଧାରଣତଃ ଆତଙ୍କବାଦ ପରି ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲାଗୁଡ଼ିକ ଉପରେ ତଦନ୍ତ କରିଥାଏ। ତେବେ ରାଜଧାନୀରେ ଏନ୍‌ଆଇଏର ଏପରି ହଠାତ୍‌ ଚଢ଼ାଉ ସଂକ୍ରାନ୍ତlରେ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏନେଇ ନାନା ଚର୍ଚ୍ଚା ଚାଲିଛି। ଛାତ୍ର ଜଣକ ଇଣ୍ଟରନେଟ୍‌ ଜରିଆରେ ଦେଶର ସୁରକ୍ଷାକୁ ନେଇ କିଛି ସନ୍ଦେହଜନକ ପରିସ୍ଥିତି ସୃଷ୍ଟି କରିଥାଇପାରନ୍ତି ବୋଲି କୁହାଯାଉଛି।
ସୂଚନା ମୁତାବକ, ଦିଲ୍ଲୀରୁ ଆସିଥିବା ଏନ୍‌ଆଇଏର ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚ ଓ କମିଶନରେଟ୍‌ ପୋଲିସ ସହଯୋଗରେ ଉକ୍ତ ଛାତ୍ରଙ୍କୁ ଉଠାଇ ନେଇଥିଲା। ଖଣ୍ଡଗିରି ଥାନାରେ ତାଙ୍କୁ ସକାଳ ସାଢେ ୯ଟାରୁ ପ୍ରାୟ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ଏନ୍‌ଆଇଏ ଟିମ୍‌ ଉକ୍ତ ଛାତ୍ରଙ୍କୁ ଛାଡ଼ିବାବେଳେ ତାଙ୍କୁ ପିଛା ନ କରିବାକୁ ମିଡିଆକୁ ପରାମର୍ଶ ଦେଇଥିଲା। ଏପରି କି ତାଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପର୍ଯ୍ୟନ୍ତ ଛାତ୍ରଙ୍କ ନାମ ପ୍ରକାଶ ନ କରିବାକୁ ଏନ୍‌ଆଇଏ ପକ୍ଷରୁ ଅନୁରୋଧ କରାଯାଇଛି।
ଏନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏନ୍‌ଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରଙ୍କୁ ପଚରାଉଚରା କରାଯାଉଛି। ଆମକୁ ମିଳିଥିବା ସୂଚନା ଅନୁସାରେ, ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ। ଛାତ୍ରଙ୍କୁ ଖଣ୍ଡଗିରି ଥାନାରେ ପଚରା ଉଚରା କରାଯାଇଛି। ଅନାବଶ୍ୟକ ଭାବେ ଅଯଥା କଳ୍ପନାଜଳ୍ପନା ନ କରିବାକୁ ଷଡଙ୍ଗୀ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri