ମଧୁରଜଳ ମାଛଚାଷରେ ଓଡ଼ିଶା ପଛୁଆ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ମାଛ ଉତ୍ପାଦନରେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ମତ୍ସ୍ୟ ଚାଷର ଉନ୍ନତି ଓ ସମ୍ପ୍ରସାରଣ ସହ ମତ୍ସ୍ୟଜୀବୀଙ୍କ ଜୀବିକା ଓ ସାମାଜିକ ନିରାପତ୍ତା ଏବଂ ନୂତନ ନିଯୁକ୍ତି କ୍ଷେତ୍ରରେ ଏହି ନୀତି ସହାୟକ ହେବ ବୋଲି କୁହାଯାଇଥିଲା। ହେଲେ ଦୀର୍ଘ ୫ବର୍ଷ ପରେ ବି ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ପଡ଼ୋଶୀ ରାଜ୍ୟଗୁଡ଼ିକଠାରୁ ବହୁ ପଛରେ ପଡ଼ିଛି। ରାଜ୍ୟରେ ୪୮୦ କି.ମି. ସୁଦୀର୍ଘ ବେଳାଭୂମି ସହ ୬.୮୪ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳ ଉତ୍ସ ରହିଥିଲେ ମଧ୍ୟ ଆଶା ମୁତାବକ ମତ୍ସ୍ୟ ଉତ୍ପାଦନ ହୋଇପାରୁ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହୋଇଥିଲେ ସୁଦ୍ଧା ମଧୁର ଜଳ ମାଛ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭର କରୁଛି।
ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ବାର୍ଷିକ ପ୍ରାୟ ୬,୪୯,୫୫୦ ମେଟ୍ରିକ୍‌ ଟନ୍‌ ମାଛର ଆବଶ୍ୟକତା ରହିଛି। ତେବେ ବିଭିନ୍ନ ଉତ୍ସ ଯଥା ନଦୀ, ପୋଖରୀ, ସମୁଦ୍ର ଓ ହ୍ରଦରୁ ବାର୍ଷିକ ପ୍ରାୟ ୮,୧୬,୪୫୮ ମେଟ୍ରିକ୍‌ ଟନ୍‌ ମାଛ ରାଜ୍ୟରେ ଉତ୍ପାଦିତ ହେଉଛି। ଉତ୍ପାଦିତ ମାଛରୁ ୨,୧୩,୧୮୧ ମେଟ୍ରିକ୍‌ ଟନ୍‌ ମାଛ ବାହାର ରାଜ୍ୟ ଓ ବିଦେଶକୁ ମଧ୍ୟ ରତ୍ପାନି ହେଉଛି। ହେଲେ ଚାହିଦା ମୁତାବକ ମଧୁର ଜଳ ମାଛ ଉତ୍ପାଦନ ହୋଇପାରୁ ନ ଥିବାରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ବାର୍ଷିକ ପ୍ରାୟ ୪୬,୨୭୩ ମେଟ୍ରିକ୍‌ ଟନ୍‌ ମଧୁର ଜଳ ମାଛ ଆମଦାନୀ କରାଯାଉଛି। ରାଜ୍ୟରେ ମଧୁର ଜଳ ମାଛର ଚାହିଦା ବଢୁଥିବାବେଳେ ସେହି ପରିମାଣରେ ଉତ୍ପାଦନ ହୋଇପାରୁ ନାହିଁ। ୨୦୧୩-୧୪ରେ ୨,୬୩,୮୬୨ ମେଟ୍ରିକ୍‌ ଟନ୍‌ ମଧୁର ଜଳ ମାଛ ଉତ୍ପାଦନ ହେଉଥିବାବେଳେ ୨୦୧୮-୧୯ ବେଳକୁ ଏହା ବୃଦ୍ଧିପାଇ ୫,୦୬,୬୦୮ ମେଟ୍ରିକ୍‌ ଟନ୍‌ରେ ପହଞ୍ଚତ୍ଛି। ହେଲେ ଏହାପରେ ମଧ୍ୟ ରୋହି ଓ ଭାକୁର ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ୨୦୧୩-୧୪ରେ ପଡ଼ୋଶୀ ରାଜ୍ୟରୁ ୨୬,୫୦୧ ମେଟ୍ରିକ୍‌ ଟନ୍‌ ମାଛ ଆମଦାନୀ କରାଯାଇଥିବାବେଳେ ୨୦୧୪-୧୫ରେ ୩୮,୧୧୮, ୨୦୧୫-୧୬ରେ ୪୬,୨୭୫, ୨୦୧୬-୧୭ରେ ୩୫,୧୫୬, ୨୦୧୭-୧୮ରେ ୪୦,୭୪୨ ଏବଂ ୨୦୧୮-୧୯ରେ ୪୯,୬୦୭ ମେଟ୍ରିକ୍‌ ଟନ୍‌ ମାଛ ଅଣାଯାଇଥିଲା।
ରାଜ୍ୟରେ ମତ୍ସ୍ୟ ଚାଷ ଏବଂ ବ୍ୟବସାୟ କରି ପ୍ରାୟ ୪,୫୮୪ଜଣ ବ୍ୟକ୍ତି ୨୦୧୯-୨୦ଆର୍ଥିକବର୍ଷରେ ଆତ୍ମନିଯୁକ୍ତିର ସୁଯୋଗ ପାଇଛନ୍ତି। ଗୋପାଳନ, କୁକୁଡ଼ା, ମଇଁଷି, ଘୁଷୁରି, ଛେଳି, ମେଣ୍ଢା ପାଳନ କରି ଓ କୁକୁଡ଼ା ମାଂସ, ଅଣ୍ଡା ବିକ୍ରୟ କରି ୨୦୧୯-୨୦ବର୍ଷରେ ୧୩,୩୪୩ଜଣ ଆତ୍ମନିଯୁକ୍ତି ସୁଯୋଗ ପାଇଛନ୍ତି। ତେବେ ଅଧିକ ଆତ୍ମନିଯୁକ୍ତି ସୃଷ୍ଟିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହାର ସୁବିଧା ଚାଷୀମାନଙ୍କ ନିକଟରେ ପହଞ୍ଚତ୍ ପାରୁନି। ବିଶେଷକରି କନ୍ଧମାଳ, ରାୟଗଡ଼ା, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର, ବୌଦ୍ଧ, ଗଜପତି ଓ ବରଗଡ଼ ଭଳି ଜିଲା ମାଛଚାଷ କ୍ଷେତ୍ରରେ ବହୁ ପଛରେ ପଡ଼ିଛନ୍ତି। ନୀଳ ବିପ୍ଲବ ଯୋଜନା ଏହି ଜିଲାଗୁଡ଼ିକରେ ବିଶେଷଭାବେ କାର୍ଯ୍ୟକ୍ଷମ ହୋଇପାରିନି। ଯାଆଁଳ ଉତ୍ପାଦନ ଓ ମାଛ ଚାଷ ପାଇଁ ଆସୁଥିବା ଅନୁଦାନ ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଠିକ୍‌ ସମୟରେ ବ୍ୟାଙ୍କ୍‌ଗୁଡ଼ିକ ଋଣ ଦେଉନାହାନ୍ତି। ଯାଆଁଳ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ସ୍ଥାନୀୟ ବ୍ୟବସାୟୀମାନେ କମ୍‌ ଦରରେ ମାଛ କିଣି ତାହାକୁ ଚଢ଼ା ଦରରେ ବଜାରରେ ବିକ୍ରି କରୁଛନ୍ତି। ମାଛ ଉତ୍ପାଦନ ପରିସଂଖ୍ୟାନ ଠିକ୍‌ ନୁହେଁ। ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଅଣାଯାଉଥିବା ତଥ୍ୟ ଓ ବଜାରରେ ଉପଲବ୍ଧ ମାଛ ଭିତରେ ବଡ଼ ବ୍ୟବଧାନ ଅଛି ବୋଲି ପୁରୀ ଜିଲାର ଜଣେ ମାଛଚାଷୀ ଭାଗୀରଥି ଜେନା କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ମାତ୍ର ୧୫,୪୨୩ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୨୨୨.୭୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ତେବେ ୨୦୨୦-୨୧ ଆର୍ଥିକବର୍ଷରେ ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ୧୦୮୩.୭୩ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଗୋପାଳନ, କୁକୁଡ଼ା ପାଳନ ଓ ଛେଳି, ମେଣ୍ଢା ପାଳନ ପାଇଁ ମାତ୍ର ୧୩୭୯ ହିତାଧିକାରୀଙ୍କୁ ଋଣ ଯୋଗାଇ ଦିଆଯାଇଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟର ମତ୍ସ୍ୟ ରପ୍ତାନି ଏବେ ୨ହଜାର କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ଏହାକୁ ୧୦ହଜାର କୋଟିରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକରେ ଜାଲ ଭିତରେ ମାଛ ଚାଷ ଏବଂ ବାୟୋଫ୍ଲକ୍‌ ମାଛ ଚାଷ ଦ୍ୱାରା ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟ ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ବାବଲମ୍ବୀ ହୋଇପାରିବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri