ଜୁଆଙ୍ଗଙ୍କ ଦୁର୍ଦ୍ଦଶା ଉପରେ ସବିଶେଷ ରିପୋର୍ଟ ମାଗିଲେ NHRC

କେନ୍ଦୁଝର,୨ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ (NHRC) ଏକ ମାମଲାର ବିଚାର କରି ପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦୁଝର ଜିଲାପାଳଙ୍କ ଠାରୁ ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଛନ୍ତି। ଏ ନେଇ କମିଶନଙ୍କ ପର୍ଯ୍ୟବେକ୍ଷଣ ପାଇଁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ମାନବାଧିକାର କର୍ମୀ ଏବଂ ଆଇନଜୀବୀ ରାଧାକାନ୍ତ ତ୍ରିପାଠିଙ୍କ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି କରି NHRC ଫେବୃଆରୀ ୨୮ ଶୁକ୍ରବାର ଏପରି ନିର୍ଦ୍ଦେଶ ଦେଇଛନ୍ତି।
ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ଏବଂ ଜିଲା ପ୍ରଶାସନର ଉଦାସୀନତା, ଅବହେଳା, ବିଫଳତା ଯୋଗୁ କେନ୍ଦୁଝର ଜିଲାର ଗ୍ରାମବାସୀ, ବିଶେଷକରି ଜୁଆଙ୍ଗ ସମ୍ପ୍ରଦାୟ ବହୁ ଅସୁବିଧା ଭୋଗୁଛନ୍ତି। ଜୁଆଙ୍ଗ ଅଞ୍ଚଳରେ ସବୁଦିନିଆ ରାସ୍ତା, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାର ଅଭାବ ଲାଗି ରହିଛି, ଫଳରେ ସେମାନଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି। ସେ ଅଭିଯୋଗ କରିଛନ୍ତି ଯେ, ଅନେକ ଗାଁରେ ମୌଳିକ ଭିତ୍ତିଭୂମିର ଅଭାବ ରହିଛି, ଯାହା ବାସିନ୍ଦାଙ୍କୁ ରୋଗୀ ପରିବହନ ପାଇଁ ଖଟିଆ ବ୍ୟବହାର କରିବାକୁ ବାଧ୍ୟ କରୁଛି। ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠି ଥିବା ସତ୍ତ୍ୱେ, ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। ତ୍ରିପାଠୀ ୧୧୪ଟି ଗାଁରେ ବାସ କରୁଥିବା ଜୁଆଙ୍ଗ ଜନଜାତିଙ୍କ ଦୁର୍ଦ୍ଦଶା କହିଥିଲେ ଏବଂ ମୌଳିକ ସୁବିଧା ସମସ୍ୟାର ବିବରଣୀ ଦେଇଥିଲେ। ଓଡ଼ିଶାରେ ମିଳୁଥିବା ମୋଟ୍‌ ୬୨ ଜନଜାତି ମଧ୍ୟରୁ ରାଜ୍ୟର ୧୩ଟି ଆଦିମ ଆଦିବାସୀ ଗୋଷ୍ଠୀ (PVTG) ମଧ୍ୟରୁ ଜୁଆଙ୍ଗ ଅନ୍ୟତମ। ମୁଖ୍ୟତଃ କେନ୍ଦୁଝର ଜିଲା ବଂଶପାଳ ବ୍ଲକର ଗୋନାସିକା ପାହାଡ଼ ଅଞ୍ଚଳରେ ଏହି ଜନଜାତି ବସ ବାସ କରୁଛନ୍ତି। ଏହି ଆବେଦନରେ ସ୍ବାସ୍ଥ୍ୟସେବା ସୁବିଧାର ଅଭାବ ଯୋଗୁ ଜନ୍ତାରୀ ଗାଁରେ ୩୫ ବର୍ଷୀୟା ସୁନିଆ ଜୁଆଙ୍ଗା, ତାଙ୍କ ସ୍ତ୍ରୀ ରଶ୍ମି (୩୦) ଏବଂ ସେମାନଙ୍କର ଛଅ ମାସର ଝିଅ ନାନିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଥିଲା। ଦମ୍ପତିଙ୍କ ୩ ପିଲା ଏବେ ଅନାଥ ହୋଇଯାଇଛନ୍ତି। ସେହିପରି ଅଭିଯୋଗ ହୋଇଛି ଯେ, ସ୍ବାସ୍ଥ୍ୟ ସେବା ନାହିଁ କାରଣ ନିକଟତମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ୧୫ କିଲୋମିଟର ଦୂରରେ ଏବଂ ବ୍ଲକ ମୁଖ୍ୟାଳୟ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ କିଛି ଆଦିବାସୀ ରାଜ୍ୟ-ପ୍ରାୟୋଜିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ଜାତୀୟ ସ୍ବାସ୍ଥ୍ୟ କାର୍ଡର ହିତାଧିକାରୀ ଥିଲେ। ଜିଲାରେ ବାସ କରୁଥିବା ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ନାବାଳକ ଅନାଥ କିମ୍ବା ବାଲ୍ୟବିବାହର କୌଣସି ଡାଟାବେସ୍‌ ନାହିଁ ବୋଲି ଆବେଦନରେ ଦାବି କରାଯାଇଛି। ଏହି ପ୍ରସଙ୍ଗରେ କାର୍ଯ୍ୟ କରିବାରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ବିଫଳତା ଜିଲାରେ ବାସ କରୁଥିବା ଜୁଆଙ୍ଗ ଲୋକଙ୍କ ମାନବାଧିକାରର ଏକ ଗମ୍ଭୀର ପ୍ରଶ୍ନ ପ୍ରମାଣିତ କରୁଛି ବୋଲି ତ୍ରିପାଠୀ ଉଲ୍ଲେଖ କରିଛନ୍ତି। ସରକାରୀ ଉଦାସୀନତା, ନିଷ୍କ୍ରିୟତା, ଅବହେଳା, ଦୁର୍ନୀତି, ଜୀବନର ଆବଶ୍ୟକୀୟ ଆବଶ୍ୟକତା ଏବଂ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ। ରାଜ୍ୟ ପ୍ରଶାସନର ନିଷ୍କ୍ରିୟତା, ଅବହେଳା ଏବଂ ବିଫଳତା ଯୋଗୁ ଜୁଆଙ୍ଗ ଦମ୍ପତିଙ୍କ ଅନାଥ ପିଲାମାନେ ଆବଶ୍ୟକୀୟ ଆବଶ୍ୟକତା ବିନା ଅସହାୟ ଅବସ୍ଥାରେ ରହୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri