୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉଭୟ ବରକନ୍ୟା। ଭୋଜିରେ ଯୋଗଦେଇଥିବା ଅତିଥିଙ୍କୁ ନବଦମ୍ପତି ଆମ୍ବ, ପଣସ, ଲିଚୁ, ସପେଟା ଆଦି ୨ହଜାର ଫଳ ଚାରା ବଣ୍ଟନ କରିଥିଲେ। ସେହିପରି କନ୍ୟା ଶୁଭଲକ୍ଷ୍ମୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ଉପରେ ରଚିତ ପୁସ୍ତକ ‘ସ୍ମୃତି ପୁଲକ’ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ଉତ୍ସବରେ ମିଳିଥିବା ସମସ୍ତ ଉପହାରକୁ ସେ ବୃଦ୍ଧାଶ୍ରମକୁ ଦାନ କରିବେ ବୋଲି ଶୁଭଲକ୍ଷ୍ମୀ ଘୋଷଣା କରିଥିଲେ। ସ୍ଥାନୀୟ ଅଞ୍ଚଳର ‘ବାପୁଜୀ ଯୁବ ପରିଷଦ’ର ୪୦ଜଣ କର୍ମକର୍ତ୍ତା ସହଯୋଗୀ ଥିଲେ ା ଯୁବ ପରିଷଦର ସଦସ୍ୟ ତଥା ଶିକ୍ଷକ ନରୋତ୍ତମ ଦାଶ କହନ୍ତି ଏହି ବିବାହ ଆମ ଅଞ୍ଚଳ ଓ ସମାଜ ପାଇଁ ଆଦର୍ଶ ା
ସରୋଜ ହାଇଦ୍ରାବାଦରେ ବ୍ୟବସାୟ କରନ୍ତି। ଶୁଭଲକ୍ଷ୍ମୀ ଜଣେ ଉଚ୍ଚ ଶିକ୍ଷିତା। ଗତ ୨୦୧୯ରେ ସେ ଅନ୍ତପୁର କଲେଜରେ ଓଡ଼ିଆ ସମ୍ମାନରେ ଟପ୍ପର ହୋଇ ସମ୍ମାନିତ ମଧ୍ୟ ହୋଇଥିଲେ। ଏହାବ୍ୟତୀତ ସେ ଲେଖାଲେଖି ମଧ୍ୟ କରନ୍ତି। ଏବେ ସେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ପିଜି କରୁଛନ୍ତି। ତେବେ ପତ୍ନୀଙ୍କୁ ସମ୍ମାନ ଜଣାଇ ସରୋଜ ଗଛ ଚାରା ବଣ୍ଟନ ପାଇଁ ଚିନ୍ତା କରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri